Below header

୧୨ କୋଟି ଟଙ୍କା ପାରିଶ୍ରମିକ ପାଉଛନ୍ତି ଏହି ନ୍ୟୁଜ ଆଙ୍କର……

ପୂର୍ବରୁ ସାମ୍ବାଦିକତାକୁ ଏକ ଭଲ ଆୟକାରୀ ବୃତ୍ତି ଭାବରେ ଧରା ଯାଉନଥିଲା । ସାଧାରଣ ଲୋକେ ବି ଏହା ପ୍ରତି ସେତେଟା ଆକୃଷ୍ଟ ହେଉନଥିଲେ । କିନ୍ତୁ ସମୟ ସହିତ ଧୀରେ ଧୀରେ ଲୋକଙ୍କ ଚିନ୍ତାଧାରାରେ ପରିବର୍ତ୍ତନ ଆସିଲା । ସ୍ପଷ୍ଟ ତଥା ନିର୍ଭିକ ସାମ୍ବାଦିକତାକୁ ନିଜ କର୍ମକ୍ଷେତ୍ର ଭାବରେ ବାଛିନେଉଛନ୍ତି ଆଜିର ଯୁବପିଢ଼ି । ପ୍ରତି ମୁହୂର୍ତ୍ତରେ କେମିତି ଲୋକଙ୍କ ନିକଟରେ ସଠିକ ସମ୍ବାଦ ପହଞ୍ଚାଇବେ ସେ ଚେଷ୍ଟାରେ ସେମାନେ ଅଛନ୍ତି । କିନ୍ତୁ କେବେ ଭାବିଛନ୍ତିକି, ମନକୁ କେବେ ଆଣିଛନ୍ତିକି ଆପଣ ମାନଙ୍କୁ ଦିନ ରାତି ଟିକି ନିଖି ଖବର ପହଞ୍ଚାଉଥିବା ଏହି ବୃତ୍ତିଧାରୀ ମାନଙ୍କ ବେତନ କେତେ ହୋଇଥିବ । ସେମାନେ କେତେ ପାରିଶ୍ରମିକ ପାଉଥିବେ । ଆଉ ଯେତିକି ପାଉଛନ୍ତି ତାହା ସେମାନଙ୍କୁ ସୁହାଉଛିକି ନାହିଁ । ତେବେ ଆସନ୍ତୁ ଆଜି ସେ ଉପରେ ଏକ ନଜର ପକାଇବା ।

arnab

 ୧. ଅର୍ଣ୍ଣବ ଗୋସ୍ୱାମୀ:

ଅଧିକାଂଶ ସମୟରେ ଚର୍ଚ୍ଚାରେ ରହୁଥିବା ଅର୍ଣ୍ଣବ ଗୋସ୍ୱାମୀ ବର୍ତ୍ତମାନ ସମୟରେ ରିପବ୍ଲିକ ମିଡ଼ିଆ ନେଟୱାର୍କର ପ୍ରବନ୍ଧ ନିର୍ଦେଶକ ତଥା ମୁଖ୍ୟ ସମ୍ପାଦକ ଅଛନ୍ତି । ଜାଣି ଆଶ୍ଚର୍ଯ୍ୟ ହେବେ ଅର୍ଣ୍ଣବ ହେଉଛନ୍ତି ଭାରତର ସବୁଠୁ ଅଧିକ ବେତନ ପାଉଥିବା ନ୍ୟୁଜ ଆଙ୍କର । ବର୍ଷକୁ ୧୨ କୋଟି ଟଙ୍କା ସାଲାରୀ ପାଉଛନ୍ତି । ୪୭ ବର୍ଷୀୟ ଅର୍ଣ୍ଣବ ହେଉଛନ୍ତି ଆସାମ ରାଜଧାନୀ ଗୁହାଟିର ମୂଳବାସିନ୍ଦା । ତାଙ୍କ ଉପସ୍ଥାପନା ଶୈଳୀ ଅନ୍ୟ ମାନଙ୍କ ଠାରୁ ଭିନ୍ନ ।

rajdeep

arnab and rajdeep
pic credit: india today

୨. ରାଜଦୀପ ସରଦେଶାଇ:

ଭାରତରେ ସର୍ବାଧିକ ବେତନ ପାଉଥିବା ସାମ୍ବାଦିକ ତାଲିକାର ଦ୍ଵିତୀୟ ସ୍ଥାନରେ ଅଛନ୍ତି ରାଜଦୀପ ସରଦେଶାଇ । ବର୍ଷକୁ ୧୦ କୋଟି ଟଙ୍କା ପାରିଶ୍ରମିକ ପାଆନ୍ତି ରାଜଦୀପ । ତାଙ୍କ ଅଦ୍ଭୁତ ଯୋଗାଯୋଗ ଶୈଳୀ, ତର୍କ ଉପସ୍ଥାପନା ସମସ୍ତଙ୍କୁ ଆକୃଷ୍ଟ କରେ । ରାଜଦୀପ ଯେ ଖାଲି ଜଣେ ଭଲ ଆଂକର ତାହା ନୁହେଁ । ସେ ଗ୍ରାଉଣ୍ଡ ଜିରୋ ସ୍ତରରୁ ବି ଭଲ ରିପୋର୍ଟିଂ କରିପାରନ୍ତି । ଏବେକା ସମୟରେ ସେ ଇଣ୍ଡିୟା ଟୁଡ଼େରେ କାର୍ଯ୍ୟରତ ଅଛନ୍ତି ।

nidhi razdan
pic credit: See The people

୩. ନିଧି ରାଜଦାନ:

ଭାରତର ଟପ ହାଇପେଡ଼ ଆଂକରଙ୍କ ତାଲିକାରେ ତୃତୀୟ ସ୍ଥାନରେ ଅଛନ୍ତି ନିଧି ରାଜଦାନ । ଏମିତି ବି କୁହାଯାଇପାରେ, ମହିଳା ଆଙ୍କର ତାଲିକାରେ ସବୁଠୁ ଆଗରେ ଅଛନ୍ତି ଏହି ମହିଳା ଜଣଙ୍କ । ଏବେ ସେ ଏନ୍ଡ଼ିଟିଭିର ସିନିୟର ଏଡ଼ିଟର ଥିବା ବେଳେ ଜଣେ ଲୋକପ୍ରିୟ ନ୍ୟୁଜ ଅଙ୍କର ବି । ନିଧି ଦିଲ୍ଲୀ ସ୍ଥିତ ଭାରତୀୟ ଜନ ସଂଚାର ସଂସ୍ଥାନରୁ ଡିଗ୍ରୀ ହାସଲ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.