ଆଜି କରୋନାରୁ ସୁସ୍ଥ ହେଲେ ୩୧୫୮ ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ):  ରାଜ୍ୟରେ ବଢୁଛି ସୁସ୍ଥ ସଂଖ୍ୟା  ।  ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୩୧୫୮ ଆକ୍ରାନ୍ତ । ଆଜିର ସୁସ୍ଥଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୧ ଜଣ ସୁସ୍ଥ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ପକ୍ଷରୁ ଏନେଇ ଟ୍ବିଟ ଯୋଗେ ସୂଚନା ଦେଇଛି। ଆଜିର ସୁସ୍ଥଙ୍କୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହେଲେଣି  ୮ ଲକ୍ଷ ୮୭ ହଜାର ୪୨୦।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ କଟକ ଜିଲ୍ଲାରୁ ଆଜି ୩୮୪ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଯାଜପୁରରୁ ୩୩୨, ବାଲେଶ୍ୱରରୁ ୧୭୪, ଭଦ୍ରକରୁ ୧୬୮, ମୟୂରଭଂଜରୁ ୧୬୪, ପୁରୀରୁ ୧୫୯, ନୟାଗଡ଼ରୁ ୧୪୯, କେନ୍ଦ୍ରାପଡ଼ାରୁ ୧୧୮, ଜଗତସିଂହପୁରରୁ ୧୧୨, ସୁନ୍ଦରଗଡ଼ରୁ ୧୦୦, କେନ୍ଦୁଝରରୁ ୯୨, ଅନୁଗୁଳରୁ ୮୨, କୋରାପୁଟରୁ ୭୪, ମାଲକାନଗିରି ଏବଂ ରାୟଗଡ଼ାରୁ ୬୪ ଲେଖାଏଁ, ବୌଦ୍ଧ ଏବଂ ନବରଂଗପୁରରୁ ୪୧ ଲେଖାଏଁ, ଢେଙ୍କାନାଳରୁ ୩୬, ଝାରସୁଗୁଡ଼ାରୁ ୨୫, କଳାହାଣ୍ଡିରୁ ୨୩, କନ୍ଧମାଳରୁ ୨୨, ଗଂଜାମ ଏବଂ ଗଜପତିରୁ ୧୯ଲେଖାଏଁ, ସମ୍ବଲପୁରରୁ ୧୫, ନୂଆପଡ଼ାରୁ ୧୪, ବଲାଙ୍ଗୀର, ସୁବର୍ଣ୍ଣପୁରରୁ ୯, ଦେବଗଡ଼ରୁ ୬ ଏବଂ ରାଜ୍ୟପୁଲରୁ ୮୯ ଜଣ ସୁସ୍ଥ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.