Xiaomi ଲଞ୍ଚ କଲା ସ୍ମାର୍ଟ ତକିଆ: ନିଦ ସହିତ ଟ୍ରାକ୍ କରିବ ହାର୍ଟ ରେଟ୍, ବଡି ମୁମେଣ୍ଟ ଓ ହାଇ ମାରିବାର ସମୟ, ଜାଣନ୍ତୁ ମୂଲ୍ୟ ଓ ଫିଚର୍

ଟେକ୍ନୋଲୋଜି ଦୁନିଆରେ ବର୍ତ୍ତମାନ ସବୁ କିଛି ନୂତନ ଭାବରେ ଉଦ୍ଭାବନ କରାଯାଉଛି। କାରଣ ଦିନକୁ ଦିନ ଅଗଉଛି ଏହି ଟେକ୍ ଦୁନିଆ। ବିଭିନ୍ନ ପ୍ରକାର ଫୋନ୍ ଠାରୁ ଆରମ୍ଭ କରି ହ୍ୟାଣ୍ଡ ୱାଚ ପର୍ଯ୍ୟନ୍ତ ସବୁ ଗ୍ୟାଜେଟରେ ଡିଜାଇନ୍ ଭଲ ରହିଛି। ସେଥିପାଇଁ ତ ଗ୍ରାହକ ଏହି ସବୁ ଜିନିଷ କିଣିବା ପାଇଁ ଇଚ୍ଛା ପ୍ରକାଶ କରୁଛନ୍ତି। କାରଣ ସବୁ ଗ୍ୟାଜେଟ ସ୍ମାର୍ଟ ଥିବାରୁ ଓ ସ୍ମାର୍ଟ କାମ କରୁଥିବାରୁ ଅନେକ ନୀତି ବ୍ୟବହାର କରୁଥିବା ଜିନିଷ ମଧ୍ୟ ଏପରି ତିଆରି ହେଉଛି।

pillow
Picture credit – Gizmochina

ତେବେ ସ୍ମାର୍ଟଫୋନ୍ ନିର୍ମାତା ସାଓମି MIJIA ସ୍ମାର୍ଟ ପିଲୋକୁ ବା ତକିଆ ଘରୋଇ ବଜାରରେ ଲଞ୍ଚ କରିଛି। ତେବେ ଏଥିପାଇଁ ଏକ ଅଭିଯାନ ମଧ୍ୟ କରାଯାଇଥିଲା। ଚାଇନାରେ ଏହି ଅଭିଯାନ ୭ ସେପ୍ଟେମ୍ବରରେ ସାଓମି ମଲରେ ଆରମ୍ଭ କରାଯାଇଥିଲା।

ଏହା ଏକ ସ୍ମାର୍ଟ ତକିଆ ଯେଉଁଥିରେ ପାଇଜୋଲେକ୍ଟ୍ରିକ୍ ସେନ୍ସର ଉପଲବ୍ଧ ହେବ। ଫିଚର୍ ବିଷୟରେ କହିବାକୁ ଗଲେ ଏହା ହୃଦସ୍ପନ୍ଦନ ବା ହାର୍ଟ ରେଟ୍, ଶରୀରର ଗତିବିଧି ଏବଂ ଅନ୍ୟାନ୍ୟ ଟ୍ରାକିଂ ସୁବିଧା ସହିତ ସଜ୍ଜିତ ହେବ। ଏହି ତକିଆ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବାକୁ ଗଲେ MIJIA ସ୍ମାର୍ଟ ତକିଆର ମୂଲ୍ୟ ହେଉଛି ୨୯୯ ୟୁଆନ୍ ଅର୍ଥାତ୍ ପ୍ରାୟ ୩,୪୦୦ ଟଙ୍କା, ଯାହା କ୍ରାଉଡ ଅଭିଯାନରେ ପ୍ରି-ଅର୍ଡର ପାଇଁ ଉପଲବ୍ଧ କରାଯାଇଛି। ଅବଶ୍ୟ ଏହି ଅଭିଯାନରେ, ଏହାକୁ ସହଜରେ ୨୫୯ ୟୁଆନ୍ ଅର୍ଥାତ୍ ପ୍ରାୟ ୩୦୦୦ ଟଙ୍କା କିଣାଯାଇପାରିବ। ଏହି ସ୍ମାର୍ଟ ତକିଆ ଦୁଇଟି ଆକାର ବିକଳ୍ପ ୧୦ ସେମି ଏବଂ ୧୨ ସେମିରେ ଉପଲବ୍ଧ । ଖବର ଅଛି ଯେ କମ୍ପାନୀ ଏହାକୁ ଶୀଘ୍ର ଭାରତୀୟ ବଜାରରେ ମଧ୍ୟ ପରିଚିତ କରାଇପାରେ।

ଏହି ସ୍ମାର୍ଟ ତକିଆ ବିଷୟରେ ବିଶେଷ କଥା ହେଉଛି ଏହା ଆପଣଙ୍କ ସ୍ୱାସ୍ଥ୍ୟ ଏବଂ ଫିଟନେସର ଧ୍ୟାନ ରଖିବ। ଏହା ଆପଣଙ୍କ ଫିଟନେସ ଟ୍ରାକ୍ କରିବାରେ ସକ୍ଷମ ରହିବ। ଏହାର ଏକ AI ଆଲଗୋରିଦମ ଅଛି ଯାହା ଭଲ ଟ୍ରାକ୍ କରେ। ଏହା ନିଶ୍ୱାସ ପ୍ରଶ୍ୱାସକୁ ଟ୍ରାକ କରିପାରିବ। Xiaomi ରୁ ଏହି MIJIA ସ୍ମାର୍ଟ ପିଲୋ ବ୍ଲୁଟୁଥ୍ କନେକ୍ଟିଭିଟି ସହିତ ଆସିଥାଏ, ଯାହାକୁ ଆପଣ ନିଜ ସ୍ମାର୍ଟଫୋନ୍ ସହିତ ସହଜରେ ସଂଯୋଗ ଏବଂ ନିୟନ୍ତ୍ରଣ କରିପାରିବେ। ଏଥିରେ ଆପଣ AAA ବ୍ୟାଟେରୀ ପାଇବେ, ଯାହା ସମ୍ପୂର୍ଣ୍ଣ ଚାର୍ଜରେ ପ୍ରାୟ ୬୦ ଦିନ ରହିପାରେ। ଏହା ସହିତ, ଆପଣ ଏହି ସ୍ମାର୍ଟ ତକିଆରେ ଆଣ୍ଟିବ୍ୟାକ୍ଟେରିଆଲ୍ ସୁରକ୍ଷା ମଧ୍ୟ ପାଇପାରିବେ ଏବଂ ଆପଣ ଏହାକୁ ମଧ୍ୟ ଧୋଇ ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.