ସେରମ ଇନଷ୍ଟିଚ୍ୟୁଟର ୧ ନମ୍ବର ଟର୍ମିନାଲରେ ଅଗ୍ନିକାଣ୍ଡ, ନିଆଁ ଆୟତ୍ତ କରିବାକୁ ଲାଗିଛି ଅଗ୍ନିଶମ ବାହିନୀର ୧୦ଟି ଗାଡ଼ି

କେନ୍ୟୁଜ୍(ବ୍ୟୁରୋ): ପୁନେର ସେରମ ଇନଷ୍ଟିଚ୍ୟୁଟରେ ଅଗ୍ନିକାଣ୍ଡ। ଟର୍ମିନାଲ ନଂ ୧ରେ ଅଗ୍ନିକାଣ୍ଡ ଘଟିଛି। ନିଆଁ ଆୟତ୍ତ କରିବାକୁ ଅଗ୍ନିଶମ ବାହିନୀର ୧୦ଟି ଗାଡ଼ି ନିୟୋଜିତ ହୋଇଛି। ଏସଇଜେଡ ବିଲିଂର ନୂଆ ପ୍ଲାଣ୍ଟର ଚତୁର୍ଥ ଓ ପଞ୍ଜମ ମହଲାରେ ଲାଗିଛି ନିଆଁ। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ନିଆଁ ଲିଭାଇବାକୁ ପ୍ରୟାସ ଜାରି ରହିଛି।

serum institute
picture courtesy: Tolivelugu

ଔଷଧ ଓ ଟିକା ନିର୍ମାଣକାରୀ ସଂସ୍ଥା ସେରମ ଇନଷ୍ଟିଚ୍ୟୁଟ କୋଭିଡ ୧୯ ଟିକା କୋଭିସିଲଡ ନିର୍ମାଣ କରି ଚର୍ଚ୍ଚାରେ ରହିଛି । ୩ଶହ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ପ୍ଲାଣ୍ଟ ଗତବର୍ଷ ଠାରୁ କାର୍ଯ୍ୟକ୍ଷମ ହୋଇଛି। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡ. ହର୍ଷବର୍ଦ୍ଧନ ଏହାର ଉଦ୍‌ଘାଟନ କରିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.