Below header

ଏହିସବୁ ରାଶିରେ ରହିଛି ଗୁରୁ ଚଣ୍ଡାଳ ଯୋଗ, ପୂର୍ବରୁ ହୁଅନ୍ତୁ ସାବଧାନ

ଏପ୍ରିଲ ୨୨ ତାରିଖରୁ ଗୁରୁ ମେଷ ରାଶିରେ ପ୍ରବେଶ କରିବେ। ରାହୁ ପ୍ରଥମରୁ ମେଷ ରାଶିରେ ରହିଛନ୍ତି । ତେଣୁ ଗୁରୁ ଓ ରାହୁ ମିଶି ଉତ୍ପନ୍ନ କରିବେ ଗୁରୁ ଚଣ୍ଡାଳ ଯୋଗ । ଆଉ ଏହି ଯୋଗ କିଛି ରାଶିରେ ପକାଇ ଅଶୁଭ ପ୍ରଭାବ ।

ଗ୍ରହମାନଙ୍କର ପରିବର୍ତ୍ତନ ମଣିଷ ଜୀବନରେ ଅନେକ ପ୍ରଭାବ ପକାଇଥାଏ । ଏହାଦ୍ୱାରା ଅନେକ ସମୟରେ ଲାଭ ମିଳିଥିବା ବେଳେ ଅନେକ ସମୟରେ ସମସ୍ୟାର ସାମ୍ନା କରିବାକୁ ପଡିଥାଏ । ପ୍ରତ୍ୟେକ ଗ୍ରହ ଏକ ନିଶ୍ଚିତ ସମୟମଧ୍ୟରେ ରାଶି ପରିବର୍ତ୍ତନ କରିଥାନ୍ତି । ଯାହାଦ୍ୱାରା ଅନେକ ଯୋଗ ପଡିଥାଏ ।

ତେବେ ମଣିଷ ଜୀବନରେ ଚିନ୍ତା ଏବଂ ସମସ୍ୟାରୁ ମୁକ୍ତ ରହିବାକୁ ଚାହେଁ । କିନ୍ତୁ ଗ୍ରହମାନଙ୍କର ଏଭଳି ଚଳଣୀ ଯୋଗୁଁ ନକାରାତ୍ମକ ଯୋଗ ଆପଣଙ୍କ ହସଖୁସି ଜୀବନରେ ସମସ୍ୟା ମାଡିବସେ । ଏମିତି ଯୋଗ ହେଲା ଗୁରୁ ଚଣ୍ଡାଳ ଯୋଗ । ଗୁରୁ ଏବଂ ରାହୁ ଏକାସାଙ୍ଗରେ ଆସିଲେ ଗୁରୁଚଣ୍ଡାଳ ଯୋଗ ।

ଜ୍ୟୋତିଷ ଶାସ୍ତ୍ର ଅନୁସାରେ ୨୨ ଏପ୍ରିଲ ୨୦୨୩ରେ ଦେବଗୁରୁ ବୃହସ୍ପତି ମୀନ ରାଶିରୁ ବାହାରି ମେଷ ରାଶିରେ ପ୍ରବେଶ କରିବେ । ଆଇ ମଇ ୧ ତାରିଖ ଯାଏ ଏହି ରାଶିରେ ରହିବେ । ମେଷ ରାଶିରେ ପ୍ରଥମରୁ ରାହୁ ଓ ବୁଧ ରହିଛନ୍ତି। ତେଣୁ ରାହୁ ଏବଂ ଗୁରୁ ମେଷ ରାଶିରେ ପ୍ରବେଶ କରିବା ଯୋଗୁଁ ଗୁରୁ ଚଣ୍ଡାଳ ଯୋଗ ଉତ୍ପନ୍ନ ହେଉଛି। ଯେଉଁଥିପାଇଁ କେତେକ ରାଶିରେ ଏହାର ପ୍ରଭାବ ପଡିବ ।

ମେଷ ରାଶି : ଗୁରୁ ଚଣ୍ଡାଳ ଯୋଗ ଆପଣଙ୍କ ରାଶିରେ ରହିବ। ଏହାଦ୍ୱାରା ସବୁଠାରୁ ଅଧିକ ନକାରାତ୍ମକ ପ୍ରଭାବ ମେଷ ରାଶିରେ ପଡିବ । ମନ ଅଶାନ୍ତି ରହିବ । ଶାରୀରିକ କଷ୍ଟ ଭୋଗିବାକୁ ପଡିବ । ଆର୍ଥିକ କ୍ଷତି ମଧ୍ୟ ଘଟିବ ।

ମିଥୁନ ରାଶି : ମିଥୁନ ରାଶିର ଲୋକଙ୍କ ଜୀବନରେ ଗୁରୁ ଚଣ୍ଡାଳ ଯୋଗ ମଧ୍ୟ ନକାରାତ୍ମକ ପ୍ରଭାବ ପକାଇବ । ଅଶୁଭ ଖବର ଶୁଣିବାକୁ ମିଳିବ । ଆର୍ଥିକ କ୍ଷତିର ପ୍ରବଳ ସମ୍ଭାବନା ରହିଛି । ରୋଜଗାରରେ ମଦ୍ୟ ସମସ୍ୟା ଉତ୍ପନ୍ନ ହେବ ।

ଧନୁ ରାଶି : ଗୁରୁ ଚଣ୍ଡାଳ ଯୋଗ ପ୍ରଭାବରେ ଧନୁ ରାଶିର ବ୍ୟକ୍ତିଙ୍କ ଜୀବନରେ ଶୁଭ ଜିନିଷ ମଧ୍ୟଅଶୁଭ ହୋଇଯିବ । ଦୁର୍ଘଟଣାର ସମ୍ଭାବନା ରହିଛି। ତେଣୁ ଗାଡି ଚଳାଇବା ସମୟରେ ବିଶେଷ ଧ୍ୟାନ ରଖନ୍ତୁ । ବେପାରରେ କ୍ଷତି ହୋଇପାରେ । ଖର୍ଚ୍ଚ ବଢିବ । ଏମିତିରେ ଆପଣ ସମସ୍ୟାରେ ପଡିପାରନ୍ତି ।

କୁମ୍ଭ ରାଶି : କୁମ୍ଭ ରାଶିର ବ୍ୟକ୍ତିତ୍ୱ ବେଶ୍‌ ସାବଧାନ ରହିବା ଉଚିତ । ଏହି ଯୋଗ କାରଣରରୁ ଆପଣଙ୍କ ଆତ୍ମବିଶ୍ୱାସ କମିଯିବ । ମମନ ଅଶାନ୍ତି ରହିବ । ଆର୍ଥିକ ସ୍ଥିତି ଭଲ ରହିବ ନାହିଁ । ତେଣୁ ନିବେଶ କରିବା ଯୋଜନାରୁ ନିବୃତ୍ତ ରୁହନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.