ଗର୍ଲଫ୍ରେଣ୍ଡ ନୀଲମ ଉପାଧ୍ୟାୟଙ୍କ ସହ ନିର୍ବନ୍ଧ କଲେ ପ୍ରିୟଙ୍କା ଚୋପ୍ରାଙ୍କ ଭାଇ ସିଦ୍ଧାର୍ଥ ଚୋପ୍ରା, ସାମ୍ନାକୁ ଆସିଲା ଫଟୋ

ଦେଶୀ ଗର୍ଲଙ୍କ ଭାଇ ତାଙ୍କ ଗର୍ଲଫ୍ରେଣ୍ଡ ନୀଲମ ଉପାଧ୍ୟାୟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ସମୟରେ ପୂରା ଚୋପ୍ରା ପରିବାର ଏବେ ଖୁସିର ମାହୋଲ ରହିଛି । ବର୍ତ୍ତମାନ ସିଦ୍ଧାର୍ଥ ଚୋପ୍ରାଙ୍କ ନିର୍ବନ୍ଧର ଫଟୋ ସାମ୍ନାକୁ ଆସିଛି, ଯେଉଁଥିରେ ପୁରା ପରିବାର ହେବାକୁ ଥିବା ବୋହୂ ସହିତ ପୋଜ୍ କରୁଥିବା ନଜର ଆସିଥିଲେ ।

ଚୋପ୍ରା ପରିବାରରେ ପ୍ରିୟଙ୍କା ଚୋପ୍ରା ଏବଂ ପାରିଣୀତି ଚୋପ୍ରାଙ୍କ ପରେ ଏବେ ସିଦ୍ଧାର୍ଥ ଚୋପ୍ରା ମ୍ୟାରଜ୍‌କୁ ନେଇ ଚର୍ଚ୍ଚା ଜୋରସୋର ଚାଲିଛି । ନିକଟରେ ଦେଶୀ ଗର୍ଲଙ୍କ ଭାଇ ତାଙ୍କ ଗର୍ଲଫ୍ରେଣ୍ଡ ନୀଲମ ଉପାଧ୍ୟାୟଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଏହି ସମୟରେ ପୂରା ଚୋପ୍ରା ପରିବାର ଏବେ ଖୁସିର ମାହୋଲ ରହିଛି । ତେବେ ଏହି ଅବସରରେ ପାରିଣୀତି ଚୋପ୍ରାଙ୍କୁ ଦେଖିବାକୁ ମିଳିନଥିଲା । ବର୍ତ୍ତମାନ ସିଦ୍ଧାର୍ଥ ଚୋପ୍ରାଙ୍କ ନିର୍ବନ୍ଧର ଫଟୋ ସାମ୍ନାକୁ ଆସିଛି ଯେଉଁଥିରେ ପୁରା ପରିବାର ହେବାକୁ ଥିବା ବୋହୂ ସହିତ ପୋଜ୍ କରୁଥିବା ନଜର ଆସିଥିଲେ ।

ତେବେ ସିଦ୍ଧାର୍ଥ ଚୋପ୍ରାଙ୍କ ନିର୍ବନ୍ଧ ଫଟୋରେ ପୂରା ଚୋପ୍ରା ପରିବାରକୁ ଦେଖିବାକୁ ମିଳିଛି । ଏହି ଫଟୋଗୁଡ଼ିକରେ ପ୍ରିୟଙ୍କାଙ୍କ ମା’ ମଧୁ ଚୋପ୍ରା, କଜନ ମନ୍ନାରା ଚୋପ୍ରା, ସାଙ୍ଗ ତମନ୍ନା ଦତ୍ତ, ପ୍ରିୟଙ୍କା, ତାଙ୍କ ସ୍ୱାମୀ ନିକ ଜୋନାସ ଏବଂ ଝିଅ ମାଳତୀ ନଜର ଆସିଛନ୍ତି । ସିଦ୍ଧାର୍ଥ ଚୋପ୍ରା ଓ ନୀଲମ ଉପାଧ୍ୟାୟଙ୍କ ରୋକା ସମାରୋହରେ ପ୍ରିୟଙ୍କା, ନିକ ଜୋନାସ ଏବଂ ମାଳତୀ ମେରିଙ୍କୁ ଇଣ୍ଡିଆନ୍‌ ଲୁକରେ ଦେଖିବାକୁ ମିଳିଥିଲା । ତେବେ ପରିବାରର ସମସ୍ତ ସଦସ୍ୟ ଏକାଠି ପୋଜ୍ କରୁଥିବାବେଳେ ବହୁତ ଖୁସି ହେଉଥିବାର ଦେଖିବାକୁ ମିଳିଥିଲା । ଏହି ଫଟୋଗୁଡ଼ିକ ମଧ୍ୟରୁ ବର୍ତ୍ତମାନ ଗୋଟିଏ ଫଟୋ ବହୁତ ଚର୍ଚ୍ଚାରେ ରହିଛି, ଯେଉଁଥିରେ ପ୍ରିୟଙ୍କାଙ୍କ ହେବାକୁ ଥିବା ଭାଉଜ ମାଳତୀଙ୍କୁ ବହୁତ ଭଲ ପାଇବା ଦେଉଥିବାର ନଜର ଆସିଛନ୍ତି । ଏହି ସମୟ ମଧ୍ୟରେ ପ୍ରିୟଙ୍କାଙ୍କ ମୁହଁରେ ଏକ ଭିନ୍ନ ପ୍ରକାରର ଖୁସି ଦେଖିବାକୁ ମିଳିଛି ।

 

View this post on Instagram

 

A post shared by Neelam Upadhyaya (@neelamupadhyaya)

ଏହି ଫଟୋ ପୂର୍ବରୁ ନୀଲମ ଏବଂ ସିଦ୍ଧାର୍ଥ ତାଙ୍କ ଇନଷ୍ଟାଗ୍ରାମରେ ରୋକା ସମାରୋହର ଫଟୋ ସେୟାର କରିଥିଲେ । ସେହି ଫଟୋଗୁଡ଼ିକରେ ଉଭୟ ବହୁତ ଖୁସିରେ ପୋଜ୍ କରୁଥିବା ଦେଖିବାକୁ ମିଳିଥିଲା । ଉଭୟଙ୍କ ରୋକା ଲୁକ୍ ବିଷୟରେ କଥାବାର୍ତ୍ତା କରିବାକୁ ଗଲେ, ଏହି ସମୟ ମଧ୍ୟରେ ନୀଲମଙ୍କୁ ଏକ ଶିମରୀ ପର୍ପଲ ପାଲାଜୋ ସୁଟରେ ଦେଖିବାକୁ ମିଳିଥିଲା । ଏହା ସହ ସିଦ୍ଧାର୍ଥ ଏକ ପାରମ୍ପାରିକ ପୋଷାକରେ ନଜର ଆସିଥିଲେ । ତେବେ ଏପରି ଭାବେ ଏହି ଦୁଇ ଜଣା ଦମ୍ପତି ଅନେକ ଲୋକଙ୍କ ମନ ଜିତିଛନ୍ତି ।

ନୀଲମ ଉପାଧ୍ୟାୟ ହେଉଛନ୍ତି ଜଣେ ସାଉଥ୍‌ ସିନେମାର ଅଭିନେତ୍ରୀ । ସେ ୨୦୧୨ ମସିହାରୁ ତେଲୁଗୁ ସିନେମାରେ ନିଜର କ୍ୟାରିଅର୍ ଆରମ୍ଭ କରିଥିଲେ । ସେ ଫିଲ୍ମ ‘ମିଷ୍ଟର ୭’ରେ ଅଭିନୟ କରିଥିଲେ । ଏହା ବ୍ୟତୀତ ସେ ଅନେକ ତାମିଲ ଚଳଚ୍ଚିତ୍ରରେ ମଧ୍ୟ କାମ କରିଛନ୍ତି । ଏବେ ଏହି କପଲଙ୍କ ଫଟୋ ସୋସିଆଲ ମିଡିଆର ଖୁବ୍‌ ଭାଇରାଲ ହେବାରେ ଲାଗିଛି । ଏହା ସହ ସମସ୍ତଙ୍କ ଲୋକଙ୍କର ଖୁବ୍‌ ଭଲ ପାଇବା ମଧ୍ୟ ନେଉଛନ୍ତି ।

 

View this post on Instagram

 

A post shared by Neelam Upadhyaya (@neelamupadhyaya)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.