ଜାପାନରେ ନିର୍ମାଣ ହୋଇଛି ବିଶାଳ ରୋବୋଟ RX-78, ଯାହାକୁ ଦେଖିଲେ ମନେପଡିଯିବ ପାଓ୍ଵର ରେଞ୍ଜର୍ସ

ହଲିଉଡରେ ସାଇନ୍ସ ଫିକ୍ସନ ଫିଲ୍ମରେ ଅଦ୍ଭୁତ ପ୍ରକାରର ମେଶିନ ମ୍ୟାନ ଦେଖିବାକୁ ମିଳିଥାଏ। ଯାହାକୁ ପ୍ରତ୍ୟେକ ପିଢିର ଦର୍ଶକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ସେହିପରି ଅନେକ ଫିଲ୍ମରେ ଆପଣ ପାଓ୍ଵର ରେଞ୍ଜର୍ସକୁ ମଧ୍ୟ ଦେଖିଥିବେ, ଯେଉଁମାନେ ହିରୋ ଭଳି କାମ କରି ଶତ୍ରୁ ସହିତ ଲଢୁଥିବେ। ଏମାନଙ୍କ ମଧ୍ୟରୁ ସମସ୍ତଙ୍କର ଅଲଗା ଅଲଗା ପସନ୍ଦିତା ପାଓ୍ଵର ରେଞ୍ଜର ରହିଥାନ୍ତି। ଠିକ୍ ଫିଲ୍ମ ପରି ଏମିତି ଏକ ରୋବୋଟ ଜାପାନର ୟୋକୋହାମା ସହର ସ୍ଥିତ ଗୁଣ୍ଡମ ଫ୍ୟାକ୍ଟ୍ରିରେ ପ୍ରସ୍ତୁତ କରାଯାଇଛି।
ଜାପାନୀ କମ୍ପାନୀ ଗୁଣ୍ଡମ ଏହି ରୋବୋଟର ନାମ RX-78 ରଖିଛି। ଏହି ରୋବୋଟର ଉଚ୍ଚତା ୬୦ ଫୁଟ ଏବଂ ଓଜନ ୨୫ ଟନ ରହିଛି। ଆପଣ ଏଥିରୁ ଅନୁମାନ ଲଗାଇପାରୁଥିବେ ଏହି ରୋବର୍ଟ କେତେ ବିଶାଳ। ଏହି ରୋବଟକୁ ଜାପାନର ଜଣାଶୁଣା ଆନିମେଟେଜ ସିରିଜର କାଳ୍ପନିକ ଚରିତ୍ର ଗୁଣ୍ଡମର ଆଧାରରେ ତିଆରି କରାଯାଇଛି। ଯାହା ୧୯୭୦ର ମସିହାର ଚର୍ଚ୍ଚିତ ସିରିଜ।
ସୋସିଆଲ ମିଡିଆରେ ଏହି ରୋବୋଟର ଭିଡିଓ ଭାଇରଲ ହେବାରେ ଲାଗିଛି। ଭିଡିଓରେ ରୋବୋଟ ଏଣେତେଣେ ମୁଭ କରୁଥିବାର ନଜର ଆସିଛି। ଏହି ବିଶାଳ ରୋବୋଟ ନିଜର ଗୋଡକୁ ଆଗକୁ ବଢାଉଛି, ତଳେ ବସୁଛି। ଏହି ରୋବୋଟର କାମ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ରୋବୋଟ RX-78 ମୁଭିଂ ଷ୍ଟାଇଲ ଦେଖି ସବୁଠାରୁ ଅଧିକ ଆକର୍ଷଣୀୟ ରହିଛି। କିନ୍ତୁ ଏବେ ଏହି ରୋବୋଟ ଟେଷ୍ଟିଂ ମୋଡରେ ରହିଛି। ସମଗ୍ର ବିଶ୍ୱରୁ ତଥ୍ୟ ଗ୍ରହଣ କରାଯାଇ ଏହାର ନିର୍ମାଣ କରାଯାଇଛି।
Life-sized Gundam in Yokohama is now in testing mode.pic.twitter.com/51HVoraPb7
— Catsuka (@catsuka) September 21, 2020
କିନ୍ତୁ ଏହାକୁ କମ୍ପାନୀ କେଉଁ କାମରେ ଲଗାଇବ ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ। ଏହି ରୋବୋଟର ବାହାର ନିର୍ମାଣ ଚଳିତବର୍ଷ ଜୁଲାଇରେ ଶେଷ ହୋଇଛି। ଏହା ଆସନ୍ତା ମାସରେ ଫାଇନାଲ କରାଯିବ ବୋଲି ଧାର୍ଯ୍ୟ କରାଯାଇଥିଲା। କିନ୍ତୁ କରୋନା ମହାମାରୀ ଯୋଗୁଁ ଏହାର ସାର୍ବଜନୀକ ଅନାବରଣ ସ୍ଥଗିତ ରହିଛି। କମ୍ପାନୀ ଖୁବଶୀଘ୍ର ଏହାର ଅନାବରଣ କରିବା ପାଇଁ ନୂଆ ତାରିଖ ଘୋଷଣା କରିବ।