କୃଷକଙ୍କ ପାଇଁ ଖୁସି ଖବର : ଏହି ତାରିଖରେ ଆପଣଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା, ଲିଷ୍ଟରେ ଆପଣଙ୍କ ନାଁ ଦେଖନ୍ତୁ ତ

ଯଦି ଆପଣ ମଧ୍ୟ ପିଏମ କିସାନ୍‌ ସମ୍ମାନ ନିଧି ପାଇଁ ରେଜିଷ୍ଟ୍ରେସନ୍‌ କରିଛନ୍ତି ତାହେଲେଆପଣଙ୍କ ପାଇଁ ଖୁସି ଖବର। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ସରକାର ଆପଣଙ୍କ ଖାତାରେ ୨୦୦୦-୨୦୦୦ ଟଙକା କ୍ରେଡିଟ କରିବାକୁ ଯାଉଛନ୍ତି। ଏହି ଯୋଜନା ଅନୁଯାୟୀ ପ୍ରତି ବର୍ଷ ତିନୋଟି କିସ୍ତିରେ ଚାଷୀଙ୍କୁ ସରକାର ୬,୦୦୦ ଟଙ୍କାର ଆର୍ଥିକ ସହାୟତା କରୁଛନ୍ତି। ଆପଣଙ୍କୁ ଅଷ୍ଟମ କିସ୍ତିର ଟଙ୍କା ବହୁତ ଜଲଦି ମିଳିଯିବ।

ଏହି ଯୋଜାନା ଅନୁଯାୟୀ ପ୍ରାୟ ୯.୫ କୋଟି ଲାଭାର୍ଥୀ ଚାଷୀଙ୍କ ଖାତାରେ ଗୋଟେ କିସ୍ତିରେ ୨,୦୦୦ ଟଙ୍କା ଆସିଥାଏ। ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ପ୍ରତି ବର୍ଷ ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧିର ପ୍ରଥମ କିସ୍ତି ୨୦ ଏପ୍ରିଲ ଭିତରେ ଆସିଯାଏ। ନିୟମ ରହିଛି ଯେ ପ୍ରଥମ କିସ୍ତି ୧ ଏପ୍ରିଲରୁ ୩୧ ଜୁଲାଇ ଭିତରେ କେବେବି ଆସିପାରେ।

ଲିଷ୍ଟରେ ଏପରି ଚେକ କରନ୍ତୁ ନିଜ ନାମ

  1. ସର୍ବପ୍ରଥମେ ଆପଣଙ୍କୁ ପିଏମ କିସାନ ଯୋଜନା ଅଧିକାରୀଙ୍କ େଓ୍ଵବସାଇଟ https://pmkisan.gov.inକୁ ଯିବାକୁ ହେବ।
  2. ଏହାର ହୋମପେଜର ଆପଣଙ୍କୁ Farmers Corner ର ଅପସନ୍‌ ଦେଖାଯିବ।
  3. Farmers Corner ସେକ୍ସନ ଭିତରେ ଆପଣଙ୍କୁ Beneficiaries Listର ଅପସନ୍‌ ଉପରେ କ୍ଲିକ କରିବାକୁ ହେବ।
  4. ଏହାପରେ ଆପଣଙ୍କୁ ଡ୍ରପ୍‌ ଡାଉନ୍‌ ଲିଷ୍ଟରେ ରାଜ୍ୟ, ଜିଲ୍ଲା, ଉପଜିଲ୍ଲା, ବ୍ଲକ ଏବଂ ଗାଁକୁ ସିଲେକ୍ଟ କରିବାକୁ ହେବ।
  5. ଏବେ ଆପଣଙ୍କୁ Get Report ଉପରେ କ୍ଲିକ କରିବାକୁ ହେବ। ଏହାପରେ ଲାଭାର୍ଥୀଙ୍କ ପୂରା ଲିଷ୍ଟ ସାମ୍ନାକୁ ଆସିଯିବ। ଯେଉଁଥିରେ ଆପଣ ନିଜର ନାମ
  6. ଚେକ କରିପାରିବେ।

ଏଭଳି କରିପାରିବେ ରେଜିଷ୍ଟ୍ରେସନ୍‌

  • ଅଫିସିଆଲ େଓ୍ଵବସାଇଟ https://pmkisan.gov.inକୁ ଯାଆନ୍ତୁ।
  • ଏବେ Farmers Corner କୁ ଯାଆନ୍ତୁ।
  • ଏଠାରେ ଆପଣ ‘New Farmer Registration’ ଉପରେ କ୍ଲିକ କରନ୍ତୁ।
  • ଆଧାର ନମ୍ବର ଦେବାକୁ ହେବ।
  • କାପ୍ଚା କୋଡ ଏଣ୍ଟର କରିବା ପରେ ରାଜ୍ୟକୁ ବାଛିବାକୁ ହେବ ଏବଂ ପ୍ରୋସେସକୁ ଆଗକୁ ବଢ଼ାଇବାକୁ ହେବ।
  • ନିଜ ପର୍ସନାଲ ଡିଟେଲ୍ସ ଦିଅନ୍ତୁ।
  • ଏହାସହିତ ବ୍ୟାଙ୍କ ଆକାଉଣ୍ଟର ବିବରଣୀ ଏବଂ ଖେତ ସହ ଜଡିତ ସୂଚନା ଦେବାକୁ ହେବ।
  • ଏହାପରେ ଆପଣ ଫର୍ମ ସବମିଟ୍‌ କରିପାରିବେ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.