୫୫ ଏୟାରଇଣ୍ଡିଆ ପାଇଲଟ୍‌ଙ୍କୁ କରୋନା, ସମସ୍ତଙ୍କର କଟିବ ୬୦ ପ୍ରତିଶତ ଦରମା

କରୋନା ହେଲେ ଲୋକଙ୍କ ଜୀବନ ପ୍ରତି ବିପଦ ଆସୁଥିବା ବେଳେ ଏଭଳି ଘଡ଼ିସନ୍ଧି ମୁହୂର୍ତ୍ତରେ ଏୟାର ଇଣ୍ଡିଆ ନିଜ ୫୫ ଜଣ କରୋନା ସଂକ୍ରମିତ ପାଇଲଟଙ୍କ ଦରମା କାଟିଛି। କୋଭିଡ୍‌ ପଜିଟିଭ୍‌ ବୋଲି ଜଣାପଡ଼ିବା ପରେ ସେମାନଙ୍କ ମାସିକ ଦରମା ୬୦ ପ୍ରତିଶତ ପର୍ଯ୍ୟନ୍ତ କାଟ୍‌ କରିବାକୁ ବିମାନ କମ୍ପାନୀ ତରଫରୁ ପ୍ରସ୍ତାବ ଦିଆଯାଇଛି। ଏନେଇ ସୂଚନା ଦେବା ଅବସରରେ ଏୟାର ଇଣ୍ଡିଆର ଦୁଇ ପ୍ରମୁଖ ପାଇଲଟ ୟୁନିୟନ୍‌ ଅସନ୍ତୋଷ ପ୍ରକାଶ କରିଛନ୍ତି।

AI pilots Association ready to return all appreciation letters ...

କମର୍ସିଆଲ ପାଇଲଟ୍ସ ଆସୋସିଏସନ୍‌ (ICPA) ଓ ଇଣ୍ଡିଆନ୍‌ ପାଇଲଟ୍ସ ଗିଲ୍ଡ (IPG) ଦ୍ୱାରା ଏୟାରଇଣ୍ଡିଆର ସିଏମ୍‌ଡି ରାଜୀବ ବଂଶଲଙ୍କୁ ଲେଖାଯାଇଥିବା ଚିଠି ମୁତାବକ ‘ପାଇଲଟଙ୍କ ପୂରା ଦରମାର ପ୍ରାୟ ୬୦ ପ୍ରତିଶତ କାଟ୍‌ କରିବାକୁ ପ୍ରସ୍ତାବ ଦିଆଯାଇଛି। ହାସ୍ୟାସ୍ପଦ କଥା ହେଉଛି ମୁଖ୍ୟ ଅଧିକାରୀ ନିଜ ଦରମାର ମାତ୍ର ୩.୫ ପ୍ରତିଶତ କାଟ୍‌ କରିବାକୁ ଘୋଷଣା କରିଛନ୍ତି’।

Coronavirus outbreak: Can people without symptoms also test ...

ସଂଘ ଲେଖିଥିବା ପତ୍ରରେ କୁହାଯାଇଛି ‘ଉଦାହରଣ ସ୍ୱରୂପ ନିର୍ଦ୍ଦେଶକଙ୍କ ଦରମାରୁ ମାତ୍ର ୪ ପ୍ରତିଶତ କାଟ୍‌ ହେଉଥିବା ବେଳେ ଜଣେ ସହ-ପାଇଲଟଙ୍କ ପ୍ରାୟ ୬୦ ପ୍ରତିଶତ କଟିବ, ଯାହାକୁ ବଜାର ଦର ତୁଳନାରେ କମ୍‌ ଦରମା ମିଳୁଛି। ଏହା କିଭଳି ନ୍ୟାୟୋଚିତ ବୋଲି ଚିଠିରେ ପ୍ରଶ୍ନ କରାଯାଇଛି’।

5 Air India Pilots Don't Have Coronavirus; Test Kits May Have Been ...

ସେ ସିଏମ୍‌ଡି ବଂଶଲଙ୍କୁ କହିଛନ୍ତି ଏବେ ଯାଏଁ ୫୫ ପାଇଲଟ୍‌ କରୋନା ସଂକ୍ରମିତ ହୋଇଛନ୍ତି। ତାଙ୍କୁ ରୋଗ ହୋଇଥିବାରୁ ଦରମା କଟୁଛି କହିବା କି ପ୍ରକାରର ଦଣ୍ଡ। ସେ ନିଜ ଡ୍ୟୁଟିରେ ଥିବା ବେଳେ ସଂକ୍ରମିତ ହୋଇଛନ୍ତି। ଏଣୁ ସେମାନଙ୍କୁ ଏଭଳି ଦଣ୍ଡ ଦେବା ଅନୁଚିତ ବୋଲି ସଂଘ ତରଫରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.