ପ୍ରତ୍ୟେକ ମୁହୂର୍ତ୍ତରେ ବିସ୍ତାର ହେଉଛି ବ୍ରହ୍ମାଣ୍ଡ, ଜୀବଜଗତ ଉପରେ ପଡ଼ିପାରେ ଏହାର ପ୍ରଭାବ

ଆଇନଷ୍ଟାଇନ ବହୁ ବର୍ଷ ପୂର୍ବେ କହିଥିଲେ ଯେ ଏହି ବ୍ରହ୍ମାଣ୍ଡ ପ୍ରତ୍ୟେକ ମୁହୂର୍ତ୍ତରେ ବିସ୍ତାର ହେଉଛି । କିନ୍ତୁ ଏହାକୁ ବିଶ୍ୱାସ କରିବା ପାଇଁ ବୈଜ୍ଞାନିକଙ୍କ ନିକଟରେ କୌଣସି ସଠିକ ପ୍ରମାଣ ନଥିଲା । କିନ୍ତୁ ବର୍ତ୍ତମାନ ଦୁଇଜଣ ବୈଜ୍ଞାନିକ ଏହି ସମ୍ପର୍କିତ ପ୍ରମାଣ ସମଗ୍ର ଦୁନିଆ ସାମ୍ନାକୁ ଆଣିଛନ୍ତି । ଯାହା ପରେ ମଣିଷ ବିଶ୍ୱାସ କରିବା ଆରମ୍ଭ କରିଛି ଯେ ବ୍ରହ୍ମାଣ୍ଡ ପ୍ରକୃତରେ ପ୍ରତ୍ୟେକ ମୁହୂର୍ତ୍ତରେ ବଢ଼ୁଛି ।

ମଣିଷ ସର୍ବଦା ରହସ୍ୟମୟୀ ଜିନିଷ ବିଷୟରେ ଜାଣିବାକୁ ଇଚ୍ଛା କରିଥାଏ । ବ୍ରହ୍ମାଣ୍ଡରେ ଅନେକ ରହସ୍ୟମୟୀ ଜିନିଷ ରହିଛି । ଏହି ରହସ୍ୟମୟୀ ଜିନିଷ ବିଷୟରେ ଜାଣିବା ପାଇଁ ମଣିଷ ମନରେ ସ୍ୱତନ୍ତ୍ର ଆଗ୍ରହ ଦେଖାଯାଏ । ବିଶେଷକରି ରାତିର ଅନ୍ଧକାରରେ, ଯେତେବେଳେ ମଣିଷ ଆକାଶରେ ଥିବା ତାରାମାନଙ୍କୁ ଦେଖେ ସେତେବେଳେ ସେ ଅଧିକ ଆଶ୍ଚର୍ଯ୍ୟ ହୋଇଯାଏ । କିନ୍ତୁ ମହାକାଶରେ ଥିବା ଏହି ତାରା ମାନଙ୍କ ବିଷୟରେ ମଣିଷ ଅଧିକ ସୂଚନା ପାଏ ନାହିଁ । ବ୍ରହ୍ମାଣ୍ଡରେ ଥିବା ରହସ୍ୟମୟୀ ଜିନିଷ ବିଷୟରେ ଜାଣିବା ପାଇଁ ବୈଜ୍ଞାନିକ ମାନେ ଅନେକ ରିସର୍ଚ୍ଚ କରୁଛନ୍ତି । ତେବେ ଆଜି ଆମେ ଆପଣଙ୍କୁ ଏହି ବ୍ରହ୍ମାଣ୍ଡ ସହିତ ଜଡିତ ଏକ ସ୍ୱତନ୍ତ୍ର ଖବର ବିଷୟରେ ଜଣାଇବୁ । ଏହି ତଥ୍ୟ ଦ୍ୱାରା ଆପଣ ଜାଣି ପାରିବେ ଯେ ବ୍ରହ୍ମାଣ୍ଡ କିପରି ପ୍ରତି ମୁହୂର୍ତ୍ତରେ ଦ୍ରୁତ ଗତିରେ ବିସ୍ତାର ହେଉଛି ।

ଆଇନଷ୍ଟାଇନ ବହୁ ବର୍ଷ ପୂର୍ବେ କହିଥିଲେ ଯେ ଏହି ବ୍ରହ୍ମାଣ୍ଡ ପ୍ରତ୍ୟେକ ମୁହୂର୍ତ୍ତରେ ବିସ୍ତାର ହେଉଛି । କିନ୍ତୁ ଏହାକୁ ବିଶ୍ୱାସ କରିବା ପାଇଁ ବୈଜ୍ଞାନିକଙ୍କ ନିକଟରେ କୌଣସି ସଠିକ ପ୍ରମାଣ ନଥିଲା । କିନ୍ତୁ ବର୍ତ୍ତମାନ ଦୁଇଜଣ ବୈଜ୍ଞାନିକ ଏହି ସମ୍ପର୍କିତ ପ୍ରମାଣ ସମଗ୍ର ଦୁନିଆ ସାମ୍ନାକୁ ଆଣିଛନ୍ତି । ଯାହା ପରେ ମଣିଷ ବିଶ୍ୱାସ କରିବା ଆରମ୍ଭ କରିଛି ଯେ ବ୍ରହ୍ମାଣ୍ଡ ପ୍ରକୃତରେ ପ୍ରତ୍ୟେକ ମୁହୂର୍ତ୍ତରେ ବଢ଼ୁଛି ।

ଅଷ୍ଟ୍ରେଲିଆର ସିଡନୀ ୟୁନିଭର୍ସିଟିରେ ଶିକ୍ଷାଦାନ କରୁଥିବା ପ୍ରଫେସର ଜେରାୟଣ୍ଟ ଲୁଇସଙ୍କ ଅନୁଯାୟୀ, ଯଦି ଆମେ ସେହି ସମୟରେ ବ୍ରହ୍ମାଣ୍ଡକୁ ଦେଖିବା, ଯେତେବେଳେ ବ୍ରହ୍ମାଣ୍ଡର ବୟସ ମାତ୍ର ଏକ ବିଲିୟନ ବର୍ଷ ହୋଇଥିଲା, ସେତେବେଳେ ଏହା ପ୍ରାୟ ପାଞ୍ଚ ଗୁଣ ଧୀର ଗତିରେ ବଢୁଥିଲା । କିନ୍ତୁ ବ୍ରହ୍ମାଣ୍ଡ ବର୍ତ୍ତମାନ ପୂର୍ବ ଅପେକ୍ଷା ପାଞ୍ଚ ଗୁଣ ଅଧିକ ବଡ଼ ଦେଖାଯାଉଛି ।

ଏହି ଫଳାଫଳରେ ପହଞ୍ଚିବା ପାଇଁ ବୈଜ୍ଞାନିକମାନଙ୍କୁ ୨୦ ବର୍ଷ ଲାଗିଗଲା । ବାସ୍ତବରେ, ବୈଜ୍ଞାନିକମାନେ ୧୯୦ କ୍ୱେଜର୍ସ ଅଧ୍ୟୟନ ପାଇଁ କୋଡ଼ିଏ ବର୍ଷରୁ ଅଧିକ ସମୟ ନେଇଥିଲେ । ବ୍ରହ୍ମାଣ୍ଡର ପ୍ରକାଶ ରଙ୍ଗ ସବୁଜ, ଲାଲ ଏବଂ ଇନଫ୍ରା ରେଡକୁ ଦେଖି କୋଡ଼ିଏ ବର୍ଷ ପାଇଁ ଅଧ୍ୟୟନ କରାଯାଇଥିଲା । କ୍ୱେଜର୍ସର ପ୍ରତ୍ୟେକ ମୁହୂର୍ତ୍ତକୁ ମାପିବା ପରେ ବୈଜ୍ଞାନିକମାନେ ଏହି ରହସ୍ୟ ଜାଣିବାରେ ସକ୍ଷମ ହୋଇଥିଲେ । ବିଗ୍ ବ୍ୟାଙ୍ଗ ପରେ ବ୍ରହ୍ମାଣ୍ଡ ପ୍ରତି ସେକେଣ୍ଡରେ କ୍ରମାଗତ ଭାବରେ ବଢ଼ୁଛି । ତେବେ ବ୍ରହ୍ମାଣ୍ଡ ବଢ଼ିବା ଦ୍ୱାରା ଏହା ଜୀବଜଗତ ଉପରେ ପ୍ରଭାବ ପକାଇପାରେ ବୋଲି କୁହାଯାଉଛି । ବ୍ରହ୍ମାଣ୍ଡ ବଢ଼ିବା ଦ୍ୱାରା ମହାକାଶରେ ବିଭିନ୍ନ ପରିବର୍ତ୍ତନ ହୋଇଥାଏ ଏବଂ ଏହି ପରିବର୍ତ୍ତନ ଦ୍ୱାରା ପୃଥିବୀରେ ମଧ୍ୟ ଅନେକାଂଶରେ ପରିବର୍ତ୍ତନ ହେବ ବୋଲି ବିଶେଷଜ୍ଞମାନେ କହିଛନ୍ତି । ବ୍ରହ୍ମାଣ୍ଡ ବୃଦ୍ଧିକୁ ନେଇ ବର୍ତ୍ତମାନ ବୈଜ୍ଞାନିକ ମାନେ ମଧ୍ୟ ଅନୁଧ୍ୟାନ କରୁଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.