ରଙ୍ଗ ଲାଗିଯିବା ଭୟ ଛାଡି ବିନ୍ଦାସ୍‌ ଚଲାନ୍ତୁ ନିଜ କାର, ଏହି ଉପାୟ କଲେ ଜମା ବି ଲାଗିବନି ହୋଲି କଲର

ହୋଲି ଦିନ ପ୍ରାୟ ଲୋକ ସାଧାରଣତଃ ଘରୁ ଗାଡି ବାହାର କରିବାକୁ ଭୟ କରନ୍ତି। ମନରେ ଏହି ଚିନ୍ତା ଥାଏ ଯେ ଯଦି ହୋଲି ରଙ୍ଗ କାରରେ ଲାଗିଗଲା ତ ଗାଡିର ଲୁକ୍‌ ଖରାପ ହୋଇଯିବ। କିନ୍ତୁ ଏଥିପାଇଁ ଆପଣଙ୍କୁ ଜମା ବି ଚିନ୍ତା କରିବାର ନାହିଁ। ଆମେ ଆଜି ଆପଣଙ୍କ ପାଇଁ ଏମିତି ଟିପ୍ସ ନେଇ ଆସିଛୁ ଯାହାକୁ ଫଲୋ କଲେ ଆପଣ ପୁରା ବିନ୍ଦାସ ଭାବେ ହୋଲିରେ କାର ଚଲାଇପାରିବେ।

ହୋଲି ହେଉଛି ରଙ୍ଗର ପର୍ବ। ଏହି ଦିନ କେବଳ ଦେଶ ନୁହେଁ ପୁରା ଦୁନିଆ ରଙ୍ଗ ଲଗାଇ ହୋଲି ସେଲିବ୍ରେସନ୍‌ କରନ୍ତି। ସମ୍ପର୍କୀୟଙ୍କ ଘରକୁ ଯାଉଛନ୍ତି କିମ୍ବା ସାଙ୍ଗମାନଙ୍କ ସହିତ ହୋଲି ସେଲିବ୍ରେଟ କରିବାକୁ ଯାଉଛନ୍ତି ଆପଣଙ୍କୁ ଏହି ଦିନ ନିଜ ଗାଡି ଚିନ୍ତା କରିବାର ଆବଶ୍ୟକତା ନାହିଁ। ହୋଲି ଦିନ ସବୁଆଡେ ରଙ୍ଗ ଖେଳାଯିବା ଯୋଗୁଁ ଆପଣଙ୍କ କାର ଉପରେ ରଙ୍ଗ ପଡିଯିବାର ପୂରା ସମ୍ଭାବନା ରହିଥାଏ। ଏମିତି ତ ହୋଲିର ରଙ୍ଗ ଧୋଇଲେ ସଫା ହୋଇଯାଏ କିନ୍ତୁ କିଛି ଏମିତି ରଙ୍ଗ ଅଛି ଯେଉଁ ରଙ୍ଗ କାରରେ ଲାଗିଲେ ଦାଗ ରହିଯାଇଥାଏ ଏବଂ ଏହାକୁ ଛଡାଇବାକୁ ବହୁତ ପରିଶ୍ରମ କରିବାକୁ ପଡେ। କିନ୍ତୁ ସବୁଠାରୁ ସହଜ ତରିକା ବିଷୟରେ ଆଜି ଆମେ ଆପଣଙ୍କୁ ଜଣାଇବୁ।

ହୋଲି ଦିନ ଯଦି ଆପଣ କାରକୁ ବାହାର କରିବାକୁ ଚାହୁଁଛନ୍ତି ଆଉ ଯଦି କାରର କିଛି କ୍ଷତି ପହଁଚାଇବାକୁ ଦେଉନାହାଁନ୍ତି ତାହେଲେ ହୋଲିର ଗୋଟେ ଦିନ ପୂର୍ବରୁ ନିଜ କାରକୁ ପଲିସ୍‌ କରିଦିଅନ୍ତୁ। ଏିତି କରିବା ଦ୍ୱାରା କାରର ରଙ୍ଗ ଉପରେ ଏକ ଓ୍ଵାଟରପ୍ରୁଫ କୋଟ ଦ୍ୱାରା ଢ଼ାଙ୍କି ହୋଇଯିବ। ଆଉ ଏହାଦ୍ୱାରା ରଙ୍ଗ ଲାଗିଲେ ବି ଲାଗିକି ରହେନାହିଁ। ଯଦି କେହି ବାଲଟିଏ ରଙ୍ଗ କିମ୍ବା ପିଚକାରୀ କିମ୍ବା ବେଲୁନରେ ରଙ୍ଗ ଭଳି କାରକୁ ଫୋପାଡନ୍ତି ତାହେଲେ ରଙ୍ଗ କାରରେ ଲାଗିବା ପରେ ହିଁ ବହିଯାଏ ଲାଗିକି ରହେନାହିଁ। ଆପଣଙ୍କ କାର ରଙ୍ଗ ଲାଗିବା ଠାରୁ ରକ୍ଷା ପାଇଯାଏ।

ଯଦି ଆପଣ ଛୋଟ ସହରରେ ରହୁଛନ୍ତି ଏବଂ ସେଠାରେ ଆପଣଙ୍କୁ ପଲିସ ମିଳୁନାହିଁ ତାହେଲେ ମଧ୍ୟ ଆପଣ ଚିନ୍ତା କରନ୍ତୁନାହିଁ। ଆପଣ ନିଜ ଘରେ ହିଁ ଏହି ସମସ୍ୟାର ସମାଧାନ କରିପାରିବେ। ଆପଣଙ୍କୁ କେବଳ ଏତିକି କରିବାକୁ ହେବ ଯେ ଘରେ ଥିବା ନଡିଆ ତେଲ ନିଅନ୍ତୁ ଏବଂ କପଡା ନିଅନ୍ତୁ। ଏବେ କପଡାକୁ ନେଇ ତେଲରେ ବୁଡାଇ ପୁରା କାର ଉପରେ ଲଗାଇ ଦିଅନ୍ତୁ। ଏହାଦ୍ୱାରା ମଧ୍ୟ କାର ଉପରେ ଏକ କବଚ ଭଳି ଆସ୍ତରଣ ରହିଯିବ ଏବଂ କାର ଉପରେ ରଙ୍ଗ ମାଡ ହେଲେ ବି କୌଣସି କ୍ଷତି ପହଁଚିବନାହିଁ।

ତେବେ ଯଦି ଆପଣ ହୋଲି ଦିନ ନିଜ କାରକୁ ବ୍ୟବହାର କରୁନାହାଁନ୍ତି ତାହେଲେ ଏହାକୁ କଭର ନ କରି ଜମା ବି ଖାଲି ଛିଡା କରନ୍ତୁନାହିଁ। କାରକୁ ଖୋଲା ରଖିଲେ ମଧ୍ୟ କ୍ଷତି ପହଁଚିପାରେ। କଲୋନୀର ପିଲାମାନେ ରଙ୍ଗ ଫୋପଡା ଫୋପଡି ହୁଅନ୍ତି ତେଣୁ ଆପଣଙ୍କ କାର ଉପରେ ବି ରଙ୍ଗ ପଡିପାରେ। ତେଣୁ କାରକୁ କଭର କରିକି ରଖିବା ଉଚିତ। ଏଥିପାଇଁ ଭଲ ଓ୍ଵାଟରପ୍ରୁଫ କଭର ବ୍ୟବହାର କରନ୍ତୁ ଯାହାଦ୍ୱାରା ରଙ୍ଗର ପାଣି ବିଲକୁଲ ବି କଭର ଭିତରେ ପଶିବନାହିଁ। ଏହା ଥିଲା ହୋଲି ଟିପ୍ସ ଆପଣଙ୍କ କାରକୁ ହୋଲିର ରଙ୍ଗ ଠାରୁ ଦୂରେଇ ରଖିବା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.