Below header

ଲକ୍ଷ ଚେଷ୍ଟା ସତ୍ତ୍ୱେ ଯଦି ମିଳୁ ନାହିଁ ସଫଳତା, ତେବେ ଜ୍ୟୋତିଷ ଶାସ୍ତ୍ରର ଏହି ୪ ଉପାୟ ଆସିବ କାମରେ

କୌଣସି ବ୍ୟକ୍ତିର ଭାଗ୍ୟ ଓ କର୍ମରେ ଗ୍ରହ ନକ୍ଷତ୍ରର ବିଶେଷ ଯୋଗଦାନ ରହିଥାଏ । ଗ୍ରହ ଦଶା ଯଦି ଠିକ୍‌ ନଥାଏ, ତେବେ ଲକ୍ଷ ଚେଷ୍ଟା ସତ୍ତ୍ୱେ ମଧ୍ୟ ସଫଳତା ମିଳିନଥାଏ । ଜ୍ୟୋତିଷ ଶାସ୍ତ୍ରରେ ଏମିତି କିଛି ଉପାୟ ଦିଆଯାଇଛି,ଯାହାକୁ କରିବା ଦ୍ୱାରା ସବୁ କଷ୍ଟ ଦୂର ହୋଇଥାଏ । ଏହି ଉପାୟ କ୍ୟାରିଅର, ଚାକିରି, ବେପାର ଓ ପ୍ରେମରେ ମଧ୍ୟ ସଫଳତା ଦେଇଥାଏ । ଯଦି ଆପଣ କିଛି ଆର୍ଥିକ କଷ୍ଟ ଭୋଗୁଛନ୍ତି ତ ଏହି ଜ୍ୟୋତିଷ ଉପାୟ ବହୁତ ସଫଳ ହୋଇଥାଏ ।

ଜ୍ୟୋତିଷର ସହଜ ଉପାୟ :

ସବୁ ଦିନ ସକାଳେ ଉଠି ଆପଣଙ୍କ ଦୁଇ ହାତକୁ ଦେଖି ଏହି ଦୁଇ ହାତକୁ ଘଶନ୍ତୁ । ଏବେ ହାତକୁ ଆପଣଙ୍କ ଶରୀର ଉପରେ ଘୁରାନ୍ତୁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ହାତର ଉପର ଭାଗରେ ମା’ ଲକ୍ଷ୍ମୀ, ମଧ୍ୟରେ ମା’ ସରସ୍ୱତୀ ଓ ତଳ ଭାଗରେ ଭଗବାନ ବିଷ୍ଣୁଙ୍କ ବାସ ହୋଇଥାଏ । ସକାଳୁ ଏପରି ଦର୍ଶନ ଭାଗ୍ୟକୁ ଚମକାଇ ଦେଇଥାଏ ।

ଶନିବାର ଦିନ ଶନି ମନ୍ଦିରରେ ଶୋରିଷ ତେଲ ଦୀପ ଜଳାଇବା ଦ୍ୱାରା ଚାକିରି ସମ୍ବନ୍ଧୀୟ ସବୁ ସମସ୍ୟା ଦୂର ହୋଇଥାଏ । ଯଦି ଆପଣ ବେପାର କରୁଛନ୍ତି ତ କାର୍ଯ୍ୟସ୍ଥଳରେ ବେପାର ବୃଦ୍ଧି ଘଟିବ । ଏହାଦ୍ୱାରା ଧନ ଲାଭ ହେବା ସହ ଆର୍ଥିକ ହାନି ସଂକଟ ଦୂର ହୋଇଥାଏ ।

ଯଦି ଆପଣ ପାରିବାରିକ କଷ୍ଟ ଓ ଝଗଡା ଯୋଗୁ କଷ୍ଟ ପାଉଛନ୍ତି,ତେବେ ଘରକୁ ଲୁଣ ପାଣିରେ ପୋଛନ୍ତୁ । ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଏହି ଉପାୟ କରିବା ଦ୍ୱାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଘର ସମ୍ପର୍କରେ ସୌହାର୍ଦ୍ଧ୍ୟ ବୃଦ୍ଧି ପାଇଥାଏ ।

ଭାଗ୍ୟ ଚମକାଇବାକୁ ଚାହୁଁଛନ୍ତି ତ ସବୁଦିନ ପିମ୍ପୁଡିଙ୍କୁ ଚିନି ମିଶା ଅଟା ପକାନ୍ତୁ । ଏହାଛଡ଼ା ମାଛକୁ ଅଟା ଗୁଳା ଖୁଆଇବା ଦ୍ୱାରା ବନ୍ଦ ହୋଇଥିବା ଭାଗ୍ୟ ଖୋଲିଯାଏ । ମା’ ଲକ୍ଷ୍ମୀଙ୍କୁ ପ୍ରସନ୍ନ କରିବା ପାଇଁ ଏହି ଉପାୟ ଉତ୍ତମ ଅଟେ । ଏହାଛଡ଼ା ସବୁଦିନ ସନ୍ଧ୍ୟାରେ ଦୁଧ ମିଶ୍ରିତ ପାଣି ଚଢ଼ାନ୍ତୁ ଓ ଦେଶୀ ଘିଅର ଦୀପ ଜଳାଇଲେ ସବୁ ମନକାମନା ପୁରଣ ହୋଇଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.