Below header

ଭଉଣୀକୁ କଥା ଦେଇଥିଲା ଭାଇ, ଧୁମ୍‌ ଧାମ୍‌ରେ କରିଥାଆନ୍ତେ ବାହାଘର ତା ପୂର୍ବରୁ ସହିଦ୍‌ ହୋଇଗଲା ଯବାନ୍‌ ଭାଇ

ଭଉଣୀକୁ କଥା ଦେଇଥିଲା ଭାଇ । ଦୁଇ ମାସ ପରେ ଧୁମ୍‌ ଧାମ୍‌ରେ କରିଥାଆନ୍ତେ ବାହାଘର ତା ପୂର୍ବରୁ ଦେଶ ପାଇଁ ସହିଦ୍‌ ହୋଇଗଲା ଭାଇ । ଗତକାଲି ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ଥିବା ରଜୌରୀରରେ ଆତଙ୍କବାଦୀମାନେ ସେନାର ଏକ ଟ୍ରକ୍‌ ଓ ଜିପ୍‌ସି ଉପରେ ହଠାତ୍‌ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ୍‌ ହୋଇଥିଲେ । ଏହି ସହିଦ୍‌ ଯବାନଙ୍କ ମଧ୍ୟରେ କାନପୁରର ଚୌବେପୁରର ଭାଉପୁର ଗାଁର ବାସିନ୍ଦା କରଣ ସିଂହ ସହିଦ୍‌ ହୋଇଥିଲେ ।

ଗତକାଲି ଜମ୍ମୁ-କଶ୍ମୀରର ପୁଞ୍ଚ ଜିଲ୍ଲାରେ ଥିବା ରଜୌରୀରରେ ଆତଙ୍କବାଦୀମାନେ ସେନାର ଏକ ଟ୍ରକ୍‌ ଓ ଜିପ୍‌ସି ଉପରେ ହଠାତ୍‌ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ୫ ଜଣ ଯବାନ ସହିଦ୍‌ ହୋଇଥିଲେ । ଏହି ସହିଦ୍‌ ଯବାନଙ୍କ ମଧ୍ୟରେ କାନପୁରର ଚୌବେପୁରର ଭାଉପୁର ଗାଁର ବାସିନ୍ଦା କରଣ ସିଂହ ସହିଦ୍‌ ହୋଇଥିଲେ ।

କରଣଙ୍କ ସହିଦ୍‌ ଖବର ଶୁଣିବା ପରେ ପାଦ ତଳୁ ମାଟି ଖସିଯାଇଥିଲା ପରିବାର ଲୋକଙ୍କର । ସ୍ୱାମୀର ସହିଦ୍‌ ହେବା କଥା ଶୁଣି ସ୍ତ୍ରୀ ମଧ୍ୟ ଚେତାଶୂନ୍ୟ ହୋଇଯାଉଛି । ଏ ଦୁଃଖ ଭିତରେ ଭଉଣୀ ତା ଭାଇର କଥାକୁ ମନେ ପକାଇ ସତେ ଯେମିତି ପାଗିଳି ହୋଇଗଲାଣି । ସେପଟେ କରଣଙ୍କର ଅବୋଧ ପିଲା ଦୁଇଟି ବାପାର ସହିଦ୍‌ ହେବା କଥାକୁ ବୁଝି ପାରୁନାହାଁନ୍ତି । ବାପା ଆସିବେ ବୋଲି ଜିଦ୍‌ କରୁଛନ୍ତି । କରଣ ସିଂହ ଯାଦବଙ୍କର ଦୁଇଟି ସନ୍ତାନ । ଝିଅଟି ୫ ବର୍ଷର ହୋଇଥିବା ବେଳେ ପୁଅ ଦେଢ଼ବର୍ଷର । ଏପଟେ ମୁଣ୍ଡ ପିଟି କାନ୍ଦୁଛନ୍ତି ବାପା,ମା । ପରିବାରର ବୋଝ ସମ୍ଭାଳୁଥିବା ଏକମାତ୍ର ରୋଜଗାରିଆ ପୁଅ ସହିଦ୍‌ କଥା ଶୁଣି ବାପା ଆଖିରୁ ଶୁଖୁନି ଲୁହ । ମା’ ଙ୍କ କଥା କଣ ବା କହିବୁ । କରଣଙ୍କ ସହିଦ୍‌ ଖବର ଖାଲି ତାଙ୍କ ପରିବାର ଆଖିରେ ଲୁହ ଦେଇନି ତାଙ୍କ ପାଇଁ କାନ୍ଦୁଛି ପୂରା ଗାଁ । ଝୁରୁଛି ବୀର ପୁଅକୁ ।

କରଣଙ୍କ ବଡ଼ ଭଉଣୀର ବାହାଘର ହୋଇଥିବା ବେଳେ ଆଉ ଦୁଇ ଭଉଣୀ ଅବିବାହିତ ଥିଲେ । କରଣ ଏହି ୨ ଭଉଣୀକୁ କଥା ଦେଇଥିଲେ ଫେବୃଆରୀ ମାସ ଘରକୁ ଆସିବେ ଆଉ ଖୁବ୍‌ ଧୁମ୍‌ ଧାମ୍‌ରେ ୨ ଭଉଣୀଙ୍କ ବିବାହ କରାଇବେ । ହେଲେ ନିୟତିର ନିର୍ଦ୍ଦେଶ କିଛି ଅଲଗା ଥିଲା । କ୍ଷଣକ ମଧ୍ୟରେ ସବୁକିଛି ଓଲଟ ପାଲଟ ହୋଇଗଲା । ଭଉଣୀ ବାହାଘର ପୂର୍ବରୁ ଭାଇ ସହିଦ୍‌ ହୋଇଗଲା । ଏବେ ଭାଇକୁ ଝୁରି ଝୁରି ଭଉଣୀ ସମ୍ପୂର୍ଣ୍ଣ ଏକା ହୋଇଯାଇଛି । ତା ଆଖିରୁ ଶୁଖୁନି ଲୁହ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.