ମଙ୍ଗଳ ଗ୍ରହରେ ମିଳିଛି ହ୍ରଦର ସନ୍ଧାନ, ସୂଚନା ଦେଲା ୟୁରୋପିଆନ ସ୍ପେସ ଏଜେନ୍ସି

ମଙ୍ଗଳ ଗ୍ରହରେ ହ୍ରଦର ସନ୍ଧାନ ମିଳିଛି । ଏକଥା ବିଶ୍ୱାସ ହେଉନଥିଲେ ବି ବୈଜ୍ଞାନିକମାନେ ଏହି ତଥ୍ୟ ପ୍ରକାଶ କରିଛନ୍ତି । ମଙ୍ଗଳ ଗ୍ରହର ବରଫାବୃତ ପୃଷ୍ଠଭୂମିରେ ତିନିଟି ହ୍ରଦ ଲୁଚି ରହିଥିବା “ୟୁରୋପିଆନ୍‌ ସ୍ପେସ୍‌ ଏଜେନ୍ସି”ର ଗବେଷକମାନେ ମତ ଦେଇଛନ୍ତି । ଦୁଇ ବର୍ଷ ତଳେ ଲାଲ ଗ୍ରହର ଦକ୍ଷିଣ ଗୋଲାର୍ଦ୍ଧ ବା ସାଉଥ ପୋଲ‌ରେ ବରଫ ତଳେ ଏକ ବଡ଼ ଲବଣ ହ୍ରଦର ଆବିଷ୍କାର କରିଥିଲେ ବୈଜ୍ଞାନିକ । ପୂର୍ବରୁ ଏହି ଗ୍ରହରେ ବୈଜ୍ଞାନିକଙ୍କୁ ଜଳର ସନ୍ଧାନ ମିଳିବା ନେଇ ଚର୍ଚ୍ଚା ଜୋର ଧରିଥିଲା ।

ଆମେରିକାର ଅନ୍ତରୀକ୍ଷ ସଂସ୍ଥା ନାସା, ଭାରତର ଅନ୍ତରୀକ୍ଷ ସଂସ୍ଥା ଇସ୍ରୋ ମଙ୍ଗଳ ଗ୍ରହକୁ ନେଇ ଦୀର୍ଘଦିନ ହେବ ଗବେଷଣା ଜାରି ରଖିଥିଲେ । ସୂର୍ଯ୍ୟଙ୍କୁ ମିଶାଇ ସୌରମଣ୍ଡଳରେ ମଙ୍ଗଳ ହେଉଛି ଚତୁର୍ଥ ଗ୍ରହ ଓ ଦ୍ଵିତୀୟ କ୍ଷୁଦ୍ରତମ ଗ୍ରହ । ମଙ୍ଗଳକୁ “ଲାଲ ଗ୍ରହ” ନାଁରେ ବି ଜଣାଯାଏ । ପୃଥିବୀ ସହ ମଙ୍ଗଳର ଅନେକ ସାମଞ୍ଜସ୍ୟ ରହିଛି । ମଙ୍ଗଳରେ ଜୀବନ ସମ୍ଭବ ବୋଲି ମଧ୍ୟ ବିଶ୍ୱର ଅନେକ ବୈଜ୍ଞାନିକ ପୂର୍ବରୁ ମତ ରଖିଥିଲେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.