ତୁରନ୍ତ ଖରାରୁ ଆସି ଫ୍ରିଜ ପାଣି ପିଉଛନ୍ତି କି ? ଜାଣନ୍ତୁ ଏହା ସ୍ୱାସ୍ଥ୍ୟ ପାଇଁ କେତେ କ୍ଷତିକାରକ

ଅତ୍ୟଧିକ ଗରମରୁ ଆସିବା ପରେ ଥଣ୍ଡା ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଯଦି ଆପଣଙ୍କର ଫ୍ରିଜରୁ ଥଣ୍ଡା ପାଣି ପିଇବାର ଅଭ୍ୟାସ ଅଛି, ତେବେ ସାମଧାନ ରୁହନ୍ତୁ । ରେଫ୍ରିଜରେଟରରୁ ଥଣ୍ଡା ପାଣି ପିଇବା କେବଳ ଓଜନ ବଢାଏ ନାହିଁ ବରଂ ଅନ୍ୟାନ୍ୟ ରୋଗର ଆଶଙ୍କା ମଧ୍ୟ ସୃଷ୍ଟି କରିଥାଏ ।

ଗରମ ହେବା ମାତ୍ରେ କିଛି ଲୋକ ଫ୍ରିଜରୁ ଥଣ୍ଡା ପାଣି ପିଇବା ଆରମ୍ଭ କରିଥାନ୍ତି । ତେବେ ଖରାରୁ ଘରକୁ ଆସିବା ପରେ ଲୋକମାନେ ତୁରନ୍ତ ଥଣ୍ଡା ପାଣି ପିଇବା ଆରମ୍ଭ କରନ୍ତି । କିନ୍ତୁ ଆପଣଙ୍କ ଏହି ଅଭ୍ୟାସ ଆପଣଙ୍କୁ ଅସୁସ୍ଥ କରିପାରେ । ତେବେ ଅତ୍ୟଧିକ ଗରମରୁ ଆସିବା ପରେ ଥଣ୍ଡା ପାଣି ପିଇବା ସ୍ୱାସ୍ଥ୍ୟ ପାଇଁ କ୍ଷତିକାରକ ହୋଇପାରେ । ଯଦି ଆପଣଙ୍କର ଫ୍ରିଜରୁ ଥଣ୍ଡା ପାଣି ପିଇବାର ଅଭ୍ୟାସ ଅଛି, ତେବେ ସାମଧାନ ରୁହନ୍ତୁ । ରେଫ୍ରିଜରେଟରରୁ ଥଣ୍ଡା ପାଣି ପିଇବା କେବଳ ଓଜନ ବଢାଏ ନାହିଁ ବରଂ ଅନ୍ୟାନ୍ୟ ରୋଗର ଆଶଙ୍କା ମଧ୍ୟ ସୃଷ୍ଟି କରିଥାଏ । ରେଫ୍ରିଜରେଟରରେ ରଖାଯାଇଥିବା ପାଣି ସ୍ୱାସ୍ଥ୍ୟ ପାଇଁ ବହୁତ କ୍ଷତିକାରକ ବୋଲି କୁହାଯାଏ । ତାହେଲେ ଆସନ୍ତୁ ଜାଣିବା ଯେ ଗରମରୁ ଆସିବା ପରେ ତୁରନ୍ତୁ ଫ୍ରିଜ୍‌ ପାଣି ପିଇବା ଦ୍ୱାରା କ’ଣ କ୍ଷତି ହୋଇଥାଏ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ଅନୁଯାୟୀ, ଅତ୍ୟଧିକ ଖରାରେ ଥଣ୍ଡା ପାଣି ପିଇବା ଦ୍ୱାରା ଆପଣ ଅସୁସ୍ଥ ହୋଇପାରନ୍ତି । ତେବେ ଶରୀରର ତାପମାତ୍ରାରେ ହଠାତ୍ ପରିବର୍ତ୍ତନ ହେବା ଦ୍ୱାରା ସ୍ୱାସ୍ଥ୍ୟକୁ କ୍ଷତି ପହଞ୍ଚାଇପାରେ । ଅତ୍ୟଧିକ ଥଣ୍ଡା ପାଣି ପିଇବା ଦ୍ୱାରା ସ୍ୱାସ୍ଥ୍ୟକୁ ଅନେକ ପ୍ରକାରର ରୋଗ ଆଡକୁ ନେଇ ପାରେ । ଏହି କାରଣରୁ ହଜମ ପ୍ରକ୍ରିୟା ଖରାପ ହୋଇପାରେ । ଏପରି ପରିସ୍ଥିତିରେ ଶରୀରରେ ତାପମାତ୍ରାକୁ ନିୟନ୍ତ୍ରଣକୁ କରିବା ବହୁତ ଜରୁରୀ ହୋଇଥାଏ ।

ହାର୍ଟ ପାଇଁ କ୍ଷତିକାରକ : ଥଣ୍ଡା ପାଣି ହାର୍ଟ ପାଇଁ ବିପଦଜନକ ବୋଲି ବିବେଚନା କରାଯାଏ । ଏହି କାରଣରୁ ବେସସ୍ଲଗୁଡ଼ିକ ସଙ୍କୁଚିତ ହେବାକୁ ଲାଗେ ଏବଂ ବ୍ଲଡ ଫ୍ଲୋ ଧୀରେ ହେବାକୁ ଲାଗିଥାଏ । ବେଳେବେଳେ ଥଣ୍ଡା ପାଣି ବ୍ଲଡ ବେସସ୍ଲକୁ ବହୁତ କଠିନ କରାଇପାରେ । ଯାହା ସ୍ୱାସ୍ଥ୍ୟରେ ବିଭିନ୍ନ ପ୍ରକାରର ସମସ୍ୟା ସୃଷ୍ଟି କରିପାରେ ।

ଓଜନ ବଢିଥାଏ : ଥଣ୍ଡା ପାଣି ପିଇବା ଦ୍ୱାରା ଆପଣଙ୍କ ଓଜନ ବଢାଇପାରେ । ଏଭଳି ପରିସ୍ଥିତିରେ ଓଜନ କମ୍‌ କରିବାରେ ବହୁତ ଅସୁବିଧା ହୋଇଥାଏ । ଯଦି ଆପଣ ଓଜନ କମ୍‌ କରିବାକୁ ଚାହୁଁଛନ୍ତି ତେବେ ଥଣ୍ଡା ପାଣି ପିଅନ୍ତୁ ନାହିଁ । ଏଥିପାଇଁ ଆପଣ କେବଳ ନରମାଲ୍‌ ପାଣି କିମ୍ବା ଉଷୁମ ପାଣି ପିଇବା ଉଚିତ୍ ।

ହଜମ ଶକ୍ତିକୁ ନଷ୍ଟ କରେ : ଥଣ୍ଡା ପାଣି ମଧ୍ୟ ପେଟ ଏବଂ ହଜମ ଶକ୍ତି ପାଇଁ ଭଲ ହୋଇନଥାଏ । ଥଣ୍ଡା ପାଣି ପିଇବା ଦ୍ୱାରା ପେଟରେ ବିଭିନ୍ନ ପ୍ରକାରର ଅସୁବିଧା ଦେଖା ଦେଇଥାଏ । ଯେପରି ପେଟକୁ ସଫା କରିବାକୁ ରୋକିଥାଏ । ଏପରି ପରିସ୍ଥିତିରେ କୋଷ୍ଠକାଠିନ୍ୟ ସମସ୍ୟା ଦେଖାଦେଇଥାଏ । ହଜମ ଶକ୍ତି ଖରାପ ହେବା ଦ୍ୱାରା ଗ୍ୟାସ ଏବଂ ଏସିଡିଟି ଭଳି ସମସ୍ୟା ସୃଷ୍ଟି ହୋଇପାରେ । ସେଥିପାଇଁ ଯଥାସମ୍ଭବ ଆପଣ ଥଣ୍ଡା ପାଣି ପାଇବା ଠାରୁ ଦୂରେଇ ରହିବା ଉଚିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.