ପଶ୍ଚିମ ଓଡ଼ିଶାରେ ବିଜେପିର ଚାଷୀ ଅଧିକାର ରାଲି, ଆରଡିସି ଅଫିସ ଘେରାଉ ବେଳେ ବିଜେପି କର୍ମୀ-ପୋଲିସ ଧସ୍ତାଧସ୍ତି

ସମ୍ବଲପୁର(କେନ୍ୟୁଜ୍): ପଶ୍ଚିମ ଓଡ଼ିଶାରେ ଚାଷୀ ସମସ୍ୟା ନେଇ ବିଜେପିର ଚାଷୀ ଅଧିକାର ରାଲି । ଆରଡିସି ଅଫିସ ଘେରାଉ ବେଳେ ବିଜେପି କର୍ମୀ-ପୋଲିସ ଧସ୍ତାଧସ୍ତି । ଆରଡିସି ଅଫିସ ଭିତରକୁ ଧସେଇ ପଶିବାକୁ ବିଜେପି କର୍ମୀ ଉଦ୍ୟମ କରିଛନ୍ତି । ବ୍ୟାରିକେଡ ଭାଙ୍ଗି ପଶିବାକୁ ଉଦ୍ୟମ ବେଳେ ସାଂସଦ ସୁରେଶ ପୂଜାରୀ, ବିଜେପି ବିଧାୟକ ଓ କର୍ମୀ ଗିରଫ ହୋଇଛନ୍ତି ।

ଏତିକିବେଳେ ପୋଲିସ-ବିଜେପି କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଛି । ମଣ୍ଡିରେ ଟୋକନ ନୀତି, କଟନୀ ଛଟନୀକୁ ପ୍ରତ୍ୟାହାର ଦାବିରେ ସମ୍ବଲପୁରରେ ବିଜେପି ପକ୍ଷରୁ ଆରଡିିସି ଅଫିସ ଘେରାଉ କରିଛନ୍ତି । ସମ୍ବଲପୁର ପିଏଚ୍‌ଡି ପଡିଆରେ ପଶ୍ଚିମ ଓଡ଼ିଶାର ସମସ୍ତ ବିଜେପି ନେତା ଏକାଠି ହୋଇ ନାରାବାଜି କରିଥିଲେ । ଆରଡିସିଙ୍କ କାର୍ଯ୍ୟାଳୟକୁ ସମ୍ପୂର୍ଣ୍ଣ ପୋଲିସ ଛାଉଣୀ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.