Below header

ସ୍ବପ୍ନାଙ୍କ ଗୀତରେ ସନ୍ନିଙ୍କ ଜବରଦସ୍ତ ଡ୍ୟାନ୍ସ , ଲୁଟୁଛି ଫ୍ୟାନ୍ସଙ୍କ ହୃଦୟ

ଦେଶର ଏକ ଜଣାଶୁଣା ତଥା ଲୋକପ୍ରିୟ ଚେହେରା ସ୍ବପ୍ନା ଚୌଧୁରୀ । ତାଙ୍କର ଗୀତ ସବୁ ବଲିଉଡ ଷ୍ଟାରଙ୍କୁ ମଧ୍ୟ ଖୁବ୍ ପସନ୍ଦ ଆସୁଛି । ଟିକେ ସୁଯୋଗ ମିଳିଲେ ସ୍ବପ୍ନାଙ୍କ ହରିୟାଣୀ ଗୀତରେ ଠୁମକା ଲଗାଇବାକୁ ପଛାଉ ନାହାଁନ୍ତି । ଏବେ ସନ୍ନି ଲଓନି ସ୍ବପ୍ନାଙ୍କ ଗୀତରେ ଲଗାଇଛନ୍ତି ଜୋରଦାର ଠୁମକା । ଯାହା ସୋସିଆଲ୍ ମିଡିଆରେ ହେବାକୁ ଲାଗିଛି ଭାଇରାଲ୍ । ବେବି ଡଲଙ୍କ ଏହି ଭିଡିଓ ଦେଖିବା ପରେ ସେୟାର୍ ନକରି ରହିପାରିବେନି ।

ଭିଡିଓରେ ଦେଖିବାକୁ ମିଳିଛି ସ୍ବପ୍ନାଙ୍କ ଲୋକପ୍ରିୟ ଗୀତ ତେବେ ଆଖ୍ୟା କା ୟୋ କାଜଲ୍ ରେ ଜବରଦସ୍ତ ଡ୍ୟାନ୍ସ କରୁଛନ୍ତି ସନ୍ନି । କଳା ରଙ୍ଗର ଟି ସର୍ଟ ଏବଂ ପ୍ୟାଣ୍ଟରେ ବେବି ଡଲଙ୍କ ସୁପର ଡ୍ୟାନ୍ସ ମୁଭ୍ ସହ ଲୁକ୍ସ ଦେଖିବାର ଅଛି । ତେବେ ସନ୍ନିଙ୍କ ସହ ଆଉ ଜଣେ ଝିଅ ମଧ୍ୟ ଡ୍ୟାନ୍ସ କରୁଛନ୍ତି ।

ଅନ୍ୟପଟେ ସନ୍ନିଙ୍କ ଏହି ଭିଡିଓ ଦେଖିବା ପରେ ୟୁଜର୍ସ ବି ନିଜ ପ୍ରତିକ୍ରିୟା ରଖିଛନ୍ତି । ଫ୍ୟାନ୍ସଙ୍କ ଖୁବ୍ ପସନ୍ଦ ହୋଇଛି ସନ୍ନିଙ୍କ ଏହି ଭିଡିଓ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.