ରାଜଧାନୀରେ ଦିନ ଦ୍ବିପ୍ରହରେ ଲୁଟ ଉଦ୍ୟମ, ଚେନ ଲୁଟିବା ବେଳେ ଲୁଟେରାକୁ କାବୁ କଲେ ଲୋକେ

କେନ୍ୟୁଜ୍(ବ୍ୟୁରୋ):  ଭୁବନେଶ୍ବରରେ ପୁଣି ମାତିଲେ ଚେନ ଲୁଟେରା। ମହିଳାଙ୍କୁ ବେକରୁ ଚେନ ଛଡାଇ ଖସିଯାଉଥିବା ବେଳେ କାବୁ କଲେ ଲୋକେ। ରାଜଧାନୀର ନାଲକୋ ଛକରେ ଘଟିଛି ଏଭଳି ଘଟଣା। ମିଳିଥିବା ସୂଚନା ମୁତାବକ ବ୍ୟାଙ୍କ ସାମ୍ନାରେ ଚାଲି ଚାଲି ଯାଉଥିବା ଜଣେ ଜଣେ ମହିଳା। ଏହି ସମୟରେ ଦୁଇ ଜଣ ଯୁବକ ବାଇକରେ ଆସି ତାଙ୍କ ବେକରୁ  ଚେନ ଝାମ୍ପିନେବାକୁ ଉଦ୍ୟମ କରିଥିଲେ।

ମହିଳା ଜଣକ ଚିତ୍କାର କରିବାରୁ ସେଠାରେ ଉପସ୍ଥିତ ଥିବା ଲୋକେ ଲୁଟେରା ଦ୍ବୟଙ୍କୁ କାବୁ କରି ପୋଲିସକୁ ଫୋନ କରିଥିଲେ। ଖବର ପାଇ ଚନ୍ଦ୍ରଶେଖରପୁର ଥାନା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଲୁଟେରା ଦ୍ବୟଙ୍କୁ ଅଟକ ରଖି ଅଧିକ ତଦନ୍ତ ଚଳାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.