ଆନ୍ଧ୍ର କୁର୍ଣ୍ଣୁଲ ପଥର ଖାଦାନ ବିସ୍ଫୋରଣ : ୩ ଜଣ ଶ୍ରମିକଙ୍କ ମୃତଦେହ ଓଡ଼ିଶା ଅଣାଯାଉଛି

ଗଞ୍ଜାମ : ଆନ୍ଧ୍ର କୁର୍ଣ୍ଣୁଲ ପଥର ଖାଦାନ ବିସ୍ଫୋରଣରେ ମୃତ୍ୟୁ ଘଟିଥିବା ଗଂଜାମର ୩ ଜଣ ଶ୍ରମିକଙ୍କ ମୃତଦେହ ଓଡ଼ିଶା ଅଣାଯାଉଛି । ଆଜି ସନ୍ଧ୍ୟାରେ ମୃତଦେହ ପହଞ୍ଚିବ । ମୃତ ୩ଜଣ ଗଞ୍ଜାମ ଜିଲ୍ଲା ରମ୍ଭା ଥାନା ଅନ୍ତର୍ଗତ ବି.ଟି. ନୂଆଗାଁର ଦୁର୍ୟ୍ୟୋଧନ ନାହାକ, ମନୋରଞ୍ଜନ ନାହାକ ଓ ରାଧାଗୋବିନ୍ଦପୁର ଗାଁର ଭୀମ ନାହାକ । ସେହିପରି ବ୍ରହ୍ମପୁରର ଅନ୍ୟ ୪ ଜଣ ଆହତ ହୋଇଛନ୍ତି । ମୃତକଙ୍କ ପରିବାରରେ ଏବେ ଶୋକାକୁଳ ପରିବେଶ । ଶୁକ୍ରବାର ବିଳମ୍ବିତ ରାତିରେ ହାତୀ ବେଲଗାଲ୍ ଗାଁରେ ଥିବା ପଥର କ୍ୱାରିରେ ବିସ୍ଫୋରଣ ହୋଇ ୧୩ ଜଣ ଶ୍ରମିକ ପ୍ରାଣ ହରାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.