Below header

ମାତ୍ର ଗୋଟିଏ ରାତିରେ ହୋଇଥିଲା ଏହିସବୁ ମନ୍ଦିରର ନିର୍ମାଣ, ଏହା ପଛରେ ଅଛି ଆଶ୍ଚର୍ଯ୍ୟ କରିଦେବା ଭଳି କାହାଣୀ

ଆମ ଦେଶରେ ଏଭଳି ଅନେକ ମନ୍ଦିର ରହିଛି ଯାହାର କାହାଣୀ କୌଣସି ଚମତ୍କାରରୁ କମ ନୁହଁ। ଏଥିମଧ୍ୟରୁ ଅନେକ ସହସ୍ର ବର୍ଷ ପୁରୁଣା ଏବଂ ସବୁ ମନ୍ଦିରର ନିର୍ମାଣ ପଛରେ ରହିଛି ଏକ ରହସ୍ୟମୟୀ କାହାଣୀ। ଆଜି ଆମେ ଆପଣଙ୍କୁ କିଛି ଏଭଳି ମନ୍ଦିର ବିଷୟରେ କହିବୁ ଯାହାର ନିର୍ମାଣ କାର୍ଯ୍ୟ ମାତ୍ର ଗୋଟିଏ ରାତିରେ ହିଁ ଶେଷ ହୋଇଛି। ଏ ସବୁର ନିର୍ମାଣ ପଛରେ ଥିବା କାହାଣୀ ଅତ୍ୟନ୍ତ ରୋମାଞ୍ଚକର।

Precious innocence - copyspaceଉତ୍ତର ପ୍ରଦେଶର ବୃନ୍ଦାବନରେ ଅବସ୍ଥିତ ଗୋବିନ୍ଦ ଦେବ ଜୀଙ୍କ ମନ୍ଦିର। ଏହି ମନ୍ଦିରକୁ ନିକଟରୁ ଦେଖିଲେ ଆପଣଙ୍କୁ ଲାଗିବ ଯେ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହୋଇନାହିଁ। କୁହାଯାଏ ଯେ ଏହି ମନ୍ଦିର କୁଆଡେ ମାତ୍ର ଗୋଟିଏ ରାତିରେ ହିଁ ନିର୍ମାଣ କରାଯାଇଥିଲା ଏବଂ ଭୁତମାନେ ଏହାର ନିର୍ମାଣ କରିଥିଲେ। ଏହା ମଧ୍ୟ କୁହାଯାଏ ଯେ ସକାଳ ହେବ ପୂର୍ବରୁ କୌଣସି ବ୍ୟକ୍ତି ଚକ୍କୀ ଚଲାଇବା ଆରମ୍ଭ କରିବାରୁ ଏହାକୁ ନିର୍ମାଣ କରୁଥିବା ଅଶରୀରୀ ଶକ୍ତିମାନେ ସେ ସ୍ଥାନ ଛାଡି ପଳାଇଥିଲେ। ଫଳରେ ମନ୍ଦିରର ନିର୍ମାଣ କାର୍ଯ୍ୟ ଅଧାରେ ରହି ଯାଇଥିଲା।

utarakhand temp 6ଉତ୍ତରାଖଣ୍ଡର ପିଥଉରାଗଡରେ ମହାଦେବଙ୍କର ଏକ ମନ୍ଦିର ଅଛି ଯାହା ହାଥୀଆ ଦେବାଲ ନାମରେ ପରିଚିତ। ଏହି ମନ୍ଦିର ବିଷୟରେ ଲୋକକଥା ଅଛି ଯେ ଏକ ହାତ ବିଶିଷ୍ଟ ଜଣେ ଶିଲ୍ପକାର ଏହାକୁ ମାତ୍ର ଗୋଟିଏ ରାତିରେ ନିର୍ମାଣ କରିଥିଲେ। କିନ୍ତୁ ସକାଳ ହେବା ପୂର୍ବରୁ ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବା ଚକରରେ ଏହି କାରିଗର ଏଠାରେ ଶିବଲିଙ୍ଗଙ୍କ ଉପରେ ଥିବା ସର୍ପର ମୁଖ ବିପରୀତ ଦିଗକୁ ବନାଇଦେଇଥିଲେ, ଯେଉଁଥିପାଇଁ ଏହି ମନ୍ଦିରରେ ପୂଜାପୁଜି କରାଯାଏ ନାହିଁ।

Kakanmath-temple-2ମଧ୍ୟପ୍ରଦେଶର ମୁରେଇନା ଜିଲ୍ଳାଠୁ ପ୍ରାୟ ୨୦ କିଲୋମିଟର ଦୂରରେ ଅଛି ଏକ ପ୍ରାଚୀନ ଶିବ ମନ୍ଦିର ଯାହାର ନାମ କନକ ମଠ। ଏହି ମନ୍ଦିରର ନିର୍ମାଣ କଛଵାହ ବଂଶର ରାଜା କିର୍ତ୍ତୀ ସିଂହଙ୍କ ଶାସନକାଳରେ ହୋଇଥିଲା। ଏହି ମନ୍ଦିର ମଧ୍ୟ ମାତ୍ର ଗୋଟିଏ ରାତିରେ ନିର୍ମାଣ ହୋଇଥିଲା। କୁହାଯାଏ ଯେ ଏହି ମନ୍ଦିରର ନିର୍ମାଣ ମହାଦେଙ୍କ ଗଣ ବା ଭୁତମାନଙ୍କ ଦ୍ୱାରା ହୋଇଥିଲା। ଏହି ମନ୍ଦିରର ବିଶେଷତ୍ୱ ଏହା ଯେ ଏହି ମନ୍ଦିର କେବଳ ପଥରରେ ନିର୍ମିତ ହୋଇଛି ଏବଂ ଏଭଳି ସନ୍ତୁଳନରେ ରଖା ଯାଇଛି ଯେ ବଡରୁ ବଡ ଝଡ ତୋଫାନ ମଧ୍ୟ ଏହାକୁ ହଲାଇ ପାରିବନି।

Temple_of_Bhojpurପରବର୍ତ୍ତୀ ମନ୍ଦିର ହେଉଛି ମଧ୍ୟପ୍ରଦେଶର ରାଜଧାନୀ ଭୋପାଳଠାରୁ ୩୨ କିଲୋମିଟର ଦୂର ଭୋଜପୁରର ଏକ ପାହାଡ ଉପରେ ଅବସ୍ଥିତ ଭୋଜେଶ୍ଵର ମନ୍ଦିର। ଏହି ମନ୍ଦିରର ନିର୍ମାଣ ପରମର ବଂଶର ପ୍ରସିଦ୍ଧ ରାଜା ଭୋଜଙ୍କ ଦ୍ୱାରା ହୋଇଥିଲା। ଏହି ମନ୍ଦିର ମଧ୍ୟ ଅର୍ଦ୍ଧନିର୍ମିତ ଅବସ୍ଥାରେ ପଡ଼ିରହିଛି, କିନ୍ତୁ ଏହାର ନିର୍ମାଣ କାର୍ଯ୍ୟ କାହିଁକି ଅଧାରେ ବନ୍ଦ ହେଲା ତାର କୌଣସି ଠୋସ ପ୍ରମାଣ ଏ ପର୍ଯ୍ୟନ୍ତ ମିଳିନାହିଁ। କିନ୍ତୁ କୁହାଯାଏ ଯେ, ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଗୋଟିଏ ରାତିରେ ହିଁ ସମାପ୍ତ ହବାର ଥିଲା, ମାତ୍ର ସକାଳ ସୁଦ୍ଧା ମନ୍ଦିର ଛାତର ନିର୍ମାଣ ନ ସରିବାରୁ ନିର୍ମାଣ କାର୍ଯ୍ୟ ଅଧାରେ ରହିଗଲା। ଏହି ମନ୍ଦିରର ବିଶେଷତ୍ୱ ଏହାର ବିଶାଳ ଶିବଲିଙ୍ଗ ଅଟେ ଯାହା ଗୋଟିଏ ପଥରରେ ନିର୍ମିତ ଏବଂ ବିଶ୍ୱର ସର୍ବବୃହତ ଶିବଲିଙ୍ଗ ଅଟେ।

deoghar tempଝାଡ଼ଖଣ୍ଡର ଦେଓଘରରେ ଅବସ୍ଥିତ ବିଶାଳ ଶିବ ମନ୍ଦିର ବିଷୟରେ କିଏ ବା ନ ଜାଣେ? ଏହା ବିଶ୍ୱର ଅନ୍ୟତମ ପ୍ରସିଦ୍ଧ ଶୈବ ପୀଠ ଅଟେ। କୁହାଯାଏ ଯେ ସ୍ୱୟଂ ଭଗବାନ ବିଶ୍ୱକର୍ମା ଏହି ମନ୍ଦିରର ନିର୍ମାଣ ମାତ୍ର ଗୋଟିଏ ରାତିରେ କରିଥିଲେ। ଏହି ମନ୍ଦିରର ପ୍ରାଙ୍ଗଣରେ ସ୍ଥିତ ମାତା ପାର୍ବତୀଙ୍କ ମନ୍ଦିର ବିଷୟରେ କୁହ ଯାଏ ଯେ, ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ ହେବା ପୂର୍ବରୁ ସକାଳ ହୋଇ ଯାଇଥିଲା ଯେଉଁଥିପାଇଁ ଏହି ମନ୍ଦିରର ନିର୍ମାଣ କାର୍ଯ୍ୟ ଅଧାରେ ରହିଗଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.