Below header

ହନୁମାନ ଜୟନ୍ତୀ, ଜାଣନ୍ତୁ କିପରି କରିବେ ବଜ୍ରଙ୍ଗବଲିଙ୍କ ପୂଜା

ପବନପୁତ୍ର ପ୍ରଭୁ ହନୁମାନଙ୍କ ଜନ୍ମଉତ୍ସବ । ଚୈତ୍ର ମାସର ପୂର୍ଣ୍ଣିମା ତିଥିରେ ହନୁମାନଙ୍କ ଜନ୍ମ ବୋଲି କୁଯାଏ । ହନୁମାନ ଜୟନ୍ତୀ ଦିନ ଯେଉଁ ଭକ୍ତ ବିଧିବଦ୍ଧ ଭାବରେ ବା ଶ୍ରଦ୍ଧାପୂର୍ବକ ପୂଜା-ପାଠ କରିଥାନ୍ତି ତାଙ୍କର ସମସ୍ତ ମନସ୍କାମନା ପୂରଣ ହୋଇଥାଏ ବୋଲି ବିଶ୍ୱାସ ରହିଛି। ମାନ୍ୟତା ରହିଛି ଏହି ଦିନ ଭକ୍ତି ଭାବରେ ବଜ୍ରଙ୍ଗବଲିଙ୍କୁ ସ୍ମରଣ କଲେ ସମସ୍ତ କଷ୍ଟ କିଛି ମୁହୂର୍ତ୍ତ ଭିତରେ ଦୂର ହୋଇଯାଏ। ରାମ ଭକ୍ତ ହନୁମାନ ଭଗବାନ ଶିବଙ୍କ ୧୧ତମ ରୁଦ୍ରାବତାର ବୋଲି କୁହାଯାଏ । ତାଙ୍କର ଉପାସନା କରିବା ଦ୍ବାରା ସମସ୍ତ ବାଧା-ବିଘ୍ନର ବିନାଶ ହୋଇଥାଏ।
ଶାସ୍ତ୍ରରେ ଯେଉଁ ସାତ ଜଣ ଚିରଞ୍ଜୀବୀଙ୍କ ନାମ ରହିଛି, ସେଥିରେ ଅଶ୍ବଥମା, ବଳି, ବ୍ୟାସ, ହନୁମାନ, ବିଭୀଷଣ, କୃପାଚାର୍ଯ୍ୟ ଏବଂ ଭଗବାନ ପର୍ଶୁରାମ ରହିଛନ୍ତି। ପୌରାଣିକ ଶାସ୍ତ୍ର ଅନୁଯାୟୀ ଏହି ଅମର ଆତ୍ମା ଆଜି ମଧ୍ୟ ପୃଥିବୀପୃଷରେ ଆମ ମଧ୍ୟରେ ବାସ କରିଛନ୍ତି।

hanuman-jiକଳିଯୁଗରେ ଏହି ସାତ ଚିରଞ୍ଜୀବୀଙ୍କ ମଧ୍ୟରେ ସବୁଠାରୁ ଅଧିକ ହନୁମାନଙ୍କ ସାଧନା କରାଯାଇଥାଏ। ପ୍ରାୟତଃ ଦେଶର ପ୍ରତ୍ୟେକ ସ୍ଥାନରେ ହନୁମାନଙ୍କୁ ପୂଜା କରାଯାଏ। ସମସ୍ତ ଦେବା-ଦେବୀଙ୍କ ମଧ୍ୟରେ ହନୁମାନ ଶୀଘ୍ର ପ୍ରସନ୍ନ ହୋଇଥାନ୍ତି। ଯାହାଙ୍କର ନା ନେବା ମାତ୍ରେ ବଡ଼ରୁ ବଡ଼ ସଙ୍କଟ ଟଳି ଯାଇଥାଏ ଏବଂ ସମସ୍ୟା ମଧ୍ୟ ଦୂର ହୋଇଥାଏ।

ହନୁମାନ ଜୟନ୍ତୀର ପୂଜା ବିଧି

ହନୁମାନଙ୍କ ସାଧନାରେ ଯେକୌଣସି ପ୍ରକାର ଅନିଷ୍ଟ ଗ୍ରହର ପ୍ରକୋପରୁ ମୁକ୍ତି ମିଳିଥାଏ। ହନୁମାନଙ୍କ ଶରଣରେ ଥିବା ଭକ୍ତମାନଙ୍କର ଶନି ଗ୍ରହ ମଧ୍ୟ କିଛି ଅନିଷ୍ଟ କରି ପାରିନଥାନ୍ତି। ହନୁମାନ ଜୟନ୍ତୀ ଦିନ ବଜରଙ୍ଗବଲୀଙ୍କ ଉପବାସ କରିବା ଦ୍ବାରା ସମସ୍ତ ପ୍ରକାର ରୋଗ, ଭୟ ଏବଂ ସଙ୍କଟ ଦୂର ହୋଇଥାଏ। ଏଥିସହ ହନୁମାନଙ୍କ କୃପାରେ ପୂରା ବର୍ଷ ସୁଖ ସମୃଦ୍ଧି ପ୍ରାପ୍ତି ହୋଇଥାଏ।
ହନୁମାନଙ୍କର ଚମେଲି ତେଲ ଏବଂ ସିନ୍ଦୂର ଅତ୍ୟଧିକ ପ୍ରିୟ। ଏହି କାରଣରୁ ହନୁମାନ ଜୟନ୍ତୀ ଦିନ ପବନସୁତଙ୍କୁ ଚମେଲି ତେଲ ସହ ସିନ୍ଦୂର ନିଶ୍ଚିନ୍ତି ଲାଗି କରନ୍ତୁ।

hanuman-ji-

ଦୀର୍ଘ ସମୟ ଧରି ଯଦି ଆପଣ କୌଣସି କଷ୍ଟରେ ବା ଦୁଃଖରେ ରହିଛନ୍ତି ତେବେ ହନୁମାନ ଜୟନ୍ତୀ ଦିନ ସ୍ନାନ କାର୍ଯ୍ୟ ସାରିବା ପରେ ସ୍ବଚ୍ଛ ବସ୍ତ୍ର ପରିଧାନ କରି ମନ୍ଦିର କିମ୍ବା ଘରେ ବଜରଙ୍ଗବଲୀଙ୍କ ପ୍ରତିମା ସାମ୍ନାରେ ସିନ୍ଦୂର ଲାଗି କରନ୍ତୁ। ଏପରି କରିବା ଦ୍ବାରା ଆପଣଙ୍କ ସମସ୍ତ ସମସ୍ୟା ଦୂର ହୋଇଥାଏ।
ଯଦି ଆପଣଙ୍କ କାମରେ ଲଗାତର ବାଧା ଆସିଥାଏ ଏବଂ ଆପଣ ଶତ ଚେଷ୍ଟା କରିବା ପରେ ମଧ୍ୟ କାମଟି କରିପାରି ନଥାନ୍ତି, ତେବେ ହନୁମାନ ଜୟନ୍ତୀ ଦିନ ଶ୍ରୀ ବଜରଙ୍ଗବଲୀଙ୍କୁ ଗୋଲାପ ଫୁଲର ସୁଗନ୍ଧ ବା ମାଳ ଚଢାନ୍ତୁ। ଏପରି କରିବା ଦ୍ବାରା ଆପଣ ଜୀବନରେ ପରିବର୍ତ୍ତନ ଘଟିବ ନିଶ୍ଚୟ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.