ସାଇକେଲିଂ ସହ ରୁବିକ କ୍ୟୁବ ସମାଧାନ କରି ଗିନିଜ ବୁକରେ ରେକର୍ଡ

ଗିନିଜ ୱାର୍ଲ୍ଡ ରେକର୍ଡ ଇନଷ୍ଟାଗ୍ରାମରେ ଜୟଧରଶାନ ଭେଙ୍କଟେସନଙ୍କ ଏକ ଭିଡିଓ ସେୟାର କରିଛି । ଏତିରେ କୁହବାଯାଇଛି ଯେ ଜୟଧରଶନ ରୁବିକର କ୍ୟୁବକୁ ମାତ୍ର ୧୪.୩୨ ସେକେଣ୍ଡରେ ସମାଧାନ କରିଛନ୍ତି । ଏହି ଭିଡିଓରେ ଜୟଧରଶନ ସାଇକେଲରେ ରୁବିକ କ୍ୟୁବକୁ ଦୁଇ ହାତରେ ସମାଧାନ କରୁଥିବା ଦେଖାଯାଇଛି । ସେ ଚ୍ୟାଲେଞ୍ଜ ଶେଷ କରିବା କ୍ଷଣି ହାତ ରେଜ କରିଥିଲେ । କ୍ୟାପସନରେ ଲେଖାଯାଇଛି ସାଇକେଲରେ ସ୍ପିଡ କ୍ୟୁବିଂ । ଭାରତର ଜୟଧରଶନ ଭେଙ୍କଟେସନ ୧୪.୩୨ସେକେଣ୍ଟରେ ।

ଜୟଧରଶନ ୨ବର୍ଷ ହେବ ନିଜର ସ୍ପିଡ ସଲଭ ଟେକନିକକୁ ପଲିସ କରିବାକୁ ପ୍ରାକ୍ଟିସ କରିଆସୁଥିଲେ । ଯେପର୍ଯ୍ୟନ୍ତ ସେ ଏହି ଟାଇଟଲ ହାସଲ କରିନାହାନ୍ତି । ଜଣେ ୟୁଜର ଏହି ପୋଷ୍ଟରେ କମେଣ୍ଟ ଦେଇଛନ୍ତି କି ଜିନିୟସ । ଅନ୍ୟଜଣେ ଲେଖିଛନ୍ତି କି ବୟସ ହିସାବରେ ନିଶ୍ଚୟ ଇମ୍ପ୍ରେସିଭ । ଆଉ ଜଣେ ସେଭଳି କହିଛନ୍ତି କି ଏହା କ୍ରେଜି ଅଟେ ।

ଜୟଧରଶନଙ୍କ ଏହି ସଫଳତା ଜଟିଳ ରୁବକୁ ଅତିଶୀଘ୍ର ସମାଧାନ କରିବା ରେକର୍ଡରେ ସ୍ଥାନିତ କରାଯାଇଛି । ତେବେ ଖବର ହିସାବରେ ରୁବିକ କ୍ୟୁବକୁ ରେକର୍ଡସମୟ ମଧ୍ୟରେ ସମାଧାନ କରିବାରେ ୟୁସେଙ୍ଗ ଡୁଙ୍କ ଦ୍ୱାରା ହୋଇଥିଲା । ଯିଏ କ୍ୟୁବକୁ ମାତ୍ର ୩.୪୭ସେକେଣ୍ଟରେ ସମାଧାନ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.