Below header

ଜାପାନ କି କାଠମାଣ୍ଡୁ ନୁହେଁ ଖୋଦ୍ ଭୁବନେଶ୍ୱରର ରାସ୍ତା କଡରେ ଦେଖିବାକୁ ମିଳିଛି ଏହି ଅଦ୍ଭୁତ ଘର

ବ୍ୟକ୍ତିଙ୍କ ନାମ ପନ୍ଦାରି ମୁଦିଲୀ । ଘର ଖୋର୍ଦ୍ଧା ଜିଲ୍ଲାରେ । ଭୁବନେଶ୍ୱରରେ ଦୀର୍ଘ ବର୍ଷ ହେଲାଣି ଘର କରି ରହିଛନ୍ତି । ତେବେ ତାଙ୍କୁ ଏହି ଘର କରିବାକୁ ପ୍ରେରଣା ଯୋଗାଇଥିଲା ଖଣ୍ଡେ ଦୈନିକ ଖବର କାଗଜ । ଯେଉଁଥିରେ ଜାପାନ ରାଜଧାନୀରେ ଏହିଭଳି ଗୋଟିଏ ଘର ତିଆରି ହୋଇଥିଲା । ସେଇଦିନ ଠାରୁ ଏହି ଘର ତିଆରି କରିବାକୁ ସାତ ହଜାର ଦିନ ଲାଗିଲାଣି ।

ଭୁବନେଶ୍ୱର(କେନ୍ୟୁଜ୍): ରାଜଧାନୀ ଭୁବନେଶ୍ୱର ରାସ୍ତା କଡରେ ବେଳେ ବେଳେ ଏମିତି କିଛି ଦେଖିବାକୁ ମିଳେ ଯାହାକି ଆଶ୍ଚର୍ଯ୍ୟ କରିଥାଏ । ଯେଉଁ ଦୃଶ୍ୟ ଦେଖିଲେ ଥରେ ଭାବିବା ପାଇଁ ବାଧ୍ୟ କରିଥାଏ କି, ସତରେ କଣ ରାଜଧାନୀ ଭିତରେ ପୁଣି ଏମିତି ଦୃଶ୍ୟ ଦେଖିବାକୁ ମିଳୁଛି ।

ଭୁବନେଶ୍ୱର ନୟାପଲ୍ଲୀ ଅଞ୍ଚଳରେ ଦେଖିବାକୁ ମିଳିଥିଲା ଠିକ୍ ଏମିତି ଦୃଶ୍ୟ । ସଜେଇ ହୋଇଥିବା ଗୋଟେ ଘର। ବାହାର ଚାରିପାଖ ଅଂଶ ଧନୁ ତୀରରେ ସଜେଇ ହୋଇ ରହିଛି । ଘର ସମ୍ମୁଖରେ ଗୋଟିଏ ପାଖରେ ତୁଳସୀ ଗଛ । ତାକୁ କିଛି ପଟା ଦେଇ ବେଶ ସଂରକ୍ଷଣ କରାଯାଇଛି । ଘର ଭିତରକୁ ପ୍ରବେଶ କରିବା ବେଳେ ପ୍ରବେଶ ଦ୍ୱାରାରେ ଲମ୍ବାରେ କିଛି ମାଳି ଓହଳା ହୋଇଛି । ଘରର ଉପରି ଭାଗରେ ଚକ୍ର, ପଦ୍ମ, ଧନୁ, ତୀର. ତା ସହିତ କିଛି ବୋତଲ ମଧ୍ୟ ଧାଡିରେ ଓହଳା ଯାଇଛି । ଘର ସମ୍ମୁଖଟି ଦେଖିବାକୁ ଅତି ମନୋରମ ହୋଇଛି । ଆଉ ପୁଣି ଘରର କିଛି ସ୍ଥାନରେ ଠାଏ ଠାଏ ଚକ୍ରୀ ଓହଳା ହୋଇଛି ।

ଖରା ଦିନ ଯେହେତୁ ବାହାରେ ଅସହ୍ୟ ଗରମ କିନ୍ତୁ ଘର ଭିତରଟି ବେଶ ଥଣ୍ଡା ଅନୁଭୂତ ହେଉଥିଲା । ଘରଟି ଭିତର ପାଖରେ ଚାରି ଆଡେ ପଟା ଦେଇ ସଜେଇ ହୋଇଛି । ପାଞ୍ଚ ସାତ ହାତର ଘର ଖଣ୍ଡେ ହେଲେ ଦେଖିଲେ ଲାଗୁଥିଲା ସତେ ଯେମିତି ସେଥିରେ ଖର୍ଚ୍ଚ ହୋଇଛି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା । ଯାହା ବୁଝିଲୁ ବ୍ୟକ୍ତିଙ୍କ ନାମ ପନ୍ଦାରି ମୁଦିଲୀ । ଘର ଖୋର୍ଦ୍ଧା ଜିଲ୍ଲାରେ । ଭୁବନେଶ୍ୱରରେ ଦୀର୍ଘ ବର୍ଷ ହେଲାଣି ଘର କରି ରହିଛନ୍ତି । ତେବେ ତାଙ୍କୁ ଏହି ଘର କରିବାକୁ ପ୍ରେରଣା ଯୋଗାଇଥିଲା ଖଣ୍ଡେ ଦୈନିକ ଖବର କାଗଜ । ଯେଉଁଥିରେ ଜାପାନ ରାଜଧାନୀରେ ଏହିଭଳି ଗୋଟିଏ ଘର ତିଆରି ହୋଇଥିଲା । ସେଇଦିନ ଠାରୁ ଏହି ଘର ତିଆରି କରିବାକୁ ସାତ ହଜାର ଦିନ ଲାଗିଲାଣି ।

japan house man

ତେବେ ଘରେ ଯେତେବେଳେ ଆମେ ପ୍ରବେଶ କଲୁ ଘରର ଘରଣୀ ଭାରି ରାଗି କି ଥିଲେ ସ୍ୱାମୀର ଏସବୁ କାମ ଉପରେ । ତେଣୁ କହିଲେ ଘର ପାଇଁ କିଛି କରିବାର ନାହିଁ କିନ୍ତୁ ଘରେ ଏସବୁ ନାଟ କୀର୍ତନ କରି ଟଙ୍କା ପଇସା ସବୁ ଏଇ ଘରେ ଖର୍ଚ୍ଚ କରୁଛନ୍ତି। ଝିଅଟିଏ ଥିଲା ଯେ ତାକୁ ଭାରି କଷ୍ଟରେ ବାହା ଦିଆହେଲା । ସ୍ତ୍ରୀ ଯାଇ ପର ଘରେ କାମ କରି ଯେଉଁ ଦୁଇ ପଇସା ଆଣେ ସେଥିରେ ଘର ଚଳେ । ବାକି ଦରକାର ପଡିଲେ ସ୍ତ୍ରୀ ପଇସା ମଧ୍ୟ ଘର କାମରେ ଲାଗେ। ତେବେ ଘର ତିଆରି କରିଥିବା ବ୍ୟକ୍ତିଙ୍କ ଠାରୁ ଯାହା ଶୁଣିଲୁ ଆମକୁ ଏହା ଗୋଟିଏ ଚଳଚିତ୍ରର କାହାଣୀ ଠାରୁ କିଛି କମ ଲାଗିନଥିଲା ।

ଯାହା ଶୁଣିବାକୁ ମିଳୁଛି ଏହି ଘରଟି ପାଇଁ ସେ ଗୁଡାଏ ଟଙ୍କା ଖର୍ଚ୍ଚ କରିସାରିଲେଣି । ତଥାପି ଘର ସଜା ସରିନି।। ସବୁ ନିଜ ହାତରେ ଧିରେ ଧିରେ କରି ସେ ତିଆରି କରୁଛନ୍ତି । ଆଗକୁ ଏହି ଘର ଯଦି ମିୟୁଜିୟମରେ ସ୍ଥାନ ପାଏ, ତେବେ ସେ ଭାରି ଖୁସି ହେବେ ବୋଲି କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.