ଭାରତ ବନାମ ଚୀନ୍ : କାହା ପାଖରେ ଅଛି କେତେ ମିସାଇଲ୍, କିଏ କାହାକୁ ଦେଇ ପାରିବ ମାତ୍ ପଢନ୍ତୁ ଏହି ରିପୋର୍ଟ

ଲାଇନ ଅଫ୍ ଆକ୍ଚୁଆଲ କଣ୍ଟ୍ରୋଲ (LAC) ଉପରେ ଏବେ ସାରା ବିଶ୍ୱର ନଜର ରହିଛି । କାରଣ ଏଠି ଚୀନର ଗତିବିଧି ବୃଦ୍ଧି ପାଇଛି। କେବଳ ଚୀନର ସୈନିକ ସୀମାରେ ନାହାନ୍ତି ବରଂ ଚୀନ ଏୟାରଫୋର୍ସ ମଧ୍ୟ ଏଲଏସି ନିକଟରେ ଜଗି ରହିଛି। ବର୍ଡର ଆରପାଖରେ ଥିବା ଚୀନ ଅନେକ ଏୟାରବେସ ତିଆରି କରାଯାଇଛି, ଯେଉଁଠି ଚୀନର ଯୁଦ୍ଧ ବିମାନ ପ୍ରତିଦିନ ସାଏଁ ସାଏଁ କରି ଉଡାଣ ଭରୁଛି। ଚୀନର ପଟୁ ଥିବା ବିପଦକୁ ଦେଖି ଭାରତ ମଧ୍ୟ ଏୟାର ଡିଫେନ୍ସ ସିଷ୍ଟମକୁ ଆଲର୍ଟ ରଖିଛି। ଯଦି ଶତ୍ରୁପକ୍ଷ ଭାରତୀୟ ଏୟାରସ୍ପେସ ଭିତରକୁ ପଶିବାକୁ ଚେଷ୍ଟା କରେ, ତେବେ ଏହାର ଠିକଣା ଜବାବ ଦେବାକୁ ପୂରା ତୟାରରହିଛି। ପ୍ରତିରକ୍ଷା କ୍ଷେତ୍ରରେ ଭାରତର ବାୟୁସେନା ଦୁନିଆର ଶ୍ରେଷ୍ଠ ସେନା ବ୍ୟବସ୍ଥା ମଧ୍ୟରେ ସାମିଲ ହୋଇନଥାଇପାରେ କିନ୍ତୁ ନିଜ ସୀମା ଭିତରକୁ ଅନ୍ୟ କୌଣସି ଦେଶର ମିସାଇଲ ଆସିଲେ ସହଜରେ ଉଡାଇ ଦେଇପାରେ। କିନ୍ତୁ ଆପଣ କ’ଣ ଜାଣନ୍ତି କି, ଚୀନ ଏବଂ ଭାରତ ମଧ୍ୟରେ କେଉଁ ଦେଶର ଏୟାର ଡିଫେନ୍ସ ସିଷ୍ଟମ ଅଧିକ ଶକ୍ତିଶାଳୀ ?
ଆକାଶ :
ଆକାଶରେ ଉଡୁଥିବା ଏୟାରକ୍ରାଫ୍ଟ ହେଉ ଅବା ତଳେ ଥିବା ଡ୍ରୋନ ଭାରତର ଆଡଭାନ୍ସଡ ଏୟାର ଡିଫେନ୍ସ ମିସାଇଲ କୌଣସି ବି ଅଜଣା ବସ୍ତୁକୁ ଧ୍ୱଂସ କରିବାର ସାମର୍ଥ୍ୟ ରଖିଛି। ଏମିତି ଏକ ମିସାଇଲ ଭାରତ ପାଖରେ ରହିଛି, ଯାହାର ନାମ ‘ଆକାଶ’। ଏହି ମିସାଇଲ ଆକାଶରେ ୩୦ କିମି ପର୍ଯ୍ୟନ୍ତ ଥିବା ବାଲାଷ୍ଟିକ ମିସାଇଲକୁ ଧ୍ୱଂସ କରିବାରେ ସଫଳ ହୋଇଥାଏ। ୭୨୦ କିଲୋ ଓଜନର ‘ଆକାଶ’ ମିସାଇଲ ସୁପରସୋନିକ ସ୍ପିଡ ଭାବେ ଗତି କରିଥାଏ। ଏହାଛଡ଼ା ଭୂପୃଷ୍ଠରୁ ୧୮ କିଲୋମିଟର ଉଚ୍ଚତାରେ ଥିବା ଶତ୍ରୁର ମିସାଇଲକୁ ଧ୍ୱଂସ କରିବାର ସକ୍ଷମ ହୋଇଥାଏ।
ଆକାଶ ମିଶାଇଲ ସିଷ୍ଟମରେ ଆଡଭାନ୍ସଡ କମ୍ପ୍ୟୁଟର ଏବଂ ଏକ ଇଲେକ୍ଟ୍ରୋ ମେକାନିକାଲ ଏକ୍ଟିଭେଟର ରହିଛି। ଏହା ରାଜେନ୍ଦ୍ର ନାମକ ରାଡାରରୁ ସିଗନାଲ ନେଇ ଲକ୍ଷ୍ୟ ସାଧନ କରିଥାଏ। ‘ରାଜେନ୍ଦ୍ର’ରେ ଅନେକ ଆଡଭାନ୍ସଡ ଫିଚର୍ସ ମଧ୍ୟ ରହିଛି, ଯାହା ନିଜର ରେଞ୍ଜର ୬୪ ଟାର୍ଗେଟକୁ ଟ୍ରାକ୍ କରିପାରେ। ଏହା ଏକା ସାଙ୍ଗରେ ର୍ଟାଗେଟ୍ କରି ୮ଟି ମିସାଇଲ ଛାଡିବାରେ ସକ୍ଷମ ରଖିଥାଏ।
ପୃଥିବୀ:
ଆକାଶ ପରେ ଭାରତ ପାଖରେ ରହିଛି ପୃଥିବୀ। ପୃଥିବୀର ଏୟାର ଡିଫେନ୍ସ ପ୍ୟାଡ୍ ସିଷ୍ଟମ ୮୦ରୁ ୧୨୦ କିଲୋମିଟର ରେଞ୍ଜ ପର୍ଯ୍ୟନ୍ତ ରହିଛି। ଏହା ଦେଶ ଆଡକୁ ଆସୁଥିବା ମିସାଇଲକୁ ସମ୍ଭାଳିବା କ୍ଷମତା ରଖିଛି । ପୃଥିବୀ ମିସାଇଲ ପ୍ରକୃତରେ ହେଉଛି ‘ପ୍ରଦ୍ୟୁମ୍ନ’ ଟୁଜ ମିସାଇଲ। ଏହି ସୁପରସୋନିକ ମିସାଇଲ ଅତି ସହଜରେ ୩୦୦ କିମିରୁ ୨୦୦୦ ହଜାର କିଲୋମିଟର ଯାଏ ବାଲାଷ୍ଟିକ ମିସାଇଲକୁ ଆକାଶରେ ଉଡାଇବାର କ୍ଷମତା ରଖିଛି।
ମିଶନ ଶକ୍ତି :
ଭାରତ ପାଖରେ କେବଳ ପୃଥିବୀ ପୃଷ୍ଠ ନୁହେଁ ବରଂ ଅନ୍ତରୀକ୍ଷରେ ମଧ୍ୟ ଯୁଦ୍ଧ ଲଢିବାର କ୍ଷମତା ରହିଛି। ଦୁନିଆର କେବଳ ୩ଟି ଦେଶ ଆମେରିକା, ରୁଷ ଏବଂ ଚୀନ ପାଖରେ ଆଣ୍ଟି ସାଟେଲାଇଟ ମିସାଇଲ ରହିଛି। ଭାରତ ଗତ ୧୭ ମାର୍ଚ୍ଚରେ ‘ମିଶନ ଶକ୍ତି’କୁ ସଫଳତାପୂର୍ବକ ପରୀକ୍ଷା କରିଥିଲା। ଯାହାଫଳରେ ଏହି ତିନି ଦେଶ ସହ ଭାରତ ମଧ୍ୟ ଆଣ୍ଟି ସାଟେଲାଇଟ୍ ମିସାଇଲ୍ର ଅଧିକାରୀ ହୋଇ ପାରିଛି ।
ସ୍ପାଇଡର ଏବଂ ଅଶ୍ୱିନ :
ଏହାଛଡା ଭାରତ ପାଖରେ ରହିଛି ଇସ୍ରାଏଲର ‘ସ୍ପାଇଡର’ ମିସାଇଲ । ଯାହା ୫ରୁ ୫୦ କିମି ରେଞ୍ଜ ପର୍ଯ୍ୟନ୍ତ ଶତ୍ରୁର ମିସାଇଲକୁ ଟାର୍ଗେଟ କରିପାରେ। ‘ଅଶ୍ୱିନ’ ଏକ ସ୍ୱଦେଶୀ ମିସାଇଲ, ଯାହା ୩୦ କିମି ପର୍ଯ୍ୟନ୍ତ ମିସାଇଲକୁ ଇଣ୍ଟସେପ୍ଟ କରିବାର କ୍ଷମତା ରଖିଛି।
ବ୍ରହ୍ମାସ୍ତ୍ର :
ଭାରତକୁ ଖୁବଶୀଘ୍ର ରୁଷରୁ S- 400 Triumf ଏୟାର ଡିଫେନ୍ସ ସିଷ୍ଟମ ମିଳିବ। ଏହି ସିଷ୍ଟମ ଭାରତୀୟ ଏୟାରଫୋର୍ସ ଦକ୍ଷତାକୁ ୪ ଗୁଣ ବଢାଇବ। S- 400 Triumf ଏୟାର ଡିଫେନ୍ସ ଦୁନିଆର ସବୁଠାରୁ ଆଡଭାନ୍ସଡ ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟରେ ଅନ୍ୟତମ। ଏଥିରେ ଯେଉଁ ରାଡାର ଲାଗିଛି, ତାହା ହଜାରେ କିମି ଦୂରରେ ଥିବା ବସ୍ତୁକୁ ଠାବ କରିପାରେ ସକ୍ଷମ। ଏହାସହିତ ଡଜନେ ଜିନିଷ ଉପରେ ନଜର ରଖିବାର ଦକ୍ଷତା ରଖିଛି ବ୍ରହ୍ମାସ୍ତ୍ର। ଏହି ସିଷ୍ଟମ ଜରିଆରେ ପୂରା ସ୍ପେକ୍ଟ୍ରମକୁ ଆକାଶରେ ଆକ୍ରମଣରୁ ସୁରକ୍ଷିତ କରାଯାଇପାରେ।
ଚୀନ ପାଖରେ ରହିଛି ଏହିସବୁ ମିସାଇଲ :
HQ-9 ମିସାଇଲ :
ଅନ୍ୟପକ୍ଷରେ ଭାରତ ଭଳି ଚୀନ୍ ମଧ୍ୟ ରୁଷିଆରୁ ମିସାଇଲ୍ କିଣିଛି । ରୁଷର S-300 V ଭଳି ଚୀନ ପାଖରେ ରହିଛି HQ-9 ଭଳି ଟୁ ଷ୍ଟେଜ ମିସାଇଲ। ଏହି ମିସାଇଲର ଓଜନ ପାଖାପାଖି ୨ ଟନ ଏବଂ ୭ ମିଟର ଲମ୍ବ। ଏହା ଚୀନର ମୁଖ୍ୟ ଏୟାର ଡିଫେନ୍ସ ସିଷ୍ଟମ ମଧ୍ୟରେ ଅନ୍ୟତମ। ଏହାର ରେଞ୍ଜ ୨୦୦ କିମି ଏବଂ ସ୍ପିଡ ୪.୨ ମେଚ ରହିଛି। ଏହି ମିସାଇଲର ଦୁର୍ବଳତା ହେଉଛି, ଏହାର ଟ୍ରେଷ୍ଟ ଭେକ୍ଟର କଣ୍ଟ୍ରୋଲ କେବଳ ଗୋଟିଏ ସାଇଡରୁ ନଜର ଆସିଥାଏ। ଆଗରୁ ଏହାର ଆକାର ବହୁତ ବଡ ଥିଲା କିନ୍ତୁ ଏବେ ଏହାକୁ ଛୋଟ କରାଯାଇଛି। ଯେଉଁଥିପାଇଁ ଟ୍ରାନ୍ସପୋର୍ଟ ଲଞ୍ଚର ସାହାଯ୍ୟରେ ଗୋଟେ ସ୍ଥାନରୁ ଅନ୍ୟ ସ୍ଥାନକୁ ସ୍ଥାନାନ୍ତର କରାଯିବ।
HQ-18 ମିସାଇଲ:
ଭାରତର ଏବଂ ଚୀନର ମ୍ୟୁଚୁଆଲ ଫ୍ରେଣ୍ଡ ରୁଷ ଦୁଇ ଦେଶକୁ ଅସ୍ତ୍ର ବିକ୍ରି କରିଥାଏ। ଏହି ମିସାଇଲ ସିଷ୍ଟମକୁ ରୁଷ ଠାରୁ ଚୀନ କିଣି ତାହାର ବିକାଶ କରିଥିଲା। ଯାହା ଚୀନ୍ HQ-18 ନାମରେ ଜଣାଶୁଣା। ଏହି ମିସାଇଲ ୧୦୦ କିମିରୁ ୧୫୦ କିମି ରେଞ୍ଜ ପର୍ଯ୍ୟନ୍ତ ଲକ୍ଷ୍ୟଭେଦ କରିବାର କ୍ଷମତା ରଖିଛି। ଏହି ମିସାଇଲ୍ରରାଡାର ଏକାସାଙ୍ଗରେ ୨୦୦ ଟାର୍ଗେଟକୁ ଡିଟେକ୍ଟ କରିପାରେ।
S-400 :
ଦୁନିଆର ସବୁଠାରୁ ଆଡଭାନ୍ସ ମିସାଇଲ ସିଷ୍ଟମ ମଧ୍ୟରେ ଅନ୍ୟତମs-400 Triumf । ଯାହା ଚୀନ ପାଖରେ ପୂର୍ବରୁ ରହିଥିଲା। ଏହାର ଆଉ ଏକ ଭର୍ସନ ରୁଷ ଚୀନକୁ ଚଳିତ ବର୍ଷ ଫେବୃଆରୀରେ ଦେଇଛି। ୨୦୧୪ରେ ଚୀନ ରୁଷକୁ ଏହି ଦୁଇଟି ମିସାଇଲ ମାଗିଥିଲା। କିନ୍ତୁ ରୁଷ ୨୦୧୮ରେ ପ୍ରଥମ ସେଟ୍ ଦେଇଥିବା ବେଳେ ଦ୍ୱିତୀୟ ସେଟ୍କୁ ଚଳିତ ବର୍ଷ ଦେଇଛି।
ଯଦି କୁହାଯିବ ମିସାଇଲ୍ କ୍ଷେତ୍ରରେ ଉଭୟ ଚୀନ୍ ଓ ଭାରତ ସେମାନଙ୍କ ମିତ୍ର ରାଷ୍ଟ୍ର ରୁଷ୍ଠାରୁ ଯୁଦ୍ଧାସ୍ତ୍ର କିଣିଛନ୍ତି । ତେବେ ଚୀନ୍ ତୁଳନାରେ ଭାରତ ହାତରେ ରହିଛି ଅଧିକ ପରିମାଣର ଭିନ୍ନ ଭିନ୍ନ ପ୍ରକାରର ମିସାଇଲ । ଯାହା ଚୀନ୍ର ହୋସ୍ ଉଡ଼ାଇବାକୁ ଯଥେଷ୍ଟ ହେବ ।