ସୁନ୍ଦରଗଡ଼ରେ ଜାଲନୋଟ ରାକେଟ୍ ସକ୍ରିୟ

ସୁନ୍ଦରଗଡ଼ : ଜାଲନୋଟ ରାକେଟ୍ ସକ୍ରିୟ । ଜାଲ ନୋଟ ରାକେଟର ୩ ଜଣ ସଦସ୍ୟଙ୍କୁ ଗିରଫ କରିଛି ସୁନ୍ଦରଗଡ଼ ହେମଗିରି ପୋଲିସ । ସେମାନଙ୍କଠାରୁ ପ୍ରିଣ୍ଟର, କମ୍ପ୍ୟୁଟର ସହ ୩ଟି ୫୦୦ ଟଙ୍କିଆ ଜାଲ ନୋଟ ଜବତ କରାଯାଇଛି । ଗିରଫ ହୋଇଥିବା ୩ ଅଭିଯୁକ୍ତ ହେଉଛନ୍ତି କେନ୍ଦୁଡିହି ଗାଁର ସଦାନନ୍ଦ ଖମାରୀ, ପ୍ରକାଶ ଖମାରୀ ଓ ବରୁଣ ଖମାରୀ । ଏମାନେ ଜାଲନୋଟ କାରବାର କରୁଥିବା ପୋଲିସ ପାଖରେ ଖବର ଥିଲା । ଗତକାଲି ଏମାନେ ୩ଟି ଜାଲ ନୋଟ ନେଇ ଦୋକାନକୁ ଯାଇଥିଲେ । ଜାଲ ନୋଟ ଜଣାପଡ଼ିବା ପରେ ପୋଲିସ ଏମାନଙ୍କୁ ଗିରଫ କରିଥିଲା । ଏଥିରେ ଆଉ କାହାର ସଂପୃକ୍ତି ଅଛି କି ନାହିଁ, ସେ ନେଇ ପୋଲିସ ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.