Below header

ଦୁଃଖ ବି ଏମିତି ଆସେ: ହାତରୁ ମେହେନ୍ଦି ପାଦରୁ ଅଳତା ଲିଭିନି ପୋଛି ହୋଇଗଲା ମଥାରୁ ସିନ୍ଦୁର

ଦୁଃଖ ବି ଏମିତି ଆସେ । ହାତରୁ ମେହେନ୍ଦି ପାଦରୁ ଅଳତା ଲିଭିନି । ହେଲେ ପୋଛି ହୋଇଯାଇଛି ମଥାରୁ ସିନ୍ଦୁର। ଏମିତି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ଖଳିମାଟି ଗ୍ରାମପଞ୍ଚାୟତ ପାଞ୍ଚଘରିଆ ଗ୍ରାମରେ।  ବାହାଘରର ଦିନ କେଇଟା ହୋଇନି ବାଲେଶ୍ଵର ବାହାନଗା ଟ୍ରେନ ଧକ୍କାରେ ଚାଲିଗଲା ସ୍ୱାମୀର ଜୀବନ ।

ଖଣ୍ଡପଡା(କେନ୍ୟୁଜ୍): ଦୁଃଖ ବି ଏମିତି ଆସେ ହାତରୁ ମେହେନ୍ଦି ପାଦରୁ ଅଳତା ଲିଭିନି ପୋଛି ହୋଇଗଲା ମଥାରୁ ସିନ୍ଦୁର । ଏମିତି ଦୁଃଖଦ ଘଟଣା ଦେଖିବାକୁ ମିଳିଛି ନୟାଗଡ ଜିଲ୍ଲା ଖଣ୍ଡପଡା ବ୍ଲକ ଖଳିମାଟି ଗ୍ରାମପଞ୍ଚାୟତ ପାଞ୍ଚଘରିଆ ଗ୍ରାମରେ।  ବାହାଘରର ଦିନ କେଇଟା ହୋଇନି ବାଲେଶ୍ଵର ବାହାନଗା ଟ୍ରେନ ଧକ୍କାରେ ଚାଲିଗଲା ସ୍ୱାମୀର ଜୀବନ।

ପିତା ଧନେଶ୍ଵର ପୃଷ୍ଟି ନିଜର ମଝିଆ ପୁଅ ତାପସ ପୃଷ୍ଟିଙ୍କୁ ଆଜକୁ ଏକ ମାସ ତଳେ ସୁଦୂର ଭାପୁର ପଞ୍ଚାୟତ ମାଳିବେରେଣୀ ଗ୍ରାମର ବସନ୍ତ କୁମାର ପୃଷ୍ଟିଙ୍କ ଝିଅ ବିନୋଦିନ ପୃଷ୍ଟିଙ୍କ ସହ ବଡ ଧୁମଧାମରେ ବାହାଘର କରିଥିଲେ । ବଡ ହସଖୁସିରେ ହୋଇଥିଲା ବାହାଘର। ବାହାଘର ପରେ ଗୋଟେ ସୁନାର ସଂସାର ଗଢିବା ଆଶା ଥିଲା ଦୁହିଁଙ୍କର । ହେଲେ ସେ ଆଶା ଆଶାରେ ହିଁ ମଉଳିଗଲା । ଦଇବ ସହିଲା ନାହିଁ । କାଳ ହେଲା କରମଣ୍ଡଳ ।

ସ୍ଵାମୀ ରଙ୍ଗ ମିସ୍ତ୍ରୀ ତଥା ଡିଜାଇନର ଭାବେ କାମ କରୁଥିଲେ । ହେଲେ ସେ ନିଜର କାମ ପାଇଁ ବାଲେଶ୍ଵର ଯାଇ ଘରକୁ ଫେରୁଥିବା ବେଳେ ବାହାନଗା ଠାରେ ଘଟିଥିବା ଦୁର୍ଘଟଣାରେ ଜୀବନ ଯାଇଥିଲା । ଜୀବନ ଯିବାର ୩୦ ମିନିଟ୍ ପୂର୍ବରୁ ସ୍ତ୍ରୀ ସାଙ୍ଗରେ କଥା ହୋଇଥିଲେ ଓ କିଛି ସମୟ ପରେ ଫୋନ ନଉଠାଇବାରୁ  ଓ ବିଭିନ୍ନ ଟିଭି ଚ୍ୟାନେଲ ରେ ଦେଖିଲା ପରେ ଘରେ ସନ୍ଦେହ ହୋଇଥିଲା ।

ଠିକ୍ ଏହି ସମୟରେ କେହି ଜଣେ ଫୋନ ଉଠାଇ ମୃତ୍ୟୁ ଖବର ଦେଇଥିଲେ । ପରିବାର ଲୋକେ ତୁରନ୍ତ ଯାଇ ବାହାନଗା ପାଖରେ ଥିବା ସ୍କୁଲ ଘରେ ପହଞ୍ଚିଥିଲେ । ଗୋଡରେ ଲାଗିଥିବା ଅଳତା , ବେକରେ ପିନ୍ଧିଥିବା ବିନୋଦିନ ଓ ତାପସଙ୍କ ଫଟୋ ଥିବା ଲକେଟ ଦେଖି ଶବ ଚିହ୍ନଟ କରି ଆଣିଥିଲେ ପରିବାର ଲୋକେ । ପୁରୀ ସ୍ଵର୍ଗଦ୍ୱାରରେ ଶେଷକୃତ୍ୟ ସମ୍ପନ୍ନ କରାଯାଇଥିଲା । ସୂଚନା ଥାଉକି ଗତ କିଛି ବର୍ଷ ତଳେ ବାପା ଚାଲିଯାଇଥିବା ବେଳେ ତାପସ ଥିଲେ ଘରର ରୋଜଗାରିଆ ପୁଅ । ଏବେ ସେ ଚାଲିଗଲା ପରେ ଗ୍ରାମ ତଥା ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.