ବିଲ୍‌ ଆସିଲା ୧୦,୦୦୦ ଟଙ୍କା, ଚାରି ସାଙ୍ଗ ଜନ୍ମଦିନ ପାର୍ଟି ଦେଉଥିବା ସାଙ୍ଗକୁ ଛୁରୀ ଭୁସି କଲେ ହତ୍ୟା

ମହାରାଷ୍ଟ୍ରର ମୁମ୍ବାଇରେ ଘଟିଛି ଏକ ହୃଦୟ ବିଦାରକ ହତ୍ୟାକାଣ୍ଡ। ୪ ସାଙ୍ଗ ମିଶି ଜଣେ ସାଙ୍ଗଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି। ୧୦,୦୦୦ ଟଙ୍କାର ଖାଦ୍ୟ ବିଲ୍‌ ଦେବାକୁ ନେଇ ସାଙ୍ଗମାନଙ୍କ ମଧ୍ୟରେ ବିବାଦ ହୋଇଥିଲା। ପରେ ଏହା ଉଗ୍ରରୂପ ଧାରଣ କରିବାରୁ ୧୮ ବର୍ଷୀୟ ଯୁବକଙ୍କୁ ୪ ସାଙ୍ଗ ମିଶି ହତ୍ୟା କରିଥିଲେ।

ମହାରାଷ୍ଟ୍ରର ମୁମ୍ବାଇରେ ଘଟିଛି ଏକ ହୃଦୟବିଦାରକ ହତ୍ୟାକାଣ୍ଡ। ୪ ସାଙ୍ଗ ମିଶି ଜଣେ ସାଙ୍ଗଙ୍କୁ ଛୁରୀ ଭୁସି ହତ୍ୟା କରିଛନ୍ତି। ୧୦,୦୦୦ ଟଙ୍କାର ଖାଦ୍ୟ ବିଲ୍‌ ଦେବାକୁ ନେଇ ସାଙ୍ଗମାନଙ୍କ ମଧ୍ୟରେ ବିବାଦ ହୋଇଥିଲା। ପରେ ଏହା ଉଗ୍ରରୂପ ଧାରଣ କରିବାରୁ ୧୮ ବର୍ଷୀୟ ଯୁବକଙ୍କୁ ୪ ସାଙ୍ଗ ମିଶି ହତ୍ୟା କରିଥିଲେ। ଅଭିଯୁକ୍ତମାନଙ୍କ ମଧ୍ୟରେ ଦୁଇଜଣ ନାବାଳକ ଅଛନ୍ତି। ପୋଲିସ ସେମାନଙ୍କୁ ହେପାଜତକୁ ନେଇ ବାକି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।

ମୁମ୍ବାଇ ପୋଲିସ କହିଛି ଯେ ଉତ୍ତର ପ୍ରଦେଶରେ ରହୁଥିବା ୧୯ ଏବଂ ୨୨ ବର୍ଷୀୟ ଦୁଇ ଅଭିଯୁକ୍ତଙ୍କୁ ଗୁଜରାଟରୁ ଗିରଫ କରାଯାଇଛି। ଆଉ ଦୁଇ ନାବାଳକ ପୋଲିସ ସାମ୍ନାରେ ଆତ୍ମସମର୍ପଣ କରିବା ପରେ ପୋଲିସ ସେମାନଙ୍କୁ ନିଜ ହେପାଜତକୁ ନେଇଛି। ଅଧିକାରୀଙ୍କ ମୁତାବକ, ମୃତକ ମେ’ ୩୧ରେ ଏକ ଢାବାରେ ନିଜର ଜନ୍ମଦିନ ପାର୍ଟି ଦେଇଥିଲେ।

ଏହି ପାର୍ଟିରେ ଖାଦ୍ୟର ବିଲ୍‌ ପାଖାପାଖି ୧୦,୦୦୦ ଟଙ୍କା ଆସିଥିଲା। ବିଲ୍‌ ସେୟାର କରିବାକୁ ନେଇ ପୀଡ଼ିତ ଯୁବକ ଏବଂ ତାଙ୍କ ସାଙ୍ଗମାନଙ୍କ ମଧ୍ୟରେ ବିବାଦ ହୋଇଥିଲା। କିନ୍ତୁ ସେ ନିଜ ପକେଟ୍‌ରୁ ୧୦,୦୦୦ ଟଙ୍କା ଭରଣା କରି ମାମଲାର ସମାଧାନ କରିଥିଲେ। ହେଲେ ପରେ ୪ ଅଭିଯୁକ୍ତ ଆଉ ଏକ ଜନ୍ମଦିନ ପାର୍ଟିର ଆୟୋଜନ କରିଥିଲେ, ଯେଉଁଥିରେ ସେମାନେ ନିଜ ସାଙ୍ଗଙ୍କୁ ଆମନ୍ତ୍ରଣ କରିଥିଲେ।

ପୋଲିସ ମୁତାବକ, ୪ ସାଙ୍ଗ କେକ୍‌ ଖୁଆଇବା ପରେ ଯୁବକଙ୍କ ଉପରେ ଧାରୁଆ ଅସ୍ତ୍ରରେ ଅନେକ ଥର ଆକ୍ରମଣ କରିଥିଲେ, ଯେଉଁଥିରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହି ଘଟଣା ସାମ୍ନାକୁ ଆସିବା ପରେ ୧୭ ବର୍ଷୀୟ ଦୁଇ ନାବାଳକ ପୋଲିସ ନିକଟରେ ଆତ୍ମସମର୍ପଣ କରିଥିଲେ। ପୋଲିସ ନାବାଳକ ଦ୍ୱୟଙ୍କୁ ସ୍ୱଧାର ଗୃହକୁ ପଠାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.