Below header

ଗ୍ରୀଷ୍ମପ୍ରବାହ ସମୟରେ ବୃକ୍ଷ ଓ ପକ୍ଷୀଙ୍କୁ ଜଳ ଯୋଗାଇ ଉଦାହରଣ ପାଲଟିଛନ୍ତି ବିରତୁଙ୍ଗର ସ୍ୱେଚ୍ଛାସେବୀ ସଂଗଠନ

ଗୋପ: ଏବେ ରାଜ୍ଯର ବିଭିନ୍ନ ସ୍ଥାନରେ ଦେଖାଯାଉଛି ଜଳକଷ୍ଟ । ଆଉ ଏମିତି ପରିସ୍ଥିତିରେ ବୃକ୍ଷ ଓ ପକ୍ଷୀଙ୍କ ପାଇଁ ଜଳ ଯୋଗାଇ ଅନ୍ଯ ମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି ଏହି ବିରତୁଙ୍ଗର ଦି ସେବକ ସ୍ୱେଚ୍ଛାସେବୀ ସଂଗଠନର କର୍ମକର୍ତ୍ତା।

youthପୁରୀ ଜିଲ୍ଲା ଗୋପ ବ୍ଲକ ବିରତୁଙ୍ଗ ପଂଚାୟତ ୧୭ ୱାର୍ଡକୁ ନେଇ ଗଠିତ। ୨୦୨୦-୨୧ ଆର୍ଥିକ ବର୍ଷରେ ରାଜ୍ଯ ସରକାରଙ୍କ ମୃତ୍ତିକା ସରକ୍ଷଣ ବିଭାଗ ପକ୍ଷରୁ ପଂଚାୟତରେ ୧ହଜାରରୁ ଉର୍ଦ୍ଧ୍ଵ ନଡ଼ିଆ ଆମ୍ବ ଚାରା ରୋପଣ କରାଯାଇଛି। ଏହାର ରକ୍ଷଣାବେକ୍ଷଣ ପାଇଁ ଅଣ୍ଟା ଭିଡିଛନ୍ତି ଗ୍ରାମର ସ୍ୱେଚ୍ଛାସେବୀ ସଂଗଠନର ଯୁବକମାନେ। ଏହି ଚାରା ସବୁ ଗାଁରେ ଥିବା କେନାଲ ବନ୍ଧ ପଡିଆରେ ଲଗାଯାଇଥିବା ବେଳେ ଯୁବକ ମାନେ ପ୍ରତିଦିନ ସକାଳେ ପହଂଚି ଚାରାର ସୁରକ୍ଷା ସହିତ ବାଲ୍ଟି , କୁଣ୍ଡ ସାହାଯ୍ଯରେ ଏକ କିଲୋମିଟର ଦୂରରୁ ପାଣି ଆଣି ଗଛରେ ଦେଇଥାନ୍ତି।

ଖାଲି ଚାରା ନୁହେଁ ଏହି ଗ୍ରୀଷ୍ମପ୍ରବାହ ସମୟରେ ପକ୍ଷୀ ମାନଙ୍କ ପାଈଁ ମଧ୍ୟ ଜଳ ଯୋଗାଇ ଦେଇଥାନ୍ତି। ଗାଁରେ ଥିବା ବଡ଼ ବଡ଼ ଗଛରେ ନିଜସ୍ବ ଖର୍ଚରେ ସରା ଆଣି ଗଛରେ ବାନ୍ଧି ପ୍ରତିଦିନ ସକାଳେ ପାଣି ପିଇବାକୁ ଦେଇଥାନ୍ତି। ଜଳ ଅଭାବରୁ କାହାରିକୁ ମରିବାକୁ ଦେବେ ନାହିଁ, ଏଭଳି ନିଷ୍ପତି ନେଇଛନ୍ତି ଏହି ସଂଗଠନର କର୍ମକର୍ତା ମାନେ। ସଂଗଠନର ଏଭଳି ପଦକ୍ଷେପକୁ ସ୍ଥାନୀୟ ବୁଦ୍ଧିଜୀବୀ ମହଲରେ ପ୍ରଶଂସା କରାଯାଇଛି।

birdସତରେ ଯଦି ସବୁ ଯୁବପୀଢିଙ୍କ ଭାବନ ଏପରି ହୁଅନ୍ତା ତେବେ ଖାଲି ମଣିଷ ସମାଜ ନୁହେଁ ଆମ ଚାରିପାଖରେ ଥିବା ଗଛ,ଲତା, ପଶୁ,ପକ୍ଷୀ ସଭିଏଁ ଏକ ସୁସ୍ଥ ପରିବେଶରେ ସୁରକ୍ଷିତ ରହିବାର ସୁଯୋଗ ପାଇ ପାରନ୍ତେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.