ରାମ ମନ୍ଦିର ନିର୍ମାଣ ପାଇଁ ୧ କୋଟି ଟଙ୍କା ଦାନ କଲେ ଗୌତମ ଗମ୍ଭୀର

ବହୁ ପ୍ରତୀକ୍ଷିତ ଅଯୋଧ୍ୟାର ଶ୍ରୀରାମ ମନ୍ଦିର ନିର୍ମାଣ ପାଇଁ ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ରାଜନେତା ପର୍ଯ୍ୟନ୍ତ ସମସ୍ତେ ଆଗକୁ ଆସି ଅର୍ଥ ଦାନ କରୁଛନ୍ତି। ଅକ୍ଷୟ କୁମାରଙ୍କ ପରେ ଏବେ କ୍ରିକେଟର ତଥା ବିଜେପି ସାଂସଦ ଗୌତମ ଗମ୍ଭୀର ଏକ କୋଟି ଟଙ୍କା ଦାନ କରିଛନ୍ତି। ଏ ଅବସରରେ ଗମ୍ଭୀର କହିଛନ୍ତି, ଏହି ଅର୍ଥ ସେ ଓ ତାଙ୍କ ପରିବାର ତରଫରୁ ରାମ ମନ୍ଦିର ନିର୍ମାଣ ପାଇଁ।

ଗୌତମ ଗମ୍ଭୀର କହିଛନ୍ତି, ସବୁ ଭାରତୀୟଙ୍କ ସ୍ୱପ୍ନ ଥିଲା ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ମନ୍ଦିରର ନିର୍ମାଣ ହେଉ। ଦୀର୍ଘ ଦିନ ପରେ ଲୋକଙ୍କ ସ୍ୱପ୍ନ ସାକାର ହେବାକୁ ଯାଉଛି। ତେଣୁ ସମସ୍ତେ ମିଳିମିଶି ଏହି କାମକୁ ଆଗେଇ ନେବା ଦରକାର। ମୋ ଓ ମୋ ପରିବାର ମଧ୍ୟ ରାମ ମନ୍ଦିର ନିର୍ମାଣ ପାଇଁ କିଛି ସାହାଯ୍ୟ କରିଛୁ। ଆମର ଏହି ଛୋଟ ସାହାଯ୍ୟ ମନ୍ଦିର ଗଢ଼ିବାରେ କିଛିଟା ସହାୟକ ହେବ ବୋଲି କହିଛନ୍ତି ଗମ୍ଭୀର।

ପ୍ରକାଶ ଯେ ଦିଲ୍ଲୀ ବିଜେପି ତରଫରୁ ରାମ ମନ୍ଦିର ପାଇଁ ଏକ କ୍ୟାମ୍ପେନିଂ କରାଯାଇ ଚାନ୍ଦା ଆଦାୟ କରାଯାଉଛି। ଲୋକମାନେ ଏଥିରେ ନିଜ ଇଚ୍ଛା ଅନୁସାରେ ଯେତେ ଇଚ୍ଛା ସେତେ ଟଙ୍କା ଦାନ କରିପାରିବେ ବୋଲି ଦିଲ୍ଲୀ ବିଜେପିର ସାଧାରଣ ସମ୍ପାଦକ କୁଲଜିତ୍‌ ଚହଲ କହିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.