Below header

QR କୋଡ୍‌ ରେ ଭିକ ମାଗୁଛନ୍ତି ଭିକାରୀ, ସୋସିଆଲ ମିଡିଆରେ ହେଉଛି ଭାଇରାଲ୍‌

ଜଣେ ଦୃଷ୍ଟିବାଧିତ ବ୍ୟକ୍ତି କାରରେ ବସିଥିବା ବ୍ୟକ୍ତିଙ୍କ ନିକଟକୁ ଯାଇ ଭିକ ମାଗିବା ଆରମ୍ଭ କରୁଛନ୍ତି । ଆଉ ଏହି ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ବେକରେ ଏକ କ୍ୟୁଆର କୋଡ୍ ରହିଛି । ଠିକ୍‌ ସେହି ସମୟରେ କାରରେ ବସିଥିବା ବ୍ୟକ୍ତି ପଚାରୁଛନ୍ତି ଯେ ଆପଣ ଅନଲାଇନରେ ଭିକ ନେଉଛନ୍ତି କି ? ଆଉ ସେହି ଦୃଷ୍ଟିବାଧିତ ବ୍ୟକ୍ତି ଉତ୍ତର ଦେଉଛନ୍ତି ହଁ ।

ଏକ ସମୟ ଥିଲା ଯେତେବେଳେ ଲୋକମାନେ କିଛି କିଣିବାକୁ ଚାହାଁନ୍ତି, ପ୍ରଥମେ ସେମାନେ ତାଙ୍କ ପ୍ୟାକେଟରେ ପର୍ସ ଖୋଜି ଥାଆନ୍ତି । ଧୀରେ ଧୀରେ ଆମ ଦେଶରେ ଡିଜିଟାଲ୍ ପେମେଣ୍ଟ ସିଷ୍ଟମ୍ ଆରମ୍ଭ ହେଲା ଏବଂ ଲୋକମାନେ ଛୋଟ ଜିନିଷ କିଣିବା ପାଇଁ ମୋବାଇଲ୍ ମାଧ୍ୟମରେ ପେମେଣ୍ଟ୍ କରିବା ଆରମ୍ଭ କଲେ । ଧିରେ ଧିରେ ଏହାର ଚାହିଦା କେବଳ ଦେଶରେ ନୁହେଁ ରାଜ୍ୟରେ ମଧ୍ୟ ଏହାର ଚାହିଦା ଖୁବ୍‌ ବଢ଼ିବାରେ ଲାଗିଲା ।

ବର୍ତ୍ତମାନ ଦେଶର ସବୁ ସ୍ଥାନରେ ଡିଜିଟାଲ୍ ପେମେଣ୍ଟ ବ୍ୟବହୃତ ହେଉଛି । ଏପରି ପରିସ୍ଥିତିରେ, ପନିପରିବା ବିକ୍ରେତା ଠାରୁ ଆରମ୍ଭ କରି ପ୍ରତ୍ୟେକ ଦୋକାନ ପର୍ଯ୍ୟନ୍ତ, QR କୋଡ୍ ଗ୍ରହଣ କରୁଛନ୍ତି, ଯାହା ଦ୍ୱାରା ଲୋକମାନେ ସୁରୁଖୁରୁରେ ଜିନିଷ କିଣିପାରିବେ। ବର୍ତ୍ତମାନ ଏବେ ଭିକାରୀ ମାନେ ମଧ୍ୟ QR କୋଡ୍‌ ରେ ଲୋକଙ୍କଠାରୁ ଟଙ୍କା କରୁଛନ୍ତି । ଏକଥା ଟିକେ ଅଜବ ଲାଗୁଥିଲେ ମଧ୍ୟ ସତ । ନିକଟରେ ଭିକାରୀ ଜଣକ QR କୋଡ୍‌ ରେ ଭିକ ମାଗୁଥିବାର ଭିଡିଓ ଭାଇରାଲ୍‌ ହେଉଛି । ଏହି ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳିଛି ଜଣେ ଭିକାରୀ ଲୋକଙ୍କ ସୁବିଧା ପାଇଁ ତାଙ୍କ ବେକରେ ଏକ QR କୋଡ୍ ଧରି ବୁଲୁଛନ୍ତି, ଯାହା ଦ୍ୱାରା ଲୋକମାନେ ତାଙ୍କୁ ସହଜରେ ଭିକ୍ଷା ଦେଇ ପାରିବେ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ଦେଖିବାକୁ ମିଳୁଛି ଯେ, ଜଣେ ଦୃଷ୍ଟିବାଧିତ ବ୍ୟକ୍ତି କାରରେ ବସିଥିବା ବ୍ୟକ୍ତିଙ୍କ ନିକଟକୁ ଯାଇ ଭିକ ମାଗିବା ଆରମ୍ଭ କରୁଛନ୍ତି । ଆଉ ଏହି ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ବେକରେ ଏକ କ୍ୟୁଆର କୋଡ୍ ରହିଛି । ଠିକ୍‌ ସେହି ସମୟରେ କାରରେ ବସିଥିବା ବ୍ୟକ୍ତି ପଚାରୁଛନ୍ତି ଯେ ଆପଣ ଅନଲାଇନରେ ଭିକ ନେଉଛନ୍ତି କି ? ଆଉ ସେହି ଦୃଷ୍ଟିବାଧିତ ବ୍ୟକ୍ତି ଉତ୍ତର ଦେଉଛନ୍ତି ହଁ ।

ଏହା ଶୁଣିବା ମାତ୍ରେ କାରରେ ବସିଥିବା ବ୍ୟକ୍ତି ଜଣକ ସଙ୍ଗେ ସଙ୍ଗେ ସେହି ଦୃଷ୍ଟିବାଧିତ ବ୍ୟକ୍ତିଙ୍କ ବେକରେ ଓହଳା ହୋଇଥିବା କ୍ୟୁଆର କୋଡ୍ ସ୍କାନ୍ କରି ଟଙ୍କା ଟ୍ରାନ୍ସଫର କରୁଛନ୍ତି । ଏହା ପରେ ଭିକାରୀ ତାଙ୍କ ଫୋନ ବାହାର କରି ନିଶ୍ଚିତ କରୁଛନ୍ତି ଯେ ଟଙ୍କା ତାଙ୍କ ଆକାଉଣ୍ଟରେ ପହଞ୍ଚିଛି କି ନାହିଁ। ଯେତେବେଳେ ସେ ତାଙ୍କ ଫୋନରେ ଆପ୍ ମାଧ୍ୟମରେ ସୂଚନା ପାଉଛନ୍ତି ସେତେବେଳେ ସେ ସନ୍ତୁଷ୍ଟ ହୋଇ ସେଠାରୁ ଚାଲି ଯାଉଛନ୍ତି । ସେହି ସମୟରେ କାରରେ ଥିବା ବ୍ୟକ୍ତି ପଚାରୁଛନ୍ତି ଟଙ୍କା ପାଇଲେ କି? ଭିକାରୀ ଜଣକ ଉତ୍ତର ଦେଉଛନ୍ତି ହଁ, ଟଙ୍କା ଆକାଉଣ୍ଟରେ ପହଞ୍ଚିଛି । ତେବେ ଏହି ଦୃଶ୍ୟ ଆସାମ ପ୍ରଦେଶର ଗୁଆହାଟି ସହର ଏକ ଟ୍ରାଫିକର ଦୃଶ୍ୟ ।

ସେହିପରି ନିକଟରେ ଅନ୍ୟ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ଯେଉଁ ଭିଡିଓରେ ଦେଖିବାକୁ ମିଳିଛି ଟ୍ରାଫିକ୍‌ ଜାମରେ ଫସିଛନ୍ତି ଲୋକେ । ସେହି ସମୟରେ ଜଣେ କିନ୍ନର ଆସି ନିଜ ପାଖରେ ଥିବା ସ୍କାନର ଦେଖାଇ ଟଙ୍କା ମାଗିଥିଲେ ଆଉ ବାଇକ୍‌ ଚଲାଉଥିବା ଯୁବକ ଜଣକ ତାଙ୍କ ସ୍କାନରରେ ଟଙ୍କା ଟ୍ରାନାଜ୍‌କସନ୍‌ କରିଥିଲେ ।

ଗୌରବ ସୋମାନି ନାମକ ଜଣେ ୟୁଜର (@ ସୋମାନି ଗୌରଭ) ଏହି ଭିଡିଓକୁ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସେୟାର କରିଛନ୍ତି । ହଜାର ହଜାର ଲୋକ ଏହି ଭିଡିଓ ଦେଖିଛନ୍ତି ଏବଂ ଏହା ଉପରେ ମନ୍ତବ୍ୟ ଦେଇ ଲେଖିଛନ୍ତି ଯେ ଏହି ପଦ୍ଧତି ସଠିକ୍ ଅଟେ । ସେହିପରି ଅନ୍ୟ ଜଣେ କିନ୍ନର ସ୍କାନରରେ ଟଙ୍କା ମାଗୁଥିବାର ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ସେୟାର କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.