“ସରକାରଙ୍କ ପାଖରେ ଅର୍ଥ ନୁହଁ ପରିଚାଳନା ଅଭାବ” ଧର୍ମେନ୍ଦ୍ର ପ୍ରଧାନ

ଗଜପତି (କେନ୍ଯୁଜ୍) : ଗଜପତି ଜିଲ୍ଲା ଯାଇ ତିତ୍‌ଲି ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହ ବିପନ୍ନଙ୍କୁ ଭେଟି ଆଲୋଚନା କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ରାୟଗଡ ହାଇସ୍କୁଲ ପଡିଆରେ ପହଞ୍ଚିବା ପରେ କଇଁପୁର ଯାଇଥିଲେ । ଧର୍ମେନ୍ଦ୍ର ପ୍ରଧାନ ବାଇକରେ କଇଁପୁର ଯାଇ ମାଡା, ମାଡବା, ଲାଙ୍ଗାସାହି, ଓଡାଲିଙ୍ଗି ଗାଁରେ ମୃତକଙ୍କ ପରିବାରଙ୍କ ସହ ଆଲୋଚନା କରି ଘଟଣା ସଂପର୍କରେ ପଚାର ବୁଝିଥିଲେ ।

କହିଥିଲେ, ବାତ୍ୟା ବିଷୟରେ ପ୍ରଭାବିତ ଲୋକଙ୍କୁ ପ୍ରାକ୍‌ ସୂଚନା ଦିଆଯାଇନଥିଲାା ଏପରିକି ତିତ୍‌ଲି ପରେ ୫ ଦିନ ପର୍ଯ୍ୟନ୍ତ ବିପନ୍ନଙ୍କୁ ରିଲିଫ ମିଳିନଥିଲା। ବର୍ତ୍ତମାନ ରାଜ୍ୟ ସରକାର ଏସ୍‌ଡିଆରଏଫରୁ ଯେଉଁ ସାହାଯ୍ୟ ଦେଉଛନ୍ତି, ତାର ୯୦ ପ୍ରତିଶତ ଅର୍ଥ କେନ୍ଦ୍ର ସରକାରଙ୍କର। ରାଜ୍ୟ ସରକାର ଚାହିଁଲେ ଏନ୍‌ଡିଆରଏଫରୁ ମଧ୍ୟ ସାହାଯ୍ୟ ମିଳିବ। ଧର୍ମେନ୍ଦ୍ର କହିଛନ୍ତି ଅର୍ଥର ଅଭାବନାହିଁ, ହେଲେ ଉଚିତ୍‌ ପରିଚାଳନା ଆବଶ୍ୟକ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.