ଧୂର୍ତ୍ତ ରମେଶ ସ୍ୱାଇଁର ଡ୍ରାଇଭର ଗିରଫ: ଜେରା ବେଳେ ପିଙ୍କ୍ ଟିମକୁ ଦେଇଛି କିଛି ଗୁରୁତ୍ବପୂର୍ଣ୍ଣ ତଥ୍ୟ

କେନ୍ୟୁଜ୍(ବ୍ୟୁରୋ):ନକଲି ଡାକ୍ତର ରମେଶ ସ୍ୱାଇଁର ଡ୍ରାଇଭର ଗିରଫ। ଡ୍ରାଇଭର ଚିତ୍ତରଂଜନ ପଟ୍ଟନାୟକକୁ ଘରୁ ଉଠାଇ ଆଣି ପଚରାଉଚରା କରିବା ପରେ କମିଶନରେଟ ପୋଲିସ ଗିରଫ କରିଛି । ଗୁଡ଼େଇତୁଡ଼େଇ ଜେରା ବେଳେ ଧୂର୍ତ୍ତ ରମେଶ ସ୍ୱାଇଁ ବାବଦରେ ସେ ପିଙ୍କ୍ ଟିମକୁ କିଛି ତଥ୍ୟ ଦେଇଛି । ରମେଶ କିପରି ଠକେଇ କରୁଥିଲା ସେ ନେଇ ତଦନ୍ତକାରୀ ଅଧିକାରୀଙ୍କୁ କହିଛି । ସେହିଭଳି ରମେଶଙ୍କ ପାଖରେ ୩ ବର୍ଷ ଧରି କାମ କରିଥିବା ସହାୟିକା ପୋଲିସ ଆଗରେ ବୟାନ ରଖିଛି ।
କିଭଳି ରମେଶ ମହିଳାମାନଙ୍କୁ ଠକୁଥିଲା ସେ ନେଇ କହିଛି ସହାୟିକା । ଡ୍ରାଇଭର ଚିତ୍ତରଂଜନଙ୍କୁ ଅଧିକ ପଚରାଉଚରା ପାଇଁ ରିମାଣ୍ଡରେ ଆଣିବ ବୋଲି ପୋଲିସ । ସେହିପରି ପୂର୍ବରୁ ଗିରଫ ହୋଇଥିବା ରମେଶ, ତା ଭଉଣୀକୁ ମଧ୍ୟ ରିମାଣ୍ଡରେ ଆଣିବାକୁ ଆବେଦନ କରାଯିବ । ଏ ଃନେଇ ସୂଚନା ଦେଇଛନ୍ତି ସ୍ପେଶାଲ ସ୍କ୍ଵାଡ ମୁଖ୍ୟ ସଂଜୀବ ଶତପଥୀ ।