Below header

ଅଭିନୟ ଜଗତକୁ ଅଲବିଦା କହିପାରନ୍ତି ଅନୁଷ୍କା ! ଜଣାନ୍ତୁ କାହିଁକି ?

ମୁମ୍ବାଇ : ଆଉ ବଡ ପରଦାରେ ଦେଖିବାକୁ ମିଳି ନପାରେ ବିଲିଉଡର ଚର୍ଚ୍ଚିତ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ଜଲଓ୍ୱା । କାରଣ ସେ କିଛିବି ସୁଟିଂ କରିବାପାଇଁ ଇଛା ପ୍ରକାଶ କରୁ ନାହାନ୍ତି ବୋଲି ଜଣା ପଡିଛି । ତାଙ୍କ ଅଭିନୀତ ଶେଷ ସିନେମା ଥିଲା ‘ଜିରୋ’ ଯେଉଁଥିରେ ଲିଡ୍ ରୋଲରେ ଶାହରୁଖ ଖାନ ଓ କଟ୍ରିନା କୈଫଙ୍କ ସହିତ ନଜର ଆସିଥିଲେ ଅନୁଷ୍କା । କିନ୍ତୁ ବକ୍ସ ଅଫିସରେ ଏହି ସିନେମାଟି ଭଲ ପ୍ରଭାବ ପକେଇନଥିଲା ।

ତେଣୁ ଚର୍ଚ୍ଚା ହେଉଛି ଏହି ସିନେମାଟିର ବିଫଳତା ହିଁ ଅନୁଷ୍କାଙ୍କୁ ବଡ ପରଦା ଛାଡିବାକୁ ବାଧ୍ୟ କରୁଛି । କିନ୍ତୁ ଏହାର ସତ୍ୟତା ବର୍ତ୍ତମାନ ପର୍ଯ୍ଯନ୍ତ କିଛି ଜଣା ପଡିନାହିଁ । କିନ୍ତୁ ଏହା ଦର୍ଶାଉଛି ଏହି କାରଣ ପାଇଁ ନାୟିକା ଜଣକ କିଛି ଦିନ ସିନେମା ଜଗତରୁ ଦୂରେଇ ରହିବା ପାଇଁ ଏବେ କୌଣସି ପ୍ରୋଜେକ୍ଟ ସାଇନ କରୁନାହାନ୍ତି । କିଛି ରିପୋର୍ଟ ଅନୁସାରେ, ଅନୁଷ୍କା ତାଙ୍କ ସ୍ବାମୀ ବିରାଟଙ୍କ ସହ ଆଇସିସି ୱାର୍ଲ୍ଡ କପ ୨୦୧୯ରେ ଯିବେ ବୋଲି ଅଣ୍ଟାଭିଡିଥିବା କାରଣରୁ ସେ ଏହି ସିନେମା ଜଗତରୁ କିଛିଦିନ ବିରତି ରହିବାକୁ ଚାହୁଁଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.