ସଂସଦରେ ଘଣ୍ଟାଏ ବୁଲିଲେ କିସର ୨୫ଜଣ ଛାତ୍ରଛାତ୍ରୀ

ନୂଆଦିଲ୍ଲୀ (କେ ନ୍ୟୁଜ୍) : ପାର୍ଲାମେଣ୍ଟରେ କିସ୍ ଛାତ୍ରଛାତ୍ରୀ । ଏକ ଘଣ୍ଟା ସଂସଦରେ ବୁଲିଲେ କିସର ୨୫ଜଣ ଛାତ୍ରଛାତ୍ରୀ । ସଂସଦର କାର୍ୟ୍ୟଶୈଳୀ ଦେଖିଲେ । ଗତକାଲି ସେମାନେ ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁଙ୍କୁ ଭେଟିଥିଲେ । ସେମାନଙ୍କ ସହ ଉପସ୍ଥିତ ଥିଲେ କିଟ୍ ଓ କିସ୍ ପ୍ରତିଷ୍ଠାତା ତଥା ସାଂସଦ ଡକ୍ଟର ଅଚ୍ୟୁତ ସାମନ୍ତ । ଛାତ୍ରଛାତ୍ରୀଙ୍କ ସହ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡୁ ପାଖାପାଖି ୨୫ ମିନିଟ ବିତାଇଥିଲେ ।

ଆଦିବାସୀ ଛାତ୍ରଛାତ୍ରୀଙ୍କ ଶିକ୍ଷାର ବିକାଶ ପାଇଁ କିସର ପ୍ରଚେଷ୍ଟାକୁ ଉପରାଷ୍ଟ୍ରପତି ଭୂୟସୀ ପ୍ରଶଂସା କରିଥିଲେ । କିଟ୍ ଓ କିସ୍ ପ୍ରତିଷ୍ଠାତା ଡକ୍ଟର ସାମନ୍ତଙ୍କୁ ମଧ୍ୟ ଉଚ୍ଚ ପ୍ରଶଂସା କରିଥିଲେ । ଉପରାଷ୍ଟ୍ରପତି ହେବା ପୂର୍ବରୁ ଓ ପରେ କିଟ୍ ଓ କିସ୍ ଆସିଥିଲେ ଭେଙ୍କିୟା ନାଇଡୁ । ଏଠିକାର ଶିକ୍ଷାର ବାତାବାରଣ ତାଙ୍କୁ ମୁଗ୍ଧ କରିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.