Below header

ମରଣ ଯନ୍ତା କେନ୍ଦୁଝର ରାସ୍ତା : ପରିବହନ ବିଭାଗ ଦେଲେ ସଂପୂର୍ଣ୍ଣ ତଥ୍ୟ

ବଢୁଛି ସଡକ ଦୁର୍ଘଟଣା ଆଉ ଦିନକୁ ଦିନ ବଢୁଛି ଦୁର୍ଘଟଣା ଜନିତ ମୃତ୍ୟୁ। ଯେତେ ଯାହା ଉପାୟ ଅବଲମ୍ବନ କଲେ ମଧ୍ୟ ତାକୁ ନିୟନ୍ତ୍ରଣକୁ ଅଣାଯାଇପାରୁ ନାହିଁ। ରାଜ୍ୟ ତଥା ଦେଶର ଏବେ ଏହା ଚିନ୍ତାର କାରଣ ପାଲଟିଛି। ଏହି ସମୟରେ ଜିଲ୍ଲାପାଳଙ୍କ ନେତୃତ୍ୱରେ ଦୁର୍ଘଟଣା ନିୟନ୍ତ୍ରଣ କରିବା ପାଇଁ ଅନେକ ପ୍ରକାରର ବୈଠକ ସାଙ୍ଗକୁ ରାସ୍ତା ଉପରେ ଚେକିଂ କଡା କଡି ହେଉଛି। କିନ୍ତୁ ଏହାପରେ ମଧ୍ୟ କମ ହେଉନାହିଁ ମୃତକ ଓ ଆହତଙ୍କ ସଂଖ୍ୟା।

ଦୁର୍ଘଟଣା :

ପରିବହନ ବିଭାଗ ତଥ୍ୟ ଅନୁଯାୟୀ, ଗତ ୭ ମାସ ଭିତରେ କେନ୍ଦୁଝର ଜିଲ୍ଲାରେ ମୃତକଙ୍କ ସଂଖ୍ୟା ବଢିକରି ୧୯୭ ରେ ପହଂଚିଲାଣି। ଗତ ଜୁଲାଇ ମାସ ସୁଦ୍ଧା ମୋଟ ୩୫୦ରୁ ଅଧିକ ସଡ଼କ ଦୁର୍ଘଟଣା ଘଟି ସାରିଥିବା ବେଳେ ଏଥିରେ ଆହତଙ୍କ ସଂଖ୍ୟା ୩୫୦ ପାର ହୋଇ ସାରିଥିବା ବେଳେ ମୃତକଙ୍କ ସଂଖ୍ୟା ୧୨୭ରେ ପଂହଚି ସାରିଲାଣି ।

ଯଦି ବିଗତ ବର୍ଷ ଦେଖାଯାଏ, ତେବେ ୨୦୧୬ରେ ୫୬୦ଟି ସଡକ ଦୁର୍ଘଟଣାରେ ମୋଟ ୨୪୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୬୧୬ ଜଣ ଗୁରୁତର ହୋଇ ପଡିଥିଲେ ।

ସେହିପରି ୨୦୧୭ ମସିହାରେ ମୋଟ ୫୯୨ଟି ସଡକ ଦୁର୍ଘଟଣାରେ ୩୧୨ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୫୭୪ ଜଣ ଗୁରୁତର ହୋଇଥିଲେ।

କେନ୍ଦୁଝର ଜିଲ୍ଲାରେ ୨ଟି ଜାତୀୟ ରାଜପଥ ଏନଏଚ୍ ୨୦ ଓ ଏନଏଚ୍ ୪୯ ଯାଇଥିବା ବେଳେ ଏନଏଚରେ ସଡକ ଦୁର୍ଘଟଣାର ମାତ୍ରା ବହୁ ଅଧିକ ଯାହାକି ୨୦୧୬ ମସିହାରେ ୨୪୭ଟି ହୋଇଥିଲା।

୨୦୧୭ ମସିହାରେ ୩୦୮ଟି ଓ ୨୦୧୮ ମସିହା ଜୁଲାଇ ଶେଷ ସୁଦ୍ଧା ଏହା ୨୦୦ ପାରହୋଇ ସାରିଲାଣି। ଏଥିପାଇଁ ରାସ୍ତା ଡିଜାଇନିଂ ତଥା ରାସ୍ତା ଶେଷ ହୋଇ ନଥିବା କାରଣରୁ ଅନେକ ଦୁର୍ଘଟଣାମାନ ଘଟୁଥିବା ସ୍ଥାନୀୟ ଲୋକେ ଅଭିଯୋଗ କରିଛନ୍ତି ।

ଅନ୍ୟ ପକ୍ଷରେ ଏହି ସରକାରୀ ଡାଟାକୁ ନିଜେ କେନ୍ଦୁଝର ଜିଲ୍ଲା ପରିବହନ ଅଧିକାରୀ ପ୍ରକାଶ କରିଥିବା ବେଳେ ସଡକ ଦୂର୍ଘଟଣା କମାଇବା ପାଇଁ ଏନଫୋର୍ସମେଂଟ ଓ ରାସ୍ତା ଡିଜାଇନିଂର ଆବଶ୍ୟକତା ଅତି ଗୁରୁତ୍ୱପୁର୍ଣ୍ଣ। ଏ ନେଇ ଜିଲ୍ଲାପାଳଙ୍କ ନେତୃତ୍ୱରେ ପ୍ରତିମାସ ବୈଠକ ମଧ୍ୟ ଅନୁଷ୍ଠିତ ହେଉଛି ହେଲେ ଦୁର୍ଘଟଣା କମହୋଇ ପାରୁ ନାହିଁ। ଏନଫୋର୍ସମେଂଟକୁ କଡା କଡି କରାଯିବା ସହ ଚେକିଂକୁ ମଧ୍ୟ ଜୋରଦାର କରାଯାଇଛି।

କାର୍ୟ୍ୟାନୁଷ୍ଠାନ :

ଗତ ଜୁନ ମାସ ସୁଦ୍ଧା ମୋଟ ୧୨୮୦ ଜଣଙ୍କର ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ସସପେଣ୍ଡ କରାଯାଇଛି।। ଏଥି ପାଇଁ ସମୁଦାୟ ୮୯,୭୫,୧୪୮ ଜରିମାନା ଅର୍ଥ ମଧ୍ୟ ଆଦାୟ କରାଯାଇଛି। ଏତେ ସତ୍ୱେ କମାଯାଇପାରୁ ନାହିଁ ସଡକ ଦୁର୍ଘଟଣା। କେଉଁଠି ରହିଯାଉଛି ଅସୁବିଧା? କାହିଁ ଶହ ଶହ ଲୋକ ଦୁର୍ଘଟଣାରେ ମୃତ୍ୟୁବରଣ କରୁଛନ୍ତି । କାହିଁକି ଅନେକ ପରିବାର ମୁରବୀ ଶୁନ୍ୟ ହୋଇ ପଡୁଛି ତାର କାରଣ ଖୋଜି ପାଉ ନାହିଁ ଜିଲ୍ଲା ପ୍ରଶାସନ ମାନ୍ୟବର ସୁପ୍ରିମ କୋର୍ଟଙ୍କ ତାଗିଦ ସତ୍ୱେ ଏହା କମିବାର ନା ଧରୁନି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.