ବୁଧବାର ସ୍ଥଳଭାଗ ଛୁଇଁବ ‘ଗାଜା’, ପବନ ଓ ବର୍ଷା ଦକ୍ଷିଣ ଭାରତରେ

ଭୁବନେଶ୍ବର (କେନ୍ୟୁଜ୍) : ଆସନ୍ତା ୨୪ ଘଣ୍ଟା ଭିତରେ ସ୍ଥଳଭାଗ ଛୁଇଁବ ଘୂର୍ଣ୍ଣିଝଡ଼ ‘ଗାଜା’ । ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଏହି ଘୂର୍ଣ୍ଣିଝଡ଼ ଏବେ ୧୦ କିଲୋମିଟର ବେଗରେ ସ୍ଥଳଭାଗ ଆଡ଼କୁ ଆସୁଛି । ଚେନ୍ନାଇ ଠାରୁ ଏହା ପ୍ରାୟ ୭୫୦ କିଲୋମିଟର ଦୂରରେ ରହିଛି । ତେବେ ୧୪ ଓ ୧୫ ତାରିଖ ସୁଦ୍ଧା ଏହା  ସମ୍ପୂର୍ଣ୍ଣ ଭାବେ ସ୍ଥଳଭାଗ ଛୁଇଁବା ପରେ ଦୁର୍ବଳ ହୋଇଯିବ ବୋଲି ପାଣିପାଗ ବିଭାଗ ସୂତ୍ରରୁ ଜଣାପଡ଼ିଛି । ବୁଧବାର ଦିନ ଏହା ସିଭିୟର ସାଇକ୍ଲୋନିକ୍ ଷ୍ଟର୍ମର ରୂପ ନେବ । ଏହି ସମୟରେ ପବନର ବେଗ ୭୦ରୁ ୮୫ କିଲୋମିଟର ରହିବ । ଏହାର ପ୍ରଭାବରେ ତାମିଲନାଡୁ ଓ ଆନ୍ଧ୍ର ପ୍ରଦେଶର ଉପକୂଳବର୍ତ୍ତୀ ଅଞ୍ଚଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ‘ଗାଜା’ ଯୋଗୁଁ ତାମିଲନାଡୁରେ ବନ୍ୟା ଆଶଙ୍କା ମଧ୍ୟ ରହିଛି । ସେହିପରି ଦକ୍ଷିଣ କର୍ଣ୍ଣାଟକରେ ମଧ୍ୟ ୧୬ ତାରିଖ ବେଳକୁ ଭୀଷଣ ବର୍ଷା ହେବ । ‘ଗାଜା’କୁ ଏ-୧ କ୍ୟାଟେଗୋରୀ ଦିଆଯାଇଛି ।

GAJA-3

ଓଡ଼ିଶା ପାଇଁ ‘ଗାଜା’ର ଡର ନାହିଁ
ଓଡ଼ିଶା ଉପରେ ‘ଗାଜା’ର କୌଣସି ପ୍ରଭାବ ପଡ଼ିବ ନାହିଁ । ତେଣୁ ରାଜ୍ୟବାସୀ ଭୟଭୀତ ନହେବାକୁ ପାଣିପାଗ ବିଭାଗ ପରାମର୍ଶ ଦେଇଛି । ସେପଟେ ଗତକାଲିଠାରୁ ଟିକେ ଶୀତ ଅନୁଭୂତ ହେଉଛି । ରାଜଧାନୀ ଭୁବନେଶ୍ବର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ପାରଦ ଖସିଛି । ଆଭ୍ୟନ୍ତରୀଣ ଓ ଉପାନ୍ତ ଅଞ୍ଚଳରେ ଅଧିକ ଶୀତ ଅନଭୂତ ହେଉଛି । ଆକାଶ ନିର୍ମଳ ଥିବାରୁ ଶୀତ ବଢ଼ିଥିବା ପାଣିପାଗ ବିଭାଗ କହିଛି ।  ଆଜି ଦିନର ତାପମାତ୍ରା ପ୍ରାୟ ୨୪ ଡିଗ୍ରୀ ସେଲସିୟସ ରହିଥିବା ବେଳେ ରାତିର ତାପମାତ୍ରା ୧୭କୁ ଖସିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.