Below header

ଯଦି ସବୁ ସୋମବାର ଆପଣ ଶିବ ପୂଜା କରୁଥାନ୍ତି, ତେବେ ନିଶ୍ଚୟ ଜାଣନ୍ତୁ ଏହି ସବୁ ଜରୁରୀ କଥା

ହିନ୍ଦୁ ପରମ୍ପରାରେ ସୋମବାରକୁ ଭଗବାନ ଶିବଙ୍କର ବାର ବୋଲି କୁହାଯାଏ । ସୋମବାର ଶିବଙ୍କୁ ପୂଜା କରାଯାଏ । କୁହାଯାଏ ଭଗବାନ ଶିବ ଭକ୍ତର ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ଯଦି କେହି ସୋମବାର ଭକ୍ତି ମନରେ ଭଗବାନ ଶିବଙ୍କ ପୂଜା କରେ ସେ ଭଗବାନଙ୍କ ବିଶେଷ କୃପା ପାଇଥାଏ । ଭଗବାନ ଶିବ ଆଶୁତୋଷ ହୋଇଥିବାରୁ ସେ ଶୀଘ୍ର ଭକ୍ତଙ୍କ ମନସ୍କାମନା ପୂର୍ଣ୍ଣ କରିଥାନ୍ତି । ତେବେ ପୂଜାରେ ଭୂଲ କଥାକୁ ସେ ବରଦାସ୍ତ କରନ୍ତି ନାହିଁ ।

ଭଗବାନ ଶିବଙ୍କ ପୂଜା ବେଳେ ଏହି ସବୁ କଥା ପ୍ରତି ଧ୍ୟାନ ଦିଅନ୍ତୁ :

– ଭଗବାନ ଶିବଙ୍କୁ କେତକୀ ଫୁଲ କେବେ ବି ଭୂଲରେ ଚଢ଼ାନ୍ତୁ ନାହିଁ । ଏହା ସହ ତୁଳସୀ ପତ୍ର କିମ୍ବା ଶଙ୍ଖରେ ପାଣି କେବେ ବି ଚଡାନ୍ତୁ ନାହିଁ ।

– ଶିବଜୀଙ୍କ ପୂଜାରେ ହଳଦୀ ଓ କୁଙ୍କୁମ କେବେ ବି ଚଢ଼ାନ୍ତୁ ନାହିଁ ।

– ଶିବଜୀଙ୍କୁ ପୁରୁଣା ବା ବାସୀ ଫୁଲ କେବେ ବି ଚଢ଼ାନ୍ତୁ ନାହିଁ ।

– ଚାଉଳ ଅର୍ପଣ କରିପାରିବେ, ମାତ୍ର ଚାଉଳ ଭଙ୍ଗା ହୋଇ ନଥିବା ଦରକାର ।

– ଶିବଜୀଙ୍କୁ ବେଲ ପତ୍ର ଓ ତମ୍ବା ଢ଼ାଳରେ ଦୁଧ ଅର୍ପଣ କଲେ ସେ ପ୍ରଶନ୍ନ ହୁଅନ୍ତି । ଏହାଛଡ଼ା ‘ ଓଁନମୋ ଧନଦାୟ ସ୍ୱାହା’ ମନ୍ତ୍ର ୧୧ ମାଳା ରୁଦ୍ରାକ୍ଷ ମାଳାରେ ଜପ କଲେ ଧନ ବୃଦ୍ଧି ହୋଇଥାଏ ।

lord shiva
Image Credit: News Track English

ସୋମବାର ଦିନ କରନ୍ତୁ ଭୋଳାନାଥଙ୍କ ଏହି ଉପାୟ :

– ସୋମବାର ଦିନ ଶିବଜୀଙ୍କୁ ଚନ୍ଦନ, ଅକ୍ଷତ, ବେଲ ପତ୍ର, ଦୁର୍ଦ୍ଦରା ଫୁଲ, ଦୁଧ, ଗଙ୍ଗାଜଳ ଚଢ଼ାନ୍ତୁ । ଏହି ସବୁ ଦ୍ରବ୍ୟ ସୋମବାର ଚଢ଼ାଇଲେ ଭୋଳେନାଥ ପ୍ରଶନ୍ନ ହୁଅନ୍ତି ।

– ସୋମବାର ଶିବଜୀଙ୍କୁ ଘିଅ, ଖଣ୍ଡ(ଗୁଡ), ଗହମ ଅଟାରେ ପ୍ରସ୍ତୁତ ଭୋଗ ଲଗାଇବା ପରେ ଧୂପ,ଦୀପ ଦ୍ୱାରା ଆଳତୀ କଲେ ଶିବଜୀ ପ୍ରଶନ୍ନ ହୁଅନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.