Below header

ନିର୍ବାଚନରେ ଦେଇଥିବା ପ୍ରତିଶୃତିକୁ ପୂରା କଲେ ବିଧାୟକ, ଛାତିଏ ବନ୍ୟା ପାଣିରେ ପଶି ଲୋକଙ୍କୁ କଲେ ଉଦ୍ଧାର

କିଛି ଚିତ୍ର ଏମିତି ଥାଏ ଯାହାକୁ ଦେଖିଲେ ଶବ୍ଦର ଆବଶ୍ୟକ ପଡିନଥାଏ। ଫଟୋ ଏବଂ ଭିଡିଓକୁ ଦେଖିଲେ ହିଁ ଏହାର ବହୁତ କିଛି ଅର୍ଥ ବୁଝି ହୋଇଯାଇଥାଏ। କିଛି ଭିଡିଓ ଏବଂ ଫଟୋ ଏମିତି ଅଛି ଯାହା ହୃଦୟକୁ ଛୁଇଁଯାଏ ଆଉ ସେଥିରେ ବହୁତ ବଡ ବଡ କାହାଣୀ ମଧ୍ୟ ଲୁଚିକି ରହିଥାଏ। ତେବେ ଏବେର ଏକ ମାତ୍ର କିଛି ସେକେଣ୍ଡର ଭିଡିଓ ଆପଣଙ୍କ ମନ ଛୁଇଁବା ସହିତ ଜଣେ ଜନପ୍ରତିନିଧିଙ୍କ କର୍ତ୍ତବ୍ୟ ବିଷୟରେ ଜଣାଇଦେବ।

ଏବେର ମହାମାରୀ ସଂକଟ ଭିତରେ ଆସାମ ବନ୍ୟାରେ ଉବୁଟୁବୁ ହେଉଛି। ମୁଣ୍ଡ ଟିକେ ଗୁଞ୍ଜିବା ପାଇଁ ମଣିଷ ରାହା ଖୋଜୁଥିବାବେଳେ ମଣିଷପଣିଆକୁ ଜୀବନ୍ତ କରିଛି ଏହି ଭିଡିଓ। ଏହି ଭିଡିଓ ହିଁ ଜଣାଇ ଦେଉଛି କିଏ ବିପଦ ବେଳର ପ୍ରକୃତ ବନ୍ଧୁ ଆଉ ମାନବିକତାର ପ୍ରକୃତ ଅର୍ଥ।

asamଆମେ କହୁଛୁ ଜଣେ ପ୍ରକୃତ ଜନପ୍ରତିନିଧିଙ୍କ ବିଷୟରେ। ଯିଏ କି ନିର୍ବାଚନ ସମୟରେ ଦେଇଥିବା ପ୍ରତିଶୃତିକୁ ପାଳନ କରି ଆଗେଇ ଆସିଛନ୍ତି ନିର୍ବାଚନ କ୍ଷେତ୍ରର ଲୋକଙ୍କ ସେବା କରିବାକୁ। ଛାତିଏ ପାଣିରେ ପଶି ଲୋକମାନଙ୍କୁ ଉଦ୍ଧାର କରୁଥିବା ଏହି ବ୍ୟକ୍ତି ହେଉଛନ୍ତି ଆସାମର ବିଧାୟକ ମୃଣାଳ ସାଇକିଆ। ସାଧାରଣ ଜନତାଙ୍କ ପାଇଁ ଜଣେ ନେତାଙ୍କ ଉପଯୁକ୍ତ ଭୂମିକା କଣ ତାହା ଭଲ ଭାବେ ବୁଛି ପାରିଛନ୍ତି ବିଧାୟକ ବାବୁ।

କେବଳ ଫାଙ୍କା ପ୍ରତିଶୃତି ନୁହେଁ ବରଂ ପ୍ରକୃତ କର୍ମ ଆଉ ସେବା କରିବା ପାଇଁ ବିପଯ୍ୟର୍ୟ ସମୟରେ ନିଜେ ଗାଦିରୁ ଉହ୍ଲାଇ ପଡିଛନ୍ତି ବିଧାୟକ ମହାଶୟ। ଭୀଷଶ ବନ୍ୟା ଜଳରେ ଫଶି ରହିଥିଲେ ଗ୍ରାମବାବାସୀ ଏବଂ ଛୋଟ ପିଲା। ଯେଉଁମାନଙ୍କୁ ବଞ୍ଚାଇବା ପାଇଁ ଉଦ୍ଧାରକାରୀଙ୍କ ଦଳ ସହିତ ନିଜେ ମଧ୍ୟ ଛାତିଏ ପାଣିରେ ପଶି ସେମାନଙ୍କୁ ସୁରକ୍ଷିତ ଭାବେ ବୋଟ ଉପରକୁ ଆଣୁଥିବାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଯାହାକୁ ଦେଖିବା ପରେ ତାଙ୍କର ଏହି ମହନୀୟତାର ପ୍ରଶଂସା କରିବା ସହିତ ନେତା ମାନଙ୍କୁ ତାଙ୍କ ଠାରୁ ଶିକ୍ଷା ନେବାକୁ କହୁଛନ୍ତି ଲୋକେ।

malaତେବେ ଆପଣଙ୍କୁ କହିରଖିବାକୁ ଚାହିଁବୁ ଯେ ବିଧାୟକ ମୃଣାଳ ସାଇକିଆ ରାଜଧାନୀ ଗୌହାଟୀରୁ ପ୍ରାୟ ୨୬୪ କି.ମି ଦୂର ଖୁମତାଇ ଗାଁକୁ ଯାଇ ଉଦ୍ଧାର କାଯ୍ୟର୍ରେ ନିଜେ ଯୋଗ ଦେଇ ବହୁତ ଲୋକଙ୍କ ଜୀବନ ବଞ୍ଚାଇଥିଲେ। ଆସାମର ବନ୍ୟାରେ ୭୦ ରୁ ଅଧିକ ଲୋକଙ୍କର ଜୀବନ ଯାଇ ସାରିଛି। ଆସାମର ୨୪ ଜିଲ୍ଲାର ୨୦୧୫ ଗାଁରେ ୧୩ ଲକ୍ଷରୁ ଅଧିକ ଲୋକ ପ୍ରଭାବିତ ହୋଇସାରିଛନ୍ତି। କେବଳ ମଣିଷ ନୁହଁନ୍ତି ଗୃହପାଳିତ ପଶୁଙ୍କ ପାଇଁ ମଧ୍ୟ ଦେବଦୂତ ସାଜିଛନ୍ତି ବିଧାୟକ ମୃଣାଳ ସାଇକିଆ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.