ଏଠି ଝିଅଙ୍କୁ ଯୌତୁକରେ ଦିଆଯାଏ ବିଷଧର ସାପ, ନଚେତ ରହିଯାନ୍ତି କୁଆଁରି

ଯୌତୁକକୁ ଆମ ଦେଶରେ ଅପରାଧ ବୋଲି କୁହଯାଇଛି। କିନ୍ତୁ ଆଜି ମଧ୍ୟ ଲୋକମାନେ ଖୋଲାଖୋଲି ଭାବେ ଯୌତୁକ ନେଉଛନ୍ତି ଏବଂ କହୁଛନ୍ତି ଯାହା ଦେଉଛ ଆପଣଙ୍କ ଝିଅ ପାଇଁ ଦେଉଛ। ଯୌତୁକରେ ଲୋକମାନେ ଅଳଙ୍କାର ଏବଂ ଜିନିଷ ପତ୍ର ଦେଇଥାନ୍ତି। କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ବିଷୟରେ କହିବାକୁ ଯାଉଛୁ ଯେଉଁଠି ଯୌତୁକରେ ବିଷଧର ସାପ ନେଇଥାନ୍ତି। ଏହି ପ୍ରଥା ପୁରାତନ କାଳରୁ ଚାଲିଆସୁଛି।
ବିବାହର ଏହି ସ୍ବତନ୍ତ୍ର ପ୍ରଥା ଛତିଶଗଡର ମହାସମୁଦ୍ର ଜିଲ୍ଲାରେ ତୁମଗାଁ ବସ୍ତିରେ ରହୁଥିବା ସାପୁଆ ଜାତିର ଲୋକଙ୍କ ପରମ୍ପରା ଅଟେ। ଏଠାରେ ବିବାହରେ ଝିଅର ପରିବାର ବିବାହ ସମୟରେ ପ୍ରାୟ ୨୧ ବିଷଧର ସାପ ଦେଇଥାନ୍ତି। ଆପଣ ଏହା ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଯଦି କେହି ବାପା ଝିଅକୁ ଏହି ସବୁ ଦେଇପାରିବା ପାଇଁ ଅକ୍ଷମ ହୁଅନ୍ତି ତେବେ ସେହି ଝିଅ କୁଆଁରି ହୋଇ ରହିଯାଏ।
ସାପୁଆ ଜାତିର ଲୋକଙ୍କ ପାଇଁ ରୋଜଗାର ଠାରୁ ନେଇ ଜମାପୁଞ୍ଜି ପର୍ଯ୍ୟନ୍ତ ସବୁକିଛି ଏହି ବିଷଧର ସାପ ଅଟେ। ଏହି ବିଷଧର ସାପକୁ ଦେଖାଇ ଯେଉଁ ଟଙ୍କା ମିଳିଥାଏ ସେଥିରୁ ସେମାନଙ୍କ ପରିବାର ଚଳିଥାଏ।