Below header

ସାଧାରଣ ମଣିଷ କେମିତି ହୋଇଥାଏ ସାଧୁ : ଜାଣନ୍ତୁ ସେହି ଖାସ୍ ବିଧି ଯାହା ରଖାଯାଇଥାଏ ଗୁପ୍ତ

ଜଣେ ମଣିଷ ଛୋଟରୁ ବଡ ହୋଇଥାଏ ଏବଂ ତାପରେ ବିବାହ କରିଥାଏ । ଜୀବନରେ ବହୁତ କିଛି ହରାଇଥାଏ ଆଉ ପାଇ ବି ଥାଏ । କିନ୍ତୁ ଗୋଟିଏ ସମୟ ଆସିଥାଏ ଯେତେବେଳେ ତାକୁ ଜୀବନରେ କିଛି ଭଲ ଲାଗି ନଥାଏ । ବଡ଼ ପରିବାର, ବନ୍ଧୁ, ପରିଜନ, ସମ୍ପର୍କୀୟ ଥାଇ ବି ଏକୁଟିଆ ହୋଇଯାଏ । ସେ ସମୟରେ ତାର ପରମାତ୍ମା ମନେପଡନ୍ତି । ଆଉ ସେହି ବ୍ୟକ୍ତିକୁ ଲାଗିଥାଏ ଯେ ଦୁନିଆର ସବୁ ମୋହମାୟା ବେକାର । ସତ କେବଳ ଭଗବାନ୍ । ସେଥିପାଇଁ ସେ ଚାଲିଯାଏ ସନାତନ ଧର୍ମକୁ ସନ୍ୟାସୀ ହୋଇ ।

ସନାତନ ଧର୍ମରେ ସନ୍ୟାସୀ ଙ୍କର ବହୁତ ମହତ୍ବ ଥାଏ । ଏହି ଧର୍ମରେ ସେମାନଙ୍କୁ ଶିବଙ୍କ ସମାନ କରାଯାଏ । ସନ୍ନ୍ୟାସୀର ଅର୍ଥ ହେଉଛି ଇନ୍ଦ୍ରିୟ ଉପରେ ନିଜର କାବୁ ରହିବା । ଶାସ୍ତ୍ରରେ କୁହାଯାଇଛି ଜିନିଷକୁ ବ୍ୟବହାର କରନ୍ତୁ କିନ୍ତୁ ଏହାକୁ ପ୍ରେମ କରିବା ଠିକ୍ ନୁହେଁ । ତେବେ ସାଧାରଣ ମଣିଷରୁ ସନ୍ୟାସୀ ହେବା ସହଜ ନୁହେଁ । ଏଥିପାଇଁ ଅନେକ ପରୀକ୍ଷା ଦେଇ ଯିବାକୁ ପଡିଥାଏ । ଆଜି ଆମେ କହିବୁ କେମିତି ଜଣେ ବ୍ୟକ୍ତି ସନ୍ୟାସୀ ଜୀବନରେ ପ୍ରବେଶ କରିଥାଏ ।

ସହଜ ନୁହେଁ ସନ୍ୟାସ :

abpnewsସନ୍ୟାସୀ ଜୀବନ ବହୁତ କଠିନ । ଯେଉଁଥିରେ ଯିବା ପାଇଁ ବହୁତ କଷ୍ଟର ସାମ୍ନା କରିବାକୁ ପଡିଥାଏ । ସମସ୍ତ ଇନ୍ଦ୍ରିୟ ସହିତ କାମ, କ୍ରୋଧ, ଲୋଭ, ମୋହ, ମାୟା, ଅହଙ୍କାର ଏବଂ ତୃଷ୍ଣାକୁ ସମାପ୍ତ କରି ମନକୁ ଇଷ୍ଟଙ୍କ ଆରାଧନାରେ ବିଲୀନ କରିବାକୁ ପଡିଥାଏ । ସେବା ଭାବ, ଧ୍ୟାନ ପ୍ରତି ସମର୍ପଣ, ମୋକ୍ଷର କାମନା ଏବଂ ଶୂନ୍ୟତା ଆଡକୁ ଲଗାତାର ଅଗ୍ରସର ହେବା ସନ୍ୟାସୀଙ୍କ ଦିନଚର୍ଯ୍ଯାରେ ସାମିଲ୍ ଅଛି ।

ବହୁତ କିଛ ଜିନିଷକୁ ତ୍ୟାଗ କରିବାକୁ ପଡିଥାଏ :

3-samacharjagat-1

ସନ୍ୟାସର ଅର୍ଥ କେବଳ ଘର ଛାଡିବା ନୁହେଁ । କିନ୍ତୁ ଏକଥା ସତ ଯେ ଘରେ ରହି ସଂସାରର ଅନେକ ଜିନିଷରୁ ମୁକ୍ତି ପାଇବା ଏବଂ ସମ୍ପୂର୍ଣ୍ଣ ଭାବରେ ଛାଡିବା ବହୁତ କଠିନ । ଆଉ ଏହା ହିଁ କାରଣ ବାନପ୍ରସ୍ଥ ଆଶ୍ରମ ଆମ ସଂସ୍କୃତିର ଏକ ଅଂଶ । ସେଥିପାଇଁ ସନ୍ୟାସୀ ଘର ଛାଡି ମଠ କିମ୍ବା କୌଣସି ସ୍ଥାନରେ ଏକାନ୍ତ ରୁହନ୍ତି । ନାଗା ସାଧୁ ମାନେ ତ ଜଙ୍ଗଲରେ ରୁହନ୍ତି ।

କଠିନ ଏହି ମାର୍ଗ :

4-khabargaliସନ୍ୟାସର ମାର୍ଗ କଠିନ ହୋଇଥାଏ । କାରଣ ଏଥିରେ ବହୁତ ନିୟମ ପାଳନ କରିବାକୁ ପଡିଥାଏ । ବହ୍ମଚର୍ଯ୍ଯାର ପାଳନ, ସେବା ଭାବ, ବସ୍ତ୍ରର ତ୍ୟାଗ, ଗୋଟିଏ ସମୟ ଭୋଜନ, ଭୂମିରେ ଶୋଇବା, ବସ୍ତିରୁ ବାହାରେ ରହିବା, ଭିକ୍ଷା ମାଗି ଭୋଜନ କରିବା, ଭିକ୍ଷା ନମିଳିଲେ ଭୋକିଲା ଶୋଇବା ଏବଂ ଅନ୍ୟ କଠିନ ନିୟମ ପାଳନ ସନ୍ୟାସୀ ମାନଙ୍କୁ କରିବାକୁ ପଡିଥାଏ ।

ସମସ୍ତଙ୍କୁ ଦିଆଯାଏନି ଦୀକ୍ଷା :

5-bhaskarnewsସନ୍ୟାସର ଦିକ୍ଷା ସମସ୍ତଙ୍କୁ ଦିଆଯାଏନି । ଯଦି କେହି ସନ୍ୟାସ ନେବା ପାଇଁ ଅଖାଡା ଯାଇଥାଏ ତେବେ ଅଖାଡା ନିଜ ସ୍ତରରେ ଯାଂଚ କରିଥାଏ ଯେ ଉକ୍ତ ବ୍ୟକ୍ତି ସନ୍ୟାସ ନେବା ଲାୟକ ନା ନାହିଁ । ଯଦି ଏହି ଯାଂଚରେ ସେ ପାସ୍ କରିଥାଏ ତେବେ ବ୍ରହ୍ମଚର୍ଯ୍ଯା ପରୀକ୍ଷାରେ ପାସ୍ ହେବାକୁ ପଡିଥାଏ । ଅଖାଡାର ଲୋକ ତା ଉପରେ ନଜର ରଖିଥାନ୍ତି । କୁହାଯାଏ ଏହି ପରୀକ୍ଷାକୁ ପାସ୍ କରିବା ପାଇଁ ୬ ମାସରୁ ୧୨ ବର୍ଷ ଯାଏଁ ସମୟ ଲାଗିଯାଇଥାଏ ।

ସର୍ବପ୍ରଥମେ ପଂଚ ଗୁରୁ ଦୀକ୍ଷା :

6-gajabduniyaସର୍ବପ୍ରଥମେ ପଂଚ ଗୁରୁ ଦୀକ୍ଷା ଦିଆଯାଏ । ଏଥିରେ ଶିଷ୍ୟର ଚୁଟି, ଭଗୱା, ରୁଦ୍ରାକ୍ଷ, ଲଙ୍ଗୋଟି, ଭଭୂତ ଦି ଲଗାଯାଇଥାଏ । ଯେଉଁ ଗୁରୁ ଏପରି କରାଇଥାଏ ତାଙ୍କୁ ଚୋଟି ଗୁରୁ, ଭଗୱା ଗୁରୁ, ରୁଦ୍ରାକ୍ଷ ଗୁରୁ, ଲଙ୍ଗୋଟି ଗୁରୁ ଏବଂ ଭଭୂତ ଗୁରୁ କୁହାଯାଇଥାଏ ।

ବିର୍ଜା ହୱନ୍ ଦୀକ୍ଷା :

ଯେତେବେଳେ ବିର୍ଜା ହୱନ୍ ଦୀକ୍ଷା ଦିଆଯାଇଥାଏ ସେତେବେଳେ ପଇତା ପିନ୍ଧି ହାତରେ ଦଣ୍ଡ ବା ଜଳପାତ୍ର ଧରି ନଦୀ ତଟକୁ ଯାଇ ନିଜ ପରିବାର ସଦସ୍ୟଙ୍କ ସହ ନିଜର ପିଣ୍ଡଦାନ କରିବାକୁ ପଡିଥାଏ । ନିଜର ପିଣ୍ଡଦାନ କରିବା ପରେ ସେହି ମହାପୁରୁଷର ସନ୍ୟାସ ଜୀବନରେ ପ୍ରବେଶ ହୋଇଥାଏ । ଏବଂ ଏହା ପରେ ସେ ସନ୍ୟାସୀ କୁହାଇଥାଏ ।

ଧୂନୀ ତପନ ସଂସ୍କାର :

ସାରା ରାତି ନିଆଁ ଜଳା ଯାଇଥାଏ । ଆଉ ସେହି ମହାପୁରୁଷ ସନ୍ୟାସୀକୁ ସେହି ଧୂନି ନିକଟରେ ବସିବାକୁ ପଡିଥାଏ । ଏହା ପରେ ସୂର୍ଯ୍ଯ ଉଦୟ ପୂର୍ବରୁ ଆଚାର୍ଯ୍ଯ ମହାମଣ୍ଡଳେଶ୍ବର ଉକ୍ତ ସନ୍ୟାସୀକୁ ଆମନ୍ତ୍ରିତ କରିଥାଏ । ବୈଦିକ ମନ୍ତ୍ରରେ ତାକୁ ନୂଆ ନାମ ଦିଆଯାଇଥାଏ । ଏହା ପରେ ଉକ୍ତ ବ୍ୟକ୍ତି ଅବଧୂତ ସନ୍ୟାସୀ ହୋଇଯାଏ ।

ଦିଗମ୍ବର ଦୀକ୍ଷା :

ଅବଧୂତ ସନ୍ୟାସକୁ ଦିଗମ୍ବର ଦୀକ୍ଷା ଦେଉଥିବା ଗୁରୁଙ୍କୁ ଷଷ୍ଠ ଗୁରୁ କୁହାଯାଏ । ଏହି ଦୀକ୍ଷା ଧର୍ମ ଧ୍ବଜାର ତଳେ ଦିଆଯାଇଥାଏ । ଯାହା ପରେ ସନ୍ୟାସୀଙ୍କୁ ଦିଗମ୍ବର ସାଧୁ କୁହାଯାଏ । କୁହାଯାଏ ଏଥିରେ ସନ୍ୟାସୀକୁ ଆଖଡାରେ ଧ୍ବଜା ତଳେ ୨୪ ଘଂଟା ହାତରେ ଦଣ୍ଡ ଏବଂ ମାଟିର କମଣ୍ଡଳ ନେଇ ଛିଡା ହେବାକୁ ପଡିଥାଏ । ଏହା ପରେ ବରିଷ୍ଠ ସନ୍ୟାସୀ ଝଟକା ଦେଇ ତାର ଲିଙ୍ଗ ଭଙ୍ଗ କରିଥାନ୍ତି ।

ଶ୍ରୀ ଦିଗମ୍ବର ଦୀକ୍ଷା :

ସନ୍ୟାସୀକୁ ଏହି ଦୀକ୍ଷା ନିଜର ଇଛା କିମ୍ବା ଗୁରୁଙ୍କ ଇଛା ଅନୁସାରେ ମିଳିଥାଏ । ଏଥିରେ ଦିଗମ୍ବର ସନ୍ୟାସୀଙ୍କୁ ଗୁରୁଦକ୍ଷୀଣା ଦେବାକୁ ପଡିଥାଏ । ଏହା ପରେ ସେହି ସାଧୁଙ୍କ ନାଁ ଆଗରେ ଶ୍ରୀ ଦିଗମ୍ବର ଲାଗିଯାଇଥାଏ । ଏହି ଦୀକ୍ଷା ପରେ ନା ତ ସେ ସନ୍ୟାସୀ ପଲଙ୍କ ଉପରେ ଶୋଇପାରେ ନା ହିଁ ସିଲାଇ ହୋଇଥିବା କପଡା ପିନ୍ଧିପାରେ । ଏହା ପରେ ସାଧୁଙ୍କ ପୂଜା ଶିବଙ୍କ ସମାନ ହୋଇଥାଏ ।

ଗୁପ୍ତ ରହିଥାଏ ସମସ୍ତ ପ୍ରକ୍ରିୟା :

ସନ୍ୟାସ ହେବାର ସମସ୍ତ ପ୍ରକ୍ରିୟାକୁ ଗୁପ୍ତ ରଖାଯାଇଥାଏ । ଏହା ସହ ସମସ୍ତ ଆଖଡାର ଅଲଗା ଅଲଗା ନିୟମ ଥାଏ । ତେବେ ଏହି ସୂଚନା ଭିନ୍ନ ଭିନ୍ନ ରିପୋର୍ଟ ଉପରେ ଆଧାରିତ । ଏହି ତଥ୍ୟରେ ଅସାମଞ୍ଜସ୍ୟ ମଧ୍ୟ ହୋଇପାରେ । କେବଳ ଆପଣଙ୍କ ସୂଚନା ପାଇଁ ଏହା ଦିଆଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.