Below header

ହୋଲିର ମଜା ସଜା ପାଲଟିି ନଯାଉ, ଯାଜପୁର ଘଟଣାରୁ ଅନ୍ତତଃ ସମସ୍ତେ ସଚେତନ ରୁହନ୍ତୁ

ଏବେ ଏବେ ଖବର ସମସ୍ତେ ପାଇଥିବେ କି ଯାଜପୁରରେ ହୋଲି ପରେ ଗାଧୋଇବାକୁ ଯାଇ ୬ ଜଣ ଯୁବକ ଭାସି ଯାଇଥିଲେ । ସେମାନଙ୍କ ମଧ୍ୟରୁ ଦୁଇ ଜଣଙ୍କ ମୃତଦେହ ମିଳିଥିବା ବେଳେ ୪ ଜଣ ନିଖୋଜ ଅଛନ୍ତି । ବୋଧହୁଏ ଏମିତି କୌଣସି ବର୍ଷର ହୋଲି ନାହିଁ, ଯେଉଁଥର କେହି ପାଣିରେ ବୁଡ଼ି ମରି ନାହାନ୍ତି । ତେବେ ଏଭଳି ଘଟଣା ଘଟେ କାହିଁକି । ଅତି ଉତ୍ସାହ, ଅସାବଧାନତା ଏବଂ ନିଶାର ପ୍ରଭାବ । ଏମିତି କିଛି କାରଣ ହିଁ ମଜାକୁ ସଜା ବନାଇ ଦେଉଛି ।
ରାଜ୍ୟର କିଛି ଜାଗାରେ ଆଜି ଦୋଳ ପୂର୍ଣ୍ଣମୀରେ ରଙ୍ଗ ଖେଳ ଅନୁଷ୍ଠିତ ହୋଇଥାଏ । ଯେମିତି ଯାଜପୁରରେ ହୋଲି ପାଳନ ହୋଇଛି । ସେହିଭଳି ଆସନ୍ତାକାଲି ରାଜ୍ୟର ଅନ୍ୟ ସ୍ଥାନରେ ରଙ୍ଗର ଖେଳରେ ସମସ୍ତେ ମସଗୁଲ ହୋଇଯିବେ । ତେବେ ପୁଣି ସମସ୍ତଙ୍କୁ ଅନୁରୋଧ ଅଭିଭାବକମାନେ ସେମାନଙ୍କ ପିଲାମାନଙ୍କୁ ଟିକେ ଜଗି ନିଅନ୍ତୁ । ପିଲାମାନେ ହୁଅନ୍ତୁ ଅବା ଯୁବ ପିଢ଼ି ମଜାମସ୍ତି କରନ୍ତୁ କିନ୍ତୁ ଶରୀରକୁ କ୍ଷତି ପହଞ୍ଚାଉଥିବା ରଙ୍ଗ ବୋଳନ୍ତୁ ନାହିଁ । ମଦ ଆଦି ନିଶା ସେବନ କରି ହୋଲି ଖେଳନ୍ତୁ ନାହିଁ କି ନଦୀ ଓ ପୋଖରୀକୁ ଗାଧୋଇ ଯାଆନ୍ତୁ ନାହିଁ ।

ପ୍ରଶାସନକୁ ବି ନିବେଦନ କରୁଛି କି ନିୟମିତ ଭାବେ ନଦୀ ଆଦିର ଗାଧୁଆ ସ୍ଥାନରେ ପୋଲିସ୍‌ ମୁତୟନ କରନ୍ତୁ । ଯାହାଫଳରେ ଏସବୁକୁ ଏଡ଼ାଇ ହେବ । ଅକାରଣରେ ଜୀବନ ଗଲା ଭଳି ଅନେକ ଘଟଣା ଘଟିଥାଏ ଏଇ ହୋଲି ବେଳେ । ତେଣୁ ସମସ୍ତେ ସାବଧାନ ରୁହନ୍ତୁ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.