ନିର୍ବାଚନ ୨୦୧୯ : ଫୋକସ୍ ଝାରସୁଗୁଡା, ଦେଖନ୍ତୁ ହାରଜିତ୍ ର ହିସାବ ନିକାଶ

ଝାରସୁଗଡ଼ା । ଓଡ଼ିଶାର ଅନ୍ୟତମ ଦ୍ରୁତ ବିକଶିତ ଅଞ୍ଚଳ । ନିକଟରେ ଏଠାରେ ପ୍ରତିଷ୍ଠା ହୋଇଛି, ଓଡ଼ିଶାର ଦ୍ୱିତୀୟ ବିମାନ ବନ୍ଦର। ପଶ୍ଚିମ ଓଡ଼ିଶାର ପ୍ରମୁଖ ବିଧାନସଭା ନିର୍ବାଚନ ମଣ୍ଡଳୀ ଝାରସୁଗୁଡ଼ା । ୨୦୦୦ ଓ ୨୦୦୪ରେ ଏଠାରୁ ବିଧାୟକ ଥିଲେ କିଶୋର ମହାନ୍ତି। କିନ୍ତୁ ବିଜେପି-ବିଜେଡି ମେଣ୍ଟ ଭାଙ୍ଗିବା ପରଠାରୁ, ଏହି ଆସନ କଂଗ୍ରେସ ହାତରେ । ୨୦୦୯ ଓ ୨୦୧୪ରେ ଏଠାରୁ ଜିତିଛନ୍ତି ନବ କିଶୋର ଦାସ। ୨୦୧୪ରେ ନବ କିଶୋର ଦାସଙ୍କୁ ମିଳିଥିଲା ୭୪ ହଜାର ୪୯୯ ଭୋଟ୍‌। ବିଜେଡିର କିଶୋର ମହାନ୍ତି ପାଇଥିଲେ ୬୨ ହଜାର ୯୩୬ ଭୋଟ୍‌ । ବିଜେପିର ଆନନ୍ଦ ପ୍ରଧାନ ପାଇଥିଲେ ୨୧ ହଜାର ୪୭ ଭୋଟ୍‌। ପଞ୍ଚାୟତ ନିର୍ବାଚନରେ ମଧ୍ୟ ଦେଖିବାକୁ ମିଳିଥିଲା କଂଗ୍ରେସର ସଫଳତା। ଜିଲ୍ଲା ପରିଷଦର ୯ଟି ଜୋନ୍‌ରୁ ୮ଟିରେ ଜିତିଥିଲା କଂଗ୍ରେସ।

Naba Dasବର୍ତ୍ତମାନ ବିଧାୟକ ଥିବା ନବ କିଶୋର ଦାସ ପିସିସି କାର୍ଯ୍ୟକାରୀ ସଭାପତି ଅଛନ୍ତି। କିନ୍ତୁ ନିକଟରେ ତାଙ୍କ କିଛି ବୟାନ ସମସ୍ତଙ୍କ ମନରେ ଦ୍ୱନ୍ଦ୍ୱ ସୃଷ୍ଟି କରିଛି। ବିମାନବନ୍ଦର ଉଦ୍‌ଘାଟନ ସମୟରେ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ ନବ ଦାସ ଓ ତାଙ୍କ ପରିବାର କିଛି ଫଟୋ ସୋସିଆଲ ମିଡିଆରେ ଘୂରି ବୁଲିଥିଲା। କିଛି ମାସ ତଳେ ଝାରସୁଗୁଡ଼ାରେ ବିଜୁ ଏକ୍ସପ୍ରେସ ୱେ ଉଦଘାଟନୀରେ ମୁଖ୍ୟମନ୍ତ୍ରୀଙ୍କୁ ବିକାଶର ଅନ୍ୟ ନାମ କହି ପ୍ରଶଂସାରେ ପୋତି ପକାଇଥିଲେ ନବ ଦାସ । ସେତେବେଳେ ଚର୍ଚ୍ଚା ହେଲା, ବିଜେଡି ଆଡେ ଢଳୁଛନ୍ତି ନବ ଦାସ ।

kishore mohanty୨୦୦୦ ଓ ୨୦୦୪ ଜିତିବା ପରେ ୨୦୦୯ ଓ ୧୪ରେ ହାରିଥିଲେ ବିଜେଡିର କିଶୋର ମହାନ୍ତି । ବର୍ତ୍ତମାନ ପଶ୍ଚିମ ଓଡ଼ିଶା ବିକାଶ ପରିଷଦ ଅଧ୍ୟକ୍ଷ ଅଛନ୍ତି କିଶୋର ମହାନ୍ତି। ପଞ୍ଚାୟତ ନିର୍ବାଚନରେ ସଫଳ ହୋଇ ନଥିବା ବିଜେଡି କିନ୍ତୁ, ଏବେ ବିକାଶମୂଳକ କାମର ଜୋରଦାର ପ୍ରଚାର କରୁଛି। ଏକ୍ସପ୍ରେସ ୱେ ହେଉ କି ବିମାନବନ୍ଦର, ରାଜ୍ୟ ସରକାରଙ୍କ ଭୂମିକାକୁ ହାଇଲାଇଟ୍ସ କରୁଛି ଦଳ। ବିଭିନ୍ନ ଉନ୍ନୟନମୂଳକ କାମକୁ ନେଇ ଲୋକଙ୍କ ପାଖରେ ପହଞ୍ଚୁଛି ବିଜେଡି।

ଝାରସଗୁଡ଼ାରେ ତୃତୀୟରେ ରହୁଥିବା ବିଜେପି ଗତ ଦୁଇ ବର୍ଷରେ, ସଂଗଠନକୁ ସୁଦୃଢ଼ କରିଛି। ବିମାନବନ୍ଦର ଉଦ୍‌ଘାଟନ ପାଇଁ ଆସିଥିଲେ ଖୋଦ୍‌ ପ୍ରଧାନମନ୍ତ୍ରୀ। ଯାହା ବିଜେପି କର୍ମୀଙ୍କୁ ଉତ୍ସାହିତ କରିଥିଲା। ଏହାସହ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ଆନ୍ଦୋଳନାତ୍ମକ କାର୍ଯ୍ୟକ୍ରମକୁ ଜୋରଦାର କରିଛି ଦଳ।

ଚର୍ଚ୍ଚା ହେଉଛି, ଏଠାରେ ବିଜେଡି-କଂଗ୍ରେସ କଡା ଟକ୍କର ହେବ। କିନ୍ତୁ ବିଜେପି ମଧ୍ୟ ପଛରେ ପଡି ନାହିଁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.