ପୁଣି ଦିନିକିଆ ରିମାଣ୍ଡରେ ଗ୍ୟାଙ୍ଗଷ୍ଟର ସୟଦ ଉସମାନ ଅଲ୍ଲୀ ଓରଫ ଟିଟୋ

କେନ୍ଦ୍ରାପଡ଼ା : ପୁଣି ଦିନିକିଆ ରିମାଣ୍ଡରେ ଗ୍ୟାଙ୍ଗଷ୍ଟର ସୟଦ ଉସମାନ ଅଲ୍ଲୀ ଓରଫ ଟିଟୋ । ରାଜକିଶୋର ବେହେରା ହତ୍ୟାକାଣ୍ଡ ମାମଲାରେ ଅଧିକ ପଚରାଉଚରା ପାଇଁ ମାର୍ଶାଘାଇ ପୋଲିସ ତାକୁ ରିମାଣ୍ଡ ନେଇଛି । ଏଥିପାଇଁ ଏସଡିଜେଏମ କୋର୍ଟ ଅନୁମତି ଦେଇଛନ୍ତି । ୨୦୧୫ ମସିହା ଏପ୍ରିଲ ୨୪ ତାରିଖରେ ରାଜକିଶୋର ମାର୍ଶାଘାଇ ଥାନା ତିଖିରୀ ଗାଁ ଦେଇ ଯାଉଥିବା ବେଳେ ଟିଟୋର ସହଯୋଗୀ ତାଙ୍କୁ ଗୁଳିମାଡ କରି ହତ୍ୟା କରିଥିଲେ । ଘଟଣା ପଛରେ ଟିଟୋର ସଂପୃକ୍ତି ଜଣାପଡିବା ପରେ ମାମଲାଟି ରିଓପନ ହୋଇଛି । ସେପଟେ ଆଜି ଦୁଇ ଦିନିଆ ରିମାଣ୍ଡ ଅବଧି ଶେଷ ପରେ କେନ୍ଦ୍ରାପଡ଼ା ପୋଲିସ ଟିଟୋକୁ ଏସଡିଜେଏମ କୋର୍ଟରେ ହାଜର କରିଥିଲା । ୨୦୧୭ ମସିହା ଡିସେମ୍ବର ୨୧ ତାରିଖରେ କୋଡା ସ୍ଥିତ ଗୁପ୍ତା ପାଓ୍ଵାର ଇନଫ୍ରାଷ୍ଟ୍ରକ୍ଟର ଲିମିଟେଡର ଏକ ଟ୍ରାନ୍ସପୋର୍ଟ କେନ୍ଦ୍ର ନିକଟରେ ସାଇଟ ମ୍ୟାନେଜର ଦେବାଶିଷ ସାହୁଙ୍କ ହତ୍ୟା ମାମଲାରେ ଟିଟୋକୁ ପଚରାଉଚରା କରାଯାଇଛି । ଏହି ସମୟରେ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ପାଇଥିବା କେନ୍ଦ୍ରାପଡା ପୋଲିସ ଦାବି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.