Below header

ବୁଦ୍ଧ ପୂର୍ଣ୍ଣିମା ଦିନ ଏହି ସବୁ ବିଧି ପାଳନ କରନ୍ତୁ, ଘରେ ସୁଖ ସମୃଦ୍ଧି ବୃଦ୍ଧି କରନ୍ତୁ

ବୈଶାଖ ମାସର ପୂର୍ଣ୍ଣିମାକୁ ବୁଦ୍ଧ ପୂର୍ଣ୍ଣମୀ ଭାବେ ଜଣାଯାଏ । ଏହି ଦିନ ଭଗବାନ ବୁଦ୍ଧଙ୍କ ଜନ୍ମ ହୋଇଥିଲା ବୋଲି ବିଶ୍ୱାସ ରହିଛି । ଚଳିତ ବର୍ଷ ମେ ୨୪ ତାରିଖ ଅର୍ଥାତ ଆଜି ପବିତ୍ର ବୁଦ୍ଧପୂର୍ଣ୍ଣିମା ପଡୁଛି । ଅନ୍ୟପକ୍ଷରେ ପୂର୍ଣ୍ଣମୀ ଦିନ ମା’ ଲକ୍ଷ୍ମୀଙ୍କର ବି ଖୁବ ପ୍ରିୟ । ଯଦି ଏହି ଦିନ କିଛି ବିଶେଷ ଉପାୟରେ ମା’ଙ୍କୁ ପୂଜା କରାଯାଏ ତେବେ ମା’ ଲକ୍ଷ୍ମୀଙ୍କ କୃପା ତାଙ୍କ ଉପରେ ନିଶ୍ଚୟ ରହିଥାଏ । ତାଙ୍କ ଘରେ ଧନ ସମ୍ପଦ ବୃଦ୍ଧି ହେବା ସହ ଯଶ କ୍ଷାତି ବି ବଢିଥାଏ । ତେବେ ଆସନ୍ତୁ ଏହି କେମିତି ପୂଜା ଆରାଧନା କେମିତି କରିବେ ଜାଣି ରଖିବା ।

buddha purnima

ବୈଶାଖ ପୂର୍ଣ୍ଣିମା ଦିନ ସକାଳେ ଗାଧୁଆ ପୂର୍ବରୁ ବ୍ରତ ପାଇଁ ସଂକଳ୍ପ କରନ୍ତୁ । କୌଣସି ପବିତ୍ର ନଦୀ ବା କୁଣ୍ଡରେ ସ୍ନାନ କରିସାରିବା ପରେ ବରୁଣ ଦେବଙ୍କୁ ସ୍ମରଣ କରନ୍ତୁ | ସ୍ନାନ ପରେ ସୂର୍ଯ୍ୟଙ୍କ ମନ୍ତ୍ର ଉଚ୍ଚାରଣ କରି ସୂର୍ଯ୍ୟଦେବଙ୍କୁ ଅର୍ଘ୍ୟ ଦିଅନ୍ତୁ । ଆଉ ଏହା ପରେ ମଧୁସୂଦନଙ୍କ ପୂଜା କରନ୍ତୁ । ଈଶ୍ବରଙ୍କୁ ନୈବେଦ୍ୟ ଅର୍ପଣ କରି ଦାନଦକ୍ଷିଣା ଆଦି ଦିଅନ୍ତୁ । ପୂର୍ଣ୍ଣିମା ଦିନ ମା’ ଲକ୍ଷ୍ମୀଙ୍କ ପ୍ରତିମା ଉପରେ ୧୧ଟି କଉଡ଼ି ଚଢାଇ ତାଙ୍କୁ ହଳଦୀରେ ସ୍ନାନ କରାନ୍ତୁ । ଏବେ ଚନ୍ଦନ ସିନ୍ଦୁର ଦେଇ ସଜାନ୍ତୁ । ପର ଦିନ ଏହି କଉଡ଼ି ଗୁଡିକୁ ଏକ ଲାଲ କପଡାରେ ବାନ୍ଧି ରଖିଦିଅନ୍ତୁ । ଏହାକୁ ସେହି ସ୍ଥାନରେ ରଖିବା ଉଚିତ ଯେଉଁଠି ଆପଣ ନିଜ ଧନ ସମ୍ପତ୍ତି ଆଦି ରଖୁଥିବେ | ଏମିତି କରିବା ଦ୍ୱାରା ଘରେ ମା’ ଲକ୍ଷ୍ମୀ ସଦାସର୍ବଦା ବାସ କରନ୍ତି । କେବେ ବି ଧନର ଅଭାବ ରହେନାହିଁ ।

buddha purnima

ଏହାବାଦ ଆର୍ଥିକ ସମସ୍ୟାରୁ ନିସ୍ତାର ପାଇବା ପାଇଁ ପୂର୍ଣ୍ଣମୀ ଦିନ ଚନ୍ଦ୍ରଦ୍ୱୟ ସମୟରେ ଦୁଧରେ ଚିନି ଓ ଚାଉଳ ମିଶାଇ ଓଁ ଏଁ କ୍ଲି ସୋମାୟ ମନ୍ତ୍ର ଜପ କରି ଅର୍ଘ୍ୟ ଦିଅନ୍ତୁ । ଏମିତି କରିବା ଦ୍ୱାରା ଘରେ ଧୀରେ ଧୀରେ ଆର୍ଥିକ ସମସ୍ୟା ଦୂର ହୋଇଯାଏ । ଆଉ ମଧ୍ୟ ଅଶ୍ୱସ୍ଥ ଗଛରେ ମା’ ଲକ୍ଷ୍ମୀ ବାସ କରନ୍ତି ବୋଲି ବିଶ୍ୱାସ ରହିଛି | ଏହି ଦିନ ସ୍ନାନ ପରେ ଅଶ୍ୱସ୍ଥ ଗଛରେ କିଛି ମିଠା ଚଢ଼ାଇ ଜଳ ଦାନ କରନ୍ତୁ । ବୈବାହିକ ଜୀବନରେ ମଧୁରତା ଆଣିବା ପାଇଁ ପତି କିମ୍ବା ପତ୍ନୀଙ୍କ ମଧ୍ୟରୁ ଜଣେ ଚନ୍ଦ୍ରଙ୍କୁ ଅର୍ଘ୍ୟ ଅବଶ୍ୟ ଦେବା ଉଚିତ । ପତି, ପତ୍ନୀ ଏକାସାଥିରେ ଅର୍ଘ୍ୟ ଦେଇପାରିବେ । ଏହି ଉପାୟରେ ଦାମ୍ପତ୍ତ୍ୟ ଜୀବନରେ ପ୍ରେମ ଓ ମଧୁରତା ବୃଦ୍ଧି ପାଇବ |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.