କେଉଁଠି କେଉଁଠି ବ୍ୟବହାର ହୋଇଛି ଆପଣଙ୍କ ଆଧାର କାର୍ଡ, ଘରେ ବସି ବାହାର କରନ୍ତୁ ୬ ମାସର ରେକର୍ଡ
ଆଧାର କାର୍ଡର ଯେତିକି ଲାଭ ରହିଛି, ଏହାର ସୁରକ୍ଷାକୁ ନେଇ ସେତିକି ଆପଣଙ୍କୁ ସତର୍କ ରହିବା ଜରୁରୀ। ଆଜିକାଲି ଆଧାର କାର୍ଡକୁ ନେଇ ଅନେକ ଠକେଇ ଏବଂ ଅନିୟମିତତା ସାମ୍ନାକୁ ଆସୁଛି। ତେଣୁ ଆପଣଙ୍କୁ ଏହି କଥା ଉପରେ ଧ୍ୟାନ ଦେବାକୁ ହେବ ଯେ ଆପଣଙ୍କ ଆଧାର କାର୍ଡର ବ୍ୟବହାର କେବେ, କେଉଁଠି ଏବଂ କିପରି ହୋଇଛି। ତେବେ ଆସନ୍ତୁ ଜାଣିବା ଏହାର ଉପାୟ।
-ପ୍ରଥମେ ଆପଣ uidai ର େଓ୍ଵବସାଇଟ https://uidai.gov.in/ କୁ ଯାଆନ୍ତୁ। ଏଠାରେ ଆପଣଙ୍କୁ ‘Aadhaar Authentication History’ର ବିକଳ୍ପ ଦେଖାଯିବ, ଯେଉଁଠି ଆପଣଙ୍କୁ କ୍ଲିକ୍ କରିବାକୁ ହେବ।
-ଏହି ବିକଳ୍ପ ଆପଣଙ୍କୁ ମାଇଁ ଆଧାର ସେକ୍ସନରେ ଦେଖାଯିବ। ଏହାଛଡ଼ା ଆପଣ https://resident.uidai.gov.in/aadhaar-auth-history ଏହି ଲିଙ୍କ୍ରେ କ୍ଲିକ୍ କରି ସିଧା ଯାଇପାରିବେ।
-ଏହାପରେ ଆପଣଙ୍କୁ ଆପଣଙ୍କ ଆଧାର ନମ୍ବର ପଚରାଯିବ। ଏବେ ୧୨ ଅଙ୍କ ବିଶିଷ୍ଟ ଆପଣଙ୍କ ଆଧାର ନମ୍ବର ଏଣ୍ଟର କରନ୍ତୁ ଏବଂ ସିକ୍ୟୁରିଟି କ୍ୟାପଚା ଦେଇ ସେଣ୍ଡ ଓଟିପି ଉପରେ କ୍ଲିକ୍ କରନ୍ତୁ। ଏହାପରେ ଆଧାର ସହିତ ସଂଯୋଗ ହୋଇଥିବା ଆପଣଙ୍କ ମୋବାଇଲ୍ ନମ୍ବରକୁ ଏକ ଓଟିପି ଆସିବ।
-ଓଟିପି ସବମିଟ୍ କରିବା ପରେ ଆପଣଙ୍କୁ ଆଧାର କାର୍ଡ ସମ୍ବନ୍ଧିତ ୬ ମାସର ସମସ୍ତ ସୂଚନା ମିଳିଯିବ।