Below header

ଆପଣଙ୍କ ସ୍ମାର୍ଟଫୋନ୍ ଅସଲି ନା ନକଲି ? ମାତ୍ର ଗୋଟିଏ SMS ରେ ଜାଣନ୍ତୁ

ଯଦି ଆମେ ଆପଣଙ୍କୁ କହିବୁ ଆପଣଙ୍କ ନିକଟରେ ସ୍ମାର୍ଟଫୋନ୍ ନାହିଁ ତେବେ ନିଶ୍ଚୟ ଆପଣଙ୍କୁ ହସ ଲାଗିବ । ଏହି ଖବର ପଢୁଥିବା ପ୍ରାୟ ସମସ୍ତଙ୍କ ନିଟକଟରେ ସ୍ମାର୍ଟଫୋନ୍ ନିହାତି ଥିବ । କାରଣ ଆଜି କାଲି ଖୁବ୍ ଶସ୍ତାରେ ମିଳୁଛି ସ୍ମାର୍ଟଫୋନ୍ । ଅନେକ ସମୟରେ ଅନଲାଇନରେ ମନଲୋଭା ଅଫର୍ ସହ ମିଳିଥାଏ ସ୍ମାର୍ଟଫୋନ୍ । କେବଳ ସେତିକି ନୁହେଁ ଜବରଦସ୍ତ କ୍ୟାସବ୍ୟାକ୍ ମଧ୍ୟ ମିଳେ ।
ହେଲେ ଅନେକ ଲୋକ ଅନଲାଇନ୍ ସ୍ମାର୍ଟଫୋନ୍ କିଣିବାକୁ ପଛଘୁଂଚା ଦିଅନ୍ତି । କାରଣ ସେମାନଙ୍କୁ ଠକାମୀର ଭୟ ଥାଏ । କାଳେ ନକଲି ଫୋନ୍ ଆସିଯିବ । କିନ୍ତୁ ଆଜି ଆମେ ଅସଲି ଏବଂ ନକଲି ସ୍ମାର୍ଟଫୋନ୍ ଚିହ୍ନିବାର ଏକ ସହଜ ଉପାୟ ବତାଇବୁ । ମାତ୍ର ଗୋଟିଏ ମେସେଜ୍ ମାଧ୍ୟମରେ ଆପଣଙ୍କ ଫୋନ୍ ଅସଲି କି ନକଲି ଜାଣିପାରିବେ ।

ତେବେ ଏହି ସୁବିଧା ଆଉ କେହି ନୁହେଁ ବରଂ ନିଜେ ଟେଲିକମ୍ୟୁନିକେସନ୍ ବିଭାଗ ଦେଇଛି । ଏହି ସେବା ମାଧ୍ୟମରେ ଆପଣ ମାତ୍ର ଗୋଟିଏ ଏସଏମଏସ୍ ପଠାଇ ନିଜ ଫୋନ୍ ବିଷୟରେ ସମ୍ପୂର୍ଣ୍ଣ ସୂଚନା ପାଇପାରିବେ । କେବଳ ସେତିକି ନୁହେଁ C- DOT ଆପ୍ ମାଧ୍ୟମରେ ମଧ୍ୟ ଫୋନ୍ ଅସଲ କି ନକଲ ଜାଣି ପାରିବେ ।

ଯଦି ଏସଏମଏସ୍ ମାଧ୍ୟମରେ ଫୋନ୍ ଅସଲ କି ନକଲ ଜାଣିବାକୁ ଚାହାଁନ୍ତି ତେବେ ପ୍ରଥମେ KYM ଲେଖି ଗୋଟିଏ ସ୍ପେସ୍ ଦେଇ ୧୫ ଅଙ୍କ ବିଶିଷ୍ଟ ମୋବାଇଲର IMEI ନମ୍ବର ଲେଖନ୍ତୁ । ଏହା ପରେ ୧୪୪୨୨ ରେ ପଠାଇ ଦିଅନ୍ତୁ । ଯଦି ଫୋନର IMEI ନମ୍ବର ଜଣା ନାହିଁ ତେବେ *#06#  ଡାଏଲ୍ କରି ଜାଣି ପାରିବେ । ଏହା ପରେ ଆପଣଙ୍କ ନିକଟକୁ ଗୋଟିଏ ମେସେଜ୍ ଆସିବ । ଯେଉଁଥିରେ ଆପଣଙ୍କ ଫୋନ୍ ସହ କମ୍ପାନୀର ନା ଏବଂ ଅନ୍ୟ ସୂଚନା ମିଳିଯିବ ।

ଏସଏମଏସ୍ ବ୍ୟତୀତ ପ୍ଲେ ଷ୍ଟୋରରେ KYM – Know Your Mobile ଆପ୍ ଡାଉନଲୋଡ୍ କରି ଫୋନ୍ ବିଷୟରେ ଆବଶ୍ୟକୀୟ ତଥ୍ୟ ପାଇପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.