ବିଜେପିରେ ମିଶିଲେ ବକ୍ସର ବିଜେନ୍ଦର ସିଂ, କଂଗ୍ରେସ ଟିକେଟ୍‌ରେ ଲଢ଼ିଥିଲେ ୨୦୧୯ ନିର୍ବାଚନ

ଅନ୍ତର୍ଜାତୀୟ ବକ୍ସର ବିଜେନ୍ଦର ସିଂ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେ ତାଙ୍କୁ ସ୍ୱାଗତ କରି ଦଳର ସଦସ୍ୟତା ପ୍ରଦାନ କରିଥିଲେ ।

ଅନ୍ତର୍ଜାତୀୟ ବକ୍ସର ବିଜେନ୍ଦର ସିଂ ବିଜେପିରେ ଯୋଗ ଦେଇଛନ୍ତି । ବିଜେପି ସାଧାରଣ ସମ୍ପାଦକ ବିନୋଦ ତାୱଡେ ତାଙ୍କୁ ସ୍ୱାଗତ କରି ଦଳର ସଦସ୍ୟତା ପ୍ରଦାନ କରିଥିଲେ । ତାୱଡେ କହିଛନ୍ତି ଯେ ବିଜେନ୍ଦର ସିଂ ବିକଶିତ ଭାରତର ସଂକଳ୍ପ ପୂରଣ କରିବା ପାଇଁ ବିଜେପିରେ ସାମିଲ ହୋଇଛନ୍ତି । ତାଙ୍କ ଆସିବାରେ ଦଳ ଅଧିକ ଶକ୍ତିଶାଳୀ ହେବ ଏବଂ ନିଜ ଲକ୍ଷ୍ୟ ଆଡକୁ ଗତି କରିବ । କହି ରଖୁଛୁ, ବକ୍ସିଂରେ ବିଜେନ୍ଦରଙ୍କୁ ପଦ୍ମଶ୍ରୀ ଏବଂ ଅର୍ଜୁନ ପୁରସ୍କାରରେ ସମ୍ମାନିତ କରାଯାଇଛି ।

ବିଜେନ୍ଦର ସିଂ ୨୦୧୯ ଲୋକସଭା ନିର୍ବାଚନର ଠିକ୍‌ ପୂର୍ବରୁ ରାଜନୀତିରେ ପ୍ରବେଶ କରିଥିଲେ । ସେ କଂଗ୍ରେସ ଟିକେଟରେ ଦକ୍ଷିଣ ଦିଲ୍ଲୀରୁ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ । ଅବଶ୍ୟ, ସେ ବିଜେପିର ରମେଶ ବିଧୁଡିଙ୍କଠାରୁ ହାରି ଯାଇଥିଲେ । ବିଧୁଡିଙ୍କୁ ୬ ଲକ୍ଷ ୮୭ ହଜାରରୁ ଅଧିକ ଭୋଟ୍ ମିଳିଥିଲା । ଆମ୍ ଆଦମୀ ପାର୍ଟିର ରାଘବ ଚଢ଼ା ୩ ଲକ୍ଷ ୧୯ ହଜାରରୁ ଅଧିକ ଭୋଟ୍ ପାଇଥିବା ବେଳେ ବିଜେନ୍ଦରଙ୍କୁ ମିଳିଥିଲା ମାତ୍ର ୧ ଲକ୍ଷ ୬୪ ହଜାର ଭୋଟ୍‌ ।

ବିଜେନ୍ଦରଙ୍କୁ ନେଇ ଆଲୋଚନା ହେଉଛି ଯେ ଏଥର ସେ ପୁଣି ନିର୍ବାଚନ ମଇଦାନକୁ ଓହ୍ଲାଇ ପାରନ୍ତି । ଯଦିଓ କଂଗ୍ରେସ ବର୍ତ୍ତମାନ ଯାଏ ତାଙ୍କ ଟିକେଟ୍ ଚୂଡାନ୍ତ କରିପାରି ନ ଥିଲା । ଖବର ଆସୁଥିଲା କି, ବିଜେନ୍ଦର ୟୁପିର ମଥୁରାରୁ ନିର୍ବାଚନ ଲଢ଼ିପାରନ୍ତି । ଦଳ ଟିକେଟ ପାଖାପାଖି ଫାଇନାଲ କରି ଦେଇଛି । ହେଲେ ଏହି ଖବରଗୁଡ଼ିକୁ ନେଇ ବିଜେନ୍ଦରଙ୍କ ତରଫରୁ କୌଣସି ପ୍ରତିକ୍ରିୟା ମିଳି ନ ଥିଲା ।

ବିଜେନ୍ଦର ମୂଳତଃ ହରିୟାଣାର ଭିବାନୀ ନିବାସୀ । ସେ ୨୦୦୮ ବେଜିଂ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ଜିତିଥିଲେ ଏବଂ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ । ୨୦୨୦ରେ ବିଜେନ୍ଦର ସିଂ ଚାଷୀ ଆନ୍ଦୋଳନର ମଧ୍ୟ ସମର୍ଥନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.