ପାଞ୍ଚ ମହଲାରୁ ଖସି ପଡୁଥିଲା ଦୁଇ ବର୍ଷର ଛୁଆ, ହିରୋ ପରି କ୍ୟାଚ କଲେ ପଡୋଶୀ, ଦେଖନ୍ତୁ ଛାତି ଥରାଇ ଦେବା ଭଳି ଭିଡିଓ

ଏହି ଘଟଣାର ଭିଡିଓ ଦେଖିଲେ ଆପଣଙ୍କ ହୃଦସ୍ପନ୍ଦନ ବି ବଢି ଯାଇପାରେ କାରଣ ଭିଡ଼ିଓଟି ହିଁ ସେମିତି । ଘଟଣାଟି ଘଟିଛି ଚୀନର ହୁୱାଈ ପ୍ରାନ୍ତରେ । ଏଠାରେ ଜଣେ ୨ବର୍ଷର ଶିଶୁ ମୃତ୍ୟୁ ମୁଖରୁ ଫେରି ଆସିଛି ତେବେ ଦୁର୍ଘଟଣାଟି ଏପରି ଥିଲା ଯେ ଆପଣ ଫୁଟେଜ ଦେଖିଲେ ଅବାକ ହୋଇ ରହିଯିବେ । ତାହେଲେ ଆସନ୍ତୁ ଜାଣିବା କଣ ଥିଲା ସମ୍ପୂର୍ଣ ଘଟଣା ।

ମିଳିଥିବା ଖବର ଅନୁଯାୟୀ ଏକ ଦୁଇ ବର୍ଷର ପିଲା ନିଜକୁ ବେଡ୍ରୁମ ଭିତରେ ବନ୍ଦ କରିଦେଇଥିଲା । ଏହାପରେ ସେ ଏକ ଷ୍ଟୁଲ ସାହାଯ୍ୟରେ ରୁମର ଝରକା ପାଖରେ ପହଂଚି ଯାଇଥିଲା ଆଉ ତାପରେ ବାହାରେ ଲାଗିଥିବା ଏୟାର କଣ୍ଡିସନର ୟୁନିଟକୁ ଧରିବା ସମୟରେ ତଳକୁ ଲଟକି ପଡିଥିଲା । ତେବେ ଏହି ସମୟରେ ତାଙ୍କ ପଡୋଶୀ ଲି ଦେହାଇ ତାଙ୍କୁ ଏପରି ଅବସ୍ଥାରେ ଦେଖି ତୁରନ୍ତ ତାଙ୍କୁ ରକ୍ଷା କରିବା ପାଇଁ ଚେଷ୍ଟା କରିଥିଲେ ।

ଲି ଙ୍କ କହିବା ଅନୁଯାୟୀ ଯେତେବେଳେ ସେ ଶିଶୁଟିକୁ ଏପରି ଅବସ୍ଥାରେ ଦେଖିଲେ ସେତେବେଳେ ସେ ସଂଗେ ସଂଗେ ଏକ ବଡ଼ କମ୍ବଳ ଆଣି ତାକୁ ଘେରାଇ ଧରିଥିଲେ ଯାହାଦ୍ୱାରା ଶିଶୁଟି ତାହା ଉପରେ ପଡି । ତେବେ ଶିଶୁଟି ଖସିବା ସ୍ଥାନରେ କାଚ ଥିବାରୁ ସେ ତା ଉପରେ ମଧ୍ୟ କିଛି କମ୍ବଳ ପକାଇ ଦେଇଥିଲେ । ଶିଶୁଟି ଯେତେବେଳେ ତାଳକୁ ଖସି ପଡିଥିଲା ସେତେବେଳେ ଲି ଏକ ଷ୍ଟୁଲ ଉପରେ ଠିଆ ହୋଇ ତାକୁ କ୍ୟାଚ କରିଥିଲେ ।

ତେବେ ଏହି ଘଟଣା ପରେ ତୁରନ୍ତ ଶିଶୁଟିକୁ ହସ୍ପିଟାଲ ନିଆଯାଇଥିଲା ଏବଂ ଜଣାପଡିଥିଲା ଯେ ଶିଶୁଟିକୁ କୌଣସି ଗଭୀର କ୍ଷତ ଆସିନାହିଁ । କିନ୍ତୁ ବ୍ୟକ୍ତିଙ୍କର ହାତରେ ଗଭୀର ଆଘାତ ଲାଗିଥି । ତେବେ ଲି ଦେହାଇଙ୍କ ଏପରି କାମପାଇଁ ସାରା ଅଂଚଳରେ ତାଙ୍କୁ ସମସ୍ତେ ପ୍ରଶଂସା କରିଛନ୍ତି ।

video courtesy “Now What”
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.