Below header

କରୋନା କାଳରେ ଇମ୍ଯୁନିଟି ବୁଷ୍ଟ କରିବା ପାଇଁ ପିଅନ୍ତୁ ଟମାଟୋ ଜୁସ୍

କରୋନା ଭାଇରସ ପୁଣି ଲୋକଙ୍କୁ ନିଜ କବଳରେ ବାନ୍ଧି ଦେଇଛି। ପ୍ରତିଦିନ ଅନେକ ଲୋକଙ୍କ ଜୀବନ ଯାଉଛି। ମହାମାରୀ ସମୟରେ ଶରୀରର ଇମ୍ଯୁନିଟ ସିଷ୍ଟମକୁ ମଜବୁତ କରିବା ଉଚିତ। ଡାକ୍ତରଙ୍କ ମୁତାବକ, କୌଣସି ପ୍ରକାର ଭାଇରଲ ସଂକ୍ରମଣ ଏବଂ ରୋଗ ଯେମିତିକି ଥଣ୍ଡା, କାଶ, ଇତ୍ଯାଦିରୁ ବଞ୍ଚିବା ପାଇଁ ଇମ୍ଯୁନିଟ ସିଷ୍ଟମକୁ ମଜବୁତ କରିବା ଦରକାର। ଇମ୍ଯୁନିଟ ସିଷ୍ଟମକୁ ମଜବୁତ କରିବା ପାଇଁ ସ୍ବାସ୍ଥ୍ଯକର ଫୁଡ ଖାଇବା ଜରୁରୀ। କିଛି ଆୟୁର୍ବେଦିକ ମସଲା ଏବଂ ଡ୍ରିଙ୍କସ ମଧ୍ୟ ମଜବୁତ ବନାଇଥାଏ।

କିନ୍ତୁ କିଛି ଖାସ୍ ଜୁସ୍ ପିଇବା ଦ୍ବାରା ରୋଗ ପ୍ରତିରୋଧକ ଶକ୍ତି ମଜବୁତ ମିଳିଥାଏ। ଆପଣ ଏହାକୁ ପ୍ରତିଦିନ ଖାଇବା ଉଚିତ। ଏହାର ସକାରାତ୍ମକ ଫାଇଦା ହାସିଲ କରିପାରିବେ। ଥଣ୍ଡା, କାଶ ଭଳି ସମସ୍ଯାରୁ ମୁକ୍ତି ପାଇବା ପାଇଁ ଏହା ବେଶ କାରଗାର। ଇମ୍ଯୁନିଟି ସିଷ୍ଟମକୁ ମଜବୁତ କରିବା ପାଇଁ ଟମାଟୋ ଜୁସ୍ ଫାଇଦାଯୁକ୍ତ। ଟମାଟୋ ଜୁସ ଭିଟାମିନ ସି ଫାଇଦା ଦେଇଥାଏ। ଶରୀରରେ ଆଣ୍ଟି ଅକ୍ସିଡାଣ୍ଟ ଭାବେ କାମ କରିଥାଏ।

ଟମାଟୋ ଜୁସ୍ ପ୍ରସ୍ତୁତ : ୧ କପ୍ ପାଣି, ୧ ଚୁଟକୀ ଲୁଣ, ୨ ଟି ଟମାଟୋ

tomato juice

ପ୍ରସ୍ତୁତି ପ୍ରଣାଳୀ: ପାଣିରେ ଟମାଟୋ ଭଲଭାବେ ଧୋଇଦିଅନ୍ତୁ। ଏବେ ଏହାକୁ ଛୋଟ ଛୋଟ କରି କାଟି ଗ୍ରାଇଣ୍ଡରରେ ଜୁସ କରିଦିଅନ୍ତୁ। ଏହାପରେ ଏଥିରେ ଲୁଣ ପକାଇ ପିଅନ୍ତୁ। ଏହାକୁ ପିଇବା ଦ୍ବାରା ଅନେକ ଫାଇଦା ମିଳିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.