ବାହ୍ୟଜଗତରୁ ବିଛିନ୍ନ ହେଲା କେନ୍ଦ୍ରାପଡା ତାଳଚୁଆ, ନଦୀରେ ଉଚ୍ଚ ଜୁଆର ଆସି ଗାଁକୁ ପଶିଲା ପାଣି

ରାଜନଗର : ତାଳଚୁଆ ବାହ୍ୟଜଗତରୁ ବିଛିନ୍ନ । ବାତ୍ୟା ୟାସ୍ ପ୍ରଭାବରେ ନଦୀରେ ଉଚ୍ଚ ଜୁଆର ଆସି ରାସ୍ତା ଡେଇ ଗାଁକୁ ପଶିଲା ପାଣି । ଫଳରେ ଗାଁ ଲୋକେ ଆତଙ୍କିତ ହୋଇ ପଡିଛନ୍ତି । ଖୋଳା ଠାରୁ ନଳିତାପାଟିଆ ଓ କୃଷ୍ଣ ନଗର ଠାରୁ କନକ ନଗର ପର୍ଯ୍ୟନ୍ତ ରାସ୍ତା ବୁଡି ଯାଇଥିବା ସୂଚନା ମିଳିଛି । ସାରା ଜ଼ିଲ୍ଲାରେ ବର୍ଷା ଓ ପବନ ଜାରି ରହିଛି । ଏପଟେ ପ୍ରଶାସନ ପକ୍ଷରୁ ତଳିଆ ଅଂଚଳରୁ ଲୋକଙ୍କୁ ସ୍ଥାନାନ୍ତର କାର୍ଯ୍ୟ ଜାରି ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.